କଙ୍କାଳ
ଦେହରେ ଥିବା ଅସ୍ଥି ଓ ଉପାସ୍ଥି ଯାହା ଅନ୍ୟାନ୍ୟ ନରମ ଅଙ୍ଗମାନଙ୍କୁ ଅବଲମ୍ବନ ଓ ସୁରକ୍ଷା ଦିଏ । / From Wikipedia, the free encyclopedia
କଙ୍କାଳ ଶବ୍ଦର ଇଂରାଜୀ ପ୍ରତିଶବ୍ଦ ହେଉଛି ସ୍କେଲିଟନ୍ (Skeleton) ଯାହାକି ଏକ ଗ୍ରିକ୍ ଶବ୍ଦ ଓ ତାହାର ଅର୍ଥ ହେଉଛି ଶୁଷ୍କ ଦେହ ବା ମମି (skeletos = "dried-body", "mummy") । ଏହା ଶରୀରର ଏପରି ଏକ ଅଙ୍ଗ ଯିଏ ଜୀବର ସମୁଦାୟ ଶରୀରକୁ ଆଶ୍ରା (Support) ଦିଏ । ଦୁଇ ପ୍ରକାର କଙ୍କାଳ ଅଛି: ବହିଃ କଙ୍କାଳ ଓ ଅନ୍ତଃ କଙ୍କାଳ । ଯେଉଁ କଙ୍କାଳ ଜୀବ ଶରୀରର ବହିଃ ଆବରଣ ବା ଘୋଡ଼ଣୀ ଭଳି ଥାଏ ତାହାକୁ ବହିଃ କଙ୍କାଳ କହନ୍ତି । ଶରୀର ଅଭ୍ୟନ୍ତରରେ ଥିବା କଙ୍କାଳକୁ ଅନ୍ତଃ କଙ୍କାଳ କହନ୍ତି ।