ଇନଫ୍ଲୁଏଞ୍ଜା ଟିକା
From Wikipedia, the free encyclopedia
ଇନଫ୍ଲୁଏଞ୍ଜା ଟିକା ଏକ ପ୍ରକାର ଟିକା ଯାହା ଇନଫ୍ଲୁଏଞ୍ଜା ରୋଗରୁ ସୁରକ୍ଷା ନିମନ୍ତେ ଦିଆଯାଏ ।[2] ପ୍ରତି ଦୁଇ ବର୍ଷରେ ଥରେ ଏହି ଟିକାର ନୂଆ ସଂସ୍କରଣ ତିଆରି ହୁଏ ଯେହେତୁ ଇନଫ୍ଲୁଏଞ୍ଜା ଭୁତାଣୁ ଶୀଘ୍ର ପରିବର୍ତ୍ତିତ ହୁଏ ।[2] ଅଧିକାଂଶ ଟିକା ସାମାନ୍ୟରୁ ଉଚ୍ଚ ସୁରକ୍ଷା ପ୍ରଦାନ କରେ କିନ୍ତୁ ଏହା ପ୍ରତି ବର୍ଷ ବଦଳେ ।[2][3] ୬୫ ବର୍ଷିଆନ ଲୋକଙ୍କଠାରେ ଏହାର କାର୍ଯ୍ୟକାରୀତା ଦୁର୍ବଳ ।[4][5] ଏହି ରୋଗ ଯୋଗୁ ହାରାହାରି ଅଧା ଦିନର କାମହାନୀ ହୁଏ । [6] ଟିକା ନେଇଥିବା ପିଲାଙ୍କ ସଂସ୍ପର୍ଶରେ ଆସୁଥିବା ପିଲାଙ୍କର ମଧ୍ୟ ସୁରକ୍ଷା ହୁଏ । [2]
Vaccine description | |
---|---|
Target disease | influenza virus |
Type | ? |
Clinical data | |
Trade names | Fluarix, Fluzone, others |
AHFS/Drugs.com | monograph |
Pregnancy category |
|
Routes of administration | IM, intranasal |
ATC code |
|
Legal status | |
Legal status |
|
ଉଭୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ମିଳିତ ଭାବରେ ସମସ୍ତଙ୍କୁ ୬ମାସ ବୟସ ପରେ ବାର୍ଷିକ ଥରେ ଏହି ଟିକା ନେବାକୁ ସୁପାରିସ କରନ୍ତି ।[2][7] ବିଶେଷତଃ ଗର୍ଭାବସ୍ଥାରେ, ୬ ମାସରୁ ୫ ବର୍ଷ ବୟସ ମଧ୍ୟରେ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲେ, ସ୍ଥାନୀୟ ଆମେରିକା ଲୋକ ଓ ସ୍ୱାସ୍ଥ୍ୟକର୍ମୀମାନେ ନିତାନ୍ତ ଏହି ଟିକା ନେବା ଉଚିତ ।[1][2]
ଏହି ଟିକା ସାଧାରଣତଃ ନିରାପଦ । ୫ରୁ ୧୦% ପିଲାଙ୍କର ଜ୍ୱର ମାଂସପେଶୀ ଯନ୍ତ୍ରଣା ହୁଏ ଓ ଥକ୍କା ଲାଗେ । ଅଧିକ ବୟସର ଲୋକଙ୍କ ଭିତରେ ଏକ ନିୟୁତରେ ଜଣକୁ ଗୁଲେନ-ବାରେ ସିଣ୍ଡ୍ରୋମ ହୁଏ । ଅଣ୍ଡା ପ୍ରତି ଅତ୍ୟଧିକ ଆଲର୍ଜି (ଆନାଫାଇକ୍ସିସ୍) ଥିବା ଲୋକଙ୍କୁ ଓ ପୂର୍ବ ସଂସ୍କରଣ ଥିବା ଟିକା ଦେବାକୁ ନିଷେଧ କରାଯାଏ । ଦୁଇ ପ୍ରକାର ଟିକା ମିଳେ, ନିଷ୍କ୍ରିୟ ଓ ଦୁର୍ବଳ ଭୁତାଣୁ । ଗର୍ଭିଣୀମାନଙ୍କୁ ନିଷ୍କ୍ରିୟ ଭୁତାଣୁ ଟିକା ଦିଆଯାଏ । ଏହା ତିନି ଆକାରରେ ମିଳେ: ମାଂସପେଶୀରେ ଇଞ୍ଜେକସନ, ନାକ ସ୍ପ୍ରେ ବା ଫୁଆରା ଆକାର ବା ଚର୍ମ ମଧ୍ୟଭାଗରେ ଦିଆଯାଉଥିବା ଇଞ୍ଜେକସନ ଆକାର ।[2]
ଇନଫ୍ଲୁଏଞ୍ଜା ନିମନ୍ତେ ଟିକା ଦେବା ସନ ୧୯୩୦ରେ ଆରମ୍ଭ ହେଲେ ମଧ୍ୟ ଆମେରିକାରେ ବହୁଳ ଭାବରେ ସନ ୧୯୪୫ରେ ଆରମ୍ଭ ହେଲା ।[8][9] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[10] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୫.୨୫ ଡଲାର ଥିଲା । [11] ଆମେରିକାରେ ଏହାର ମୂଲ୍ୟ୨୫ ଆମେରିକୀୟ ଡଲାରରୁ କମ୍ । [12]