କାର୍ବାମାଜେପିନ
From Wikipedia, the free encyclopedia
କାର୍ବାମାଜେପିନ (ସିବିଜେଡ) ଏକ ଔଷଧର ନାମ ଯାହାର ବ୍ୟବସାୟିକ ନାମ ପ୍ରାରମ୍ଭରେ ଟେଗ୍ରେଟଲ ଥିଲା । ଏହା ପ୍ରଥମେ ଏପିଲେପ୍ସି ଓ ସ୍ନାୟୁଜନିତ ଯନ୍ତ୍ରଣା ପାଉଥିବା ରୋଗୀଙ୍କୁ ଦିଆଯାଉଥିଲା । [2] ବାତ ମାରୁଥିଲେ ଫେନିଣ୍ଟଏନ ଓ ଭାଲପ୍ରୋଏଟ ଭଳି କାମ ଦିଏ । [3][4] ଆବସେନ୍ସ ସିଜର ବା ଅନୁପସ୍ଥିତ ବାତ ଓ ମାୟୋକ୍ଲୋନିକ ସିଜରରେ କାମ ଦିଏନାହିଁ । ଅନ୍ୟାନ୍ୟ ଔଷଧ ସହିତ ଏହା ସିଜିଫ୍ରେନିଆ ଓ ଦ୍ୱିତୀୟ ଧାଡ଼ି ଔଷଧରୂପେ ବାଇପୋଲାର ଡିଜଅର୍ଡ଼ର ରୋଗରେ ବ୍ୟବହାର କରାଯାଇପାରେ । [2] ଦିନକୁ ୨ରୁ ୪ ଥର ଦିଆଯାଏ । [2] ଏହା ଏକ କଣ୍ଟ୍ରୋଲଡ ରିଲିଜ ଔଷଧ ଆକାରରେ ମିଳୁଛି ଯାହାର ପାର୍ଶ୍ୱ ପ୍ରତିକ୍ରିୟା କମ ଥିବା ଜଣାଯାଉଛି । [5]
Clinical data | |
---|---|
Trade names | ଟେଗ୍ରେଟଲ |
AHFS/Drugs.com | monograph |
MedlinePlus | a682237 |
data |
|
Pregnancy category |
|
Routes of administration | Oral |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | ~100%[1] |
Protein binding | 70-80%[1] |
Metabolism | Hepatic—by CYP3A4, to active epoxide form (carbamazepine-10,11 epoxide)[1] |
Elimination half-life | 36 hours (single dose), 16-24 hours (repeated dosing)[1] |
Excretion | Urine (72%), feces (28%)[1] |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.005.512 |
Chemical and physical data | |
Formula | C15H12N2O |
Molar mass | 236.269 g/mol |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣତଃ ଓକାଳ ଓ ତନ୍ଦ୍ରା ଅନୁଭବ ଭଳି ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ଅନ୍ୟାନ୍ୟ ତୀବ୍ର ପ୍ରତିକ୍ରିୟା ମଧ୍ୟରେ ଚର୍ମ ରାସ, ଅସ୍ଥି ମଜ୍ଜାର କାମ କମ ହେବା, ଆତ୍ମହତ୍ୟା ପ୍ରବଣତା ଓ ମାନସିକ ବିପର୍ଯ୍ୟୟ ହୁଏ । ଅସ୍ଥି ମଜ୍ଜା ବେମାରୀ ଥିଲେ ଏହା ବ୍ୟବହାର କରାଯାଏ ନାହିଁ । ଗର୍ଭାବସ୍ଥାରେ ଏହା ଦେଲେ ପିଲାର କ୍ଷତି ହୁଏ ନାହିଁ କିନ୍ତୁ ବାତ ମାରୁଥିଲେ ଏହା ବନ୍ଦ କରିବା ଉଚିତ ନୁହେଁ । ସ୍ତନ୍ୟପାନ କରାଉଥିବା ସମୟରେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ । ବୃକ୍କ ଓ ଯକୃତ ବେମାରୀ ଥିଲେ ହୁସିଆର ରହିବା ଆବଶ୍ୟକ । [2]
ସନ ୧୯୫୩ରେ ସୁଇସ ରସାୟନବିତ ୱାଲଟର ସିଣ୍ଡର (Walter Schindler) କାର୍ବାମାଜେପିନ ଆବିଷ୍କାର କରିଥିଲେ । [6] ଏହା ମାର୍କେଟରେ ୧୯୬୨ ମସିହାର ବିକ୍ରି ଆରମ୍ଭ ହୋଇଥିଲା । [7] ଏହା ଜେନେରିକ ଔଷଧ ନାମରେ ମିଳେ ଓ ଦାମିକା ନୁହେଁ । [8] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଡେଲ ଅତ୍ୟାବଶ୍ୟକ ଔଷଧ ତାଲିକାରେ ଏହାର ନାମ ଅଛି ଓ ଏହା ମୌଳିକ ସ୍ୱାସ୍ଥ୍ୟ ତନ୍ତ୍ରର ଏକ ପ୍ରମୁଖ ଔଷଧ । [9]