କ୍ଲାରିଥ୍ରୋମାଇସିନ
From Wikipedia, the free encyclopedia
କ୍ଲାରିଥ୍ରୋମାଇସିନ, ବିକ୍ରୟ ନାମ ବାଇଆକ୍ସିନ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ବିଭିନ୍ନ ପ୍ରକାର ଜୀବାଣୁ ସଂକ୍ରମଣ ଚିକିତ୍ସା ନିମନ୍ତେ ଦିଆଯାଏ ।[1] ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ, ନିମୋନିଆ, ଚର୍ମ ସଂକ୍ରମଣ, ଏଚ ପାଇଲୋରି ସଂକ୍ରମଣ ଓ ଲାଇମ ଇତ୍ୟାଦି ରୋଗରେ ଏହା ଦିଆଯାଏ । ବଟିକା ବା ତରଳ ପଦାର୍ଥ ଆକାରରେ ଏହା ପାଟିରେ ଦିଆଯାଏ । [1]
Clinical data | |
---|---|
Trade names | Biaxin |
AHFS/Drugs.com | monograph |
MedlinePlus | a692005 |
Pregnancy category | |
Routes of administration | by mouth, intravenous |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 50% |
Protein binding | low binding |
Metabolism | hepatic |
Elimination half-life | 3–4 h |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEMBL | |
ECHA InfoCard | 100.119.644 |
Chemical and physical data | |
Formula | C38H69NO13 |
Molar mass | 747.953 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଅଇ, ବାନ୍ତି, ମୁଣ୍ଡବଥା ଓ ତରଳ ଝାଡ଼ା ଇତ୍ୟାଦି ଏହି ଔଷଧର ପ୍ରତିକ୍ରିୟା ହେବାର ସମ୍ଭାବନା ଥାଏ । ସାଙ୍ଘାତିକ ଆଲର୍ଜି ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଯକୃତ ସମସ୍ୟା ଦେଖାଯାଇପାରେ । ଗର୍ଭାବସ୍ଥାରେ ଏହା ଗ୍ରହଣ କଲେ କ୍ଷତି ହୋଇପାରେ । ଏହା ମାକ୍ରୋଲାଇଡ ଶ୍ରେଣୀର ଔଷଧ ଓ ଜୀବାଣୁର ପ୍ରୋଟିନ ତିଆରି ପଦ୍ଧତିକୁ ବନ୍ଦ କରି ଜୀବାଣୁ ବୃଦ୍ଧି ବନ୍ଦ କରେ । [1]
କ୍ଲାରିଥ୍ରୋମାଇସିନ ସନ ୧୯୮୦ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।[2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1]ଏହାର ପ୍ରତି ଡୋଜ ପିଛା ହୋଲସେଲ ମୂଲ୍ୟ ୦.୧୩ରୁ ୦.୭୯ ଆମେରିକୀୟ ଡଲାର ।[4] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ମଧ୍ୟମ ଧରଣର ଦାମିକା, ଚିକିତ୍ସା ନିମନ୍ତେ ଗୋଟିଏ କୋର୍ସ ନିମନ୍ତେ ୫୦ରୁ ୧୦୦ ଡଲାର ଦେବାକୁ ପଡ଼େ । [5]ଏହା ଏରିଥ୍ରୋମାଇସିନରୁ ପ୍ରସ୍ତୁତ କରାଯାଏ ଓ ଏହାର ରାସାୟନିକ ନାମ ୬-୦-ମିଥାଇଲଏରିଥ୍ରୋମାଇସିନ ।[6]