ବ୍ୟୁପ୍ରୋପିଅନ
ଯୌଗିକ ରାସାୟନିକ ପଦାର୍ଥ / From Wikipedia, the free encyclopedia
ବ୍ୟୁପ୍ରୋପିଅନ (ଇଂରାଜୀ ଭାଷାରେ Bupropion, ଏକ ବିକ୍ରୟ ନାମ ୱେଲବୁଟ୍ରିନ Wellbutrin ଓ ଜାଇବାନ/ Zyban) ଏକ ଔଷଧ (medication) ଯାହା ଅବସାଦରୋଧୀ (antidepressant) ଓ ଧୂମ୍ରପାନ ବନ୍ଦ କରିବା (smoking cessation) ଚିକିତ୍ସାରେ ପ୍ରୟୋଗ କରାଯାଏ ।[8] ଏହା ସ୍ୱୟଂ ଏକ ଅବସାଦରୋଧୀ ଔଷଧ ଓ ପ୍ରଥମ ଧାଡ଼ିର ଏସଏସଆରସି ଅବସାଦରୋଧୀ (SSRI antidepressant) ଔଷଧ କାମ ନକଲେ ଏହାକୁ ତା ସାଥିରେ ଦିଆଯାଏ ।[8][9] ଏହା ବଟିକା ଆକାରରେ ଦିଆଯାଏ ଓ ଅଧିକାଂଶ ଦେଶମାନଙ୍କରେ ପ୍ରେସକ୍ରିପସନରେ ମିଳେ । [8]
Clinical data | |
---|---|
Pronunciation | /bjuːˈproʊpiɒn/ BEW-PROH-PEE-on |
Trade names | Wellbutrin, Zyban, others |
Synonyms | Amfebutamone; 3-Chloro-N-tert-butyl-β-keto-α-methylphenethylamine; 3-Chloro-N-tert-butylcathinone; Bupropion hydrochloride[1] |
AHFS/Drugs.com | monograph |
MedlinePlus | a695033 |
data |
|
Pregnancy category |
|
Dependence liability | None to very low |
Addiction liability | None to very low |
Routes of administration | Medical: by mouth Recreational: by mouth, insufflation, intravenous |
ATC code |
|
Legal status | |
Legal status |
|
Pharmacokinetic data | |
Protein binding | 84% (bupropion), 77% (hydroxybupropion metabolite), 42% (threohydrobupropion metabolite)[2] |
Metabolism | Liver (mostly CYP2B6-mediated hydroxylation, but with some contributions from CYP1A2, CYP2A6, CYP2C9, CYP3A4, CYP2E1 and CYP2C19)[2][3][4][5] |
Elimination half-life | 12–30 hours[4][6][7] |
Excretion | Renal (87%; 0.5% unchanged), faecal (10%)[2][3][4] |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
Chemical and physical data | |
Formula | C13H18ClNO |
Molar mass | 239.74 g/mol |
3D model (JSmol) | |
SMILES
| |
InChI
| |
(verify) |
ବ୍ୟୁପ୍ରୋପିଅନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ନିଦ୍ରା ସମସ୍ୟା, ମୁଣ୍ଡ ବିନ୍ଧା ଓ ଉତ୍ତେଜନା ହୋଇପାରେ । [8] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଅଧିକ ବାତ ବା ସିଜର ସଙ୍କଟ (risk for epileptic seizures) ଓ ଆତ୍ମହତ୍ୟା ପ୍ରବଣତା ହୋଇପାରେ ।[8] ବାତ ସଙ୍କଟ ଯୋଗୁ ଏହାକୁ ମାର୍କେଟରୁ ପ୍ରତ୍ୟାହୃତ କରାଯାଇଥିଲା ଓ ପରେ ଏହାର ମାତ୍ରା କମ୍ କରିବା ପରେ ପୁନର୍ବାର ଆସିଲା ।[10] ଅନ୍ୟ ଅବସାଦରୋଧୀ ଔଷଧ ଭଳି ଏହାର ଯୌନ (sexual dysfunction) ଓ ନିଦ୍ରାଳୁ ଭାବ (sleepiness) ହୁଏ ନାହିଁ କିନ୍ତୁ ଓଜନ ହ୍ରାସ (weight loss) ହୋଇପାରେ । [10] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[8][11]
ବ୍ୟୁପ୍ରୋପିଅନ କେତେକ ଭିନ୍ନ ଭିନ୍ନ ଜୈବିକ ଟାର୍ଗେଟକୁ (biological target) ପ୍ରଭାବିତ କରି କାର୍ଯ୍ୟକ୍ଷମ ହୁଏ ।[10][12] ଏହା ଏକ ନରଏପିନେଫ୍ରିନ-ଡୋପାମିନ ରିଅପଟେକ ଇନହିବିଟର (norepinephrine-dopamine reuptake inhibitor|/ NDRI) ଓ ନିକୋଟିନିକ ରିସେପ୍ଟର ଆଣ୍ଟାଗୋନିସ୍ଟ (nicotinic receptor antagonist) ।[12][13] ଏହା ଏକ ପ୍ରକାର ଅସ୍ୱାଭାବିକ ଅବସାଦରୋଧୀ (atypical antidepressant) ଔଷଧ ଓ ଅନ୍ୟମାନଙ୍କଠାରୁ ପୃଥକ୍ ।[14] ରାସାୟନ ଅନୁସାରେ ବ୍ୟୁପ୍ରୋପିଅନ ଏକ ଆମିନୋକିଟୋନ (aminoketone) ଯାହା ଫେନିଥିଲାମିନ (phenethylamine) ଭଳି ଏକ ସବସ୍ଟିଚ୍ୟୁଟେଡ କାଥିନୋନ (en:substituted cathinone) ଶ୍ରେଣୀର (class) ଔଷଧ ।[1][15]
ବ୍ୟୁପ୍ରୋପିଅନ ପ୍ରଥମେ ନରିମନ ମେହଟା (Nariman Mehta) ପ୍ରସ୍ତୁତ କରିଥିଲେ ଓ ସନ ୧୯୭୪ରେ ବୁରୋଜ ୱେଲକମ (Burroughs Wellcome) ପେଟେଣ୍ଟ କରିଥିଲେ ।[16] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୫ରେ ପ୍ରଥମେ ଏହା ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[8] ସନ ୨୦୦୦ରେ ଏହାର ବ୍ୟୁପ୍ରୋପିଅନ ନାମ ରଖିବା ପୂର୍ବରୁ ଏହାର ନାମ ପ୍ରଥମେ ଆମ୍ଫେବୁଟାମୋନ ରଖାଯାଇଥିଲା ।[17] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୦.୫୦ ଡଲାରରୁ କମ୍ ଥିଲା ।[18] ସନ ୨୦୧୬ରେ ଏହାର ୨୨୩ ନିୟୁତ ପ୍ରେସକ୍ରିପସନ ହୋଇ ୨୮ତମ ସର୍ବାଧିକ ପ୍ରେକ୍ରିପସନର ମାନ୍ୟତା ଲାଭ କରିଥିଲା ।[19]