ଡାଇନୋସର ଶ୍ରେଣୀବିଭାଗ
From Wikipedia, the free encyclopedia
ଡାଇନୋସର ବିଭାଗୀକରଣ ୧୮୪୨ରେ ଆରମ୍ଭ ହୋଇଥିଲେ ଯେତେବେଳେ ସାର୍ ରିଚାର୍ଡ୍ ଓୱେନ୍, ଇଗୁଆନୋଡନ୍, ମାଗାଲୋସରସ୍, ଓ ହାଇଲିଓସରସ୍କୁ ସରିଆନ୍ (Saurian) ସରିସୃପମାନଙ୍କର ଏକ ସ୍ୱତନ୍ତ୍ର ଟ୍ରାଇବ (tribe) ବା ଉପବର୍ଗ (suborder)ରେ ରଖିଲେ ଓ ଲେଖିଥିଲେ - "for which I would propose the name of Dinosauria."[1] ୧୮୮୭ ଓ ୧୮୮୮ରେ ହ୍ୟାରୀ ସୀଲୀ ତାଙ୍କର ଅଣ୍ଟା ଗଠନ (hip structure) ଆଧାରରେ ଦୁଇଟି ବର୍ଗ (order)ରେ ଭାଗକଲେ,ଯଥା - ସରିସ୍କିଆ ଏବଂ ଅର୍ନିଥିସ୍କିଆ ।[2] ତାଙ୍କ ବିଭାଗୀକରଣ ସଠିକ ବୋଲି ଜଣାଗଲା; ଏପରିକି ବାହ୍ୟଗଠନ ସମ୍ପର୍କିତ ବହୁ ଆବିଷ୍କାର ପରେ ବି ଏହା ବ୍ୟବହାର ହେଉଛି ।