ଉତ୍ତାପ ରୋଗ
From Wikipedia, the free encyclopedia
ଉତ୍ତାପ ରୋଗ ହୁଏ ଯେତେବେଳେ ଉତ୍ତପ୍ତ ପରିବେଶର ସଂସ୍ପର୍ଶରେ ମଣିଷ ଆସିଥାଏ ।[2] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଘିମିରି, ଉତ୍ତାପ ଜନିତ ମାଂସପେଶୀ କ୍ରାମ୍ପ; ଉତ୍ତାପ ସିଙ୍କୋପ୍ ସହିତ ସଂକ୍ଷିପ୍ତ ଚେତନା ହାନି; ପ୍ରବଳ ଝାଳ ବୋହିବା, ଦୁର୍ବଳତା, ମୁଣ୍ଡବିନ୍ଧା, ଏବଂ ଉତ୍ତାପ କ୍ଳାନ୍ତି ସହିତ ଅଇ; ଦ୍ୱନ୍ଦ୍ୱ, ବାତ ଏବଂ ଅଂଶୁଘାତ ସହିତ ଶରୀରର ଅତ୍ୟଧିକ ତାପମାତ୍ରା ବୃଦ୍ଧି ।[1]
Heat-related illness, heat stress[1] | |
ବିଭାଗ | Emergency medicine |
---|---|
ଲକ୍ଷଣ | Varies by type[1] |
କାରଣ | Environmental heat[2] |
ବିପଦ କାରକ | Other health problems, exercising in the heat, mental illness, alcohol, recently going from a cooler to hotter climate[3][2] |
ସଠିକ ରୋଗ ନିର୍ଣ୍ଣୟ | Infection, thyroid storm, anticholinergic toxicity, neuroleptic malignant syndrome, serotonin syndrome[4] |
ପ୍ରତିକାର | Air-conditioning[5] |
ଚିକିତ୍ସା | Cooler environment, lying down, wet the skin and clothing, ice packs, fan the person[1] |
ପୁନଃପୌନିକ | Common[4] |
ମୃତ୍ୟୁ ସାନ୍ଦ୍ରତା | 650 deaths/yr (USA)[5] |
ବିପଦ କାରଣଗୁଡ଼ିକ ମଧ୍ୟରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଉତ୍ତାପରେ ବ୍ୟାୟାମ, ମାନସିକ ରୋଗ, ମଦ୍ୟପାନ ଏବଂ ନିକଟ ଅତୀତରେ ଏକ ଥଣ୍ଡା ସ୍ଥାନରୁ ଗରମ ଜଳବାୟୁକୁ ଯିବା ।[3] [2] ଅନ୍ୟ କେତେକ ଉତ୍ସ ମଧ୍ୟରୁ ଉତ୍ତାପ ଇଡିମା ଏବଂ ରାବଡୋମାୟୋଲାଇସିସ (ମାଂସପେଶୀ ଭାଙ୍ଗିବା) ଅନ୍ୟତମ ।[1] [3]
ପ୍ରତିଷେଧ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପିଇବା, କମି ଯାଇଥିବା ଲୁଣକୁ ପୁରଣ କରିବା ଏବଂ ଉତ୍ତାପରେ ରହିବା ସମୟ ସୀମିତ କରିବା ।[2] ଯେଉଁମାନଙ୍କ ଘରେ ଶୀତତାପ ନିୟନ୍ତ୍ରିତ ସୁବିଧା ନାହିଁ, ସେମାନଙ୍କ ପାଇଁ ସର୍ବସାଧାରଣ ଶୀତତାପ ନିୟନ୍ତ୍ରିତ ସୁବିଧା ଗୁରୁତ୍ୱପୂର୍ଣ୍ଣ ।[5] ଚିକିତ୍ସା ମଧ୍ୟରେ ଥଣ୍ଡା ପରିବେଶରେ କାମ କରିବା, ଶୋଇବା, ଚର୍ମ ଏବଂ ପୋଷାକକୁ ଥଣ୍ଡା ପାଣିରେ ଓଦା କରିବା, ଜଙ୍ଘ ସନ୍ଧି ଓ କାଖରେ ବରଫ ପ୍ୟାକ୍ ଏବଂ ବ୍ୟକ୍ତିଙ୍କୁ ପଙ୍ଖା କରିବା ଆବଶ୍ୟକ ହୋଇପାରେ ।[1]
ଉତ୍ତାପ ରୋଗ ଏକ ସାଧାରଣ ରୋଗ ଅଟେ ।[4] ଏହା ସାଧାରଣତଃ ବୃଦ୍ଧ ଏବଂ ଯୁବକମାନଙ୍କଠାରେ ଦେଖାଯାଏ ।[3] ଯୁକ୍ତରାଷ୍ଟ୍ରରେ ଏହା ଯୋଗୁ ପ୍ରତିବର୍ଷ ପ୍ରାୟ ୬୫୦ ମୃତ୍ୟୁ ହୋଇଥାଏ ଏବଂ ନିର୍ଜନ ବନ ପ୍ରାନ୍ତରରେ ପ୍ରାୟ ୭% ମୃତ୍ୟୁ ହୋଇଥାଏ ।[5] [3] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[5] ୨୧୦୦ ସୁଦ୍ଧା ଏହା ଅଧିକ ସାଧାରଣ ହେବ ବୋଲି ପୂର୍ବାନୁମାନ କରାଯାଇଛି ।[6]