ମେଲାଟୋନିନ
ପାଇନିଆଲ ଗ୍ରନ୍ଥିରୁ ଏହା ନିର୍ଗତ ହୁଏ ଓ ନିଦ୍ରା-ଜାଗ୍ରତ ଚକ୍ରକୁ ନିୟନ୍ତଣ କରେ । / From Wikipedia, the free encyclopedia
ମେଲାଟୋନିନ (ଇଂରାଜୀ ଭାଷାରେ Melatonin) ଏକ ଅନ୍ତଃସ୍ରାବ ବା ହରମୋନ (hormone) ଯାହା ନିଦ୍ରା-ଜାଗ୍ରତ ଚକ୍ରକୁ (sleep-wake cycles) ନିୟନ୍ତଣ କରେ ।[3] ପାଇନିଆଲ ଗ୍ରନ୍ଥି (pineal gland) ନାମକ ଏକ ଅନ୍ତଃସ୍ରାବୀ ଗ୍ରନ୍ଥିରୁ ଏହା ନିର୍ଗତ ହୁଏ ।[3][4] ଜେଟ ଲାଗ (jet lag) ବା ସିଫ୍ଟ (shift work) କାମ ଭଳି କାମ କରୁଥିବା ଲୋକଙ୍କର ନିଦ୍ରାହୀନତା (trouble sleeping) ନିମନ୍ତେ ସ୍ୱଳ୍ପକାଳୀନ ଚିକିତ୍ସାରେ ପରିପୂରକ ଭାବରେ ବ୍ୟବହୃତ ହୁଏ ।[5][6] ଏହାର ଉପକାରୀତା ବିଷୟ କିନ୍ତୁ ସ୍ପଷ୍ଟ ହୋଇନାହିଁ । [7] ଗୋଟିଏ ଅନୁଶୀଳନରେ ନିଦ୍ରା ୬ ମିନିଟ ପୂର୍ବରୁ ହେଲା କିନ୍ତୁ ନିଦ୍ରା ସମୟର କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ ।[5] ରାମେଲଟିଅନ (ramelteon) ଔଷଧ ମଧ୍ୟ ଏହା ଭଳି କାମ କରେ ।[5] ଏହା ପାଟିରେ ଦିଆଯାଏ । [6]
Clinical data | |
---|---|
Pronunciation | /ˌmɛləˈtoʊnɪn/ (listen) |
Trade names | Many[1] |
Synonyms | N-acetyl-5-methoxy tryptamine[2] |
AHFS/Drugs.com | Consumer Drug Information |
data |
|
Routes of administration | By mouth, sublingual, transdermal |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 30–50% |
Metabolism | Liver via CYP1A2 mediated 6-hydroxylation |
Metabolites | 6-hydroxymelatonin, N-acetyl-5lhydroxytryptamine, 5-methoxytryptamine |
Elimination half-life | 30–50 minutes[3] |
Excretion | Kidney |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
ECHA InfoCard | 100.000.725 |
Chemical and physical data | |
Formula | C13H16N2O2 |
Molar mass | ୨୩୨.୨୮ g·mol−1 |
3D model (JSmol) | |
Melting point | 117 °C (243 °F) |
SMILES
| |
InChI
| |
(verify) |
ସ୍ୱଳ୍ପ ମାତ୍ରାରେମେଲାଟୋନିନର ପ୍ରତିକ୍ରିୟା ଅତି କମ୍ ହୁଏ ।[3][8] ଏହାର ପ୍ରତିକ୍ରିୟାରେ ନିଦ୍ରାଭାବ, ମୁଣ୍ଡବଥା, ଅଇ ଓ ଅସାଧାରଣ ସ୍ୱପ୍ନ (dreams) ହୋଇପାରେ ।[8][9][10] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହା ନଦେବାକୁ କୁହାଯାଏ ।[10][6] ଯକୃତ ସମସ୍ୟା (liver problems) ଥିଲେ ମଧ୍ୟ ଏହା ଦିଆଯାଏ ନାହିଁ ।[6]
ପଶୁମାନଙ୍କ ଦେହରେ ମେଲାଟୋନିନ ହରମୋନଦ୍ୱାରା ରକ୍ତଚାପ (blood pressure) ନିୟନ୍ତ୍ରଣ, ସିରକାଡିଆନ ରିଦ୍ମରେ (circadian rhythm) ଥିବା ନିଦ୍ରା-ଜାଗ୍ରତ ଚକ୍ର ଓ ଋତୁ ପ୍ରଜନନ (reproduction) ସମ୍ଭବ ହୁଏ ।[11] ଏହି ଔଷଧ ମେଲାଟୋନିନ ରିସେପ୍ଟରକୁ ସକ୍ରିୟ କରିବାଦ୍ୱାରା ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣଦ୍ୱାରା ବିଭିନ୍ନ ପ୍ରଭାବ ପକାଇପାରେ ।[12][13][14] ଚାରାରେ (plants) ଏହା ଅକ୍ସିଡେଟିଭ ଚାପକୁ (oxidative stress) ପ୍ରତିରୋଧ କରେ ।[15] ବିଭିନ୍ନ ଖାଦ୍ୟରେ ମଧ୍ୟ ମେଲାଟୋନିନ ଥାଏ ।[8]
ସନ ୧୯୫୮ରେ ମେଲାଟୋନିନ ଆବିଷ୍କୃତ ହୋଇଥିଲା ।[3] କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାର ଦୋକାନରେ (over the counter) ଏହା ମିଳେ ।[8][9] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏହା ପ୍ରେସକ୍ରିପସନରେ ମିଳେ ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧-୪ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[5][8] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼େ ।[6] ଏହା ଏଫଡିଏ (FDA-approved) ସ୍ୱୀକୃତି ପ୍ରାପ୍ତ ନୁହେଁ । [8] ୟୁରୋପ ଓ ଅଷ୍ଟ୍ରେଲିଆରେ ୫୪ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କର ନିଦ୍ରା ସମସ୍ୟା ନିମନ୍ତେ ଏହା ସ୍ୱୀକୃତିପ୍ରାପ୍ତ ଅଛି ।[16]