ଶକ୍ତ-ବ୍ୟକ୍ତି ସିଣ୍ଡ୍ରୋମ
ଏହା ଏକ ସ୍ନାୟବିକ ରୋଗ ଯେଉଁଥିରେ ମାଂସପେଶୀ ସ୍ପାଜ୍ମ ଯୋଗୁ କଠିନ ହୋଇଯାଏ ଓ ସମୟ କ୍ରମେ ଖରାପ ଦିଗାକୁ ଗତି କରେ । / From Wikipedia, the free encyclopedia
ଶକ୍ତ-ବ୍ୟକ୍ତି ସିଣ୍ଡ୍ରୋମ ( SPS ) ହେଉଛି ଏକ ସ୍ନାୟବିକ ରୋଗ ଯେଉଁଥିରେ ମାଂସପେଶୀ ସ୍ପାଜ୍ମ ଯୋଗୁ କଠିନ ହୋଇଯାଏ ଓ ସମୟ କ୍ରମେ ଖରାପ ଦିଗାକୁ ଗତି କରେ ।[2] [1] ଏହା ମୁଖ୍ୟତଃ ମଧ୍ୟ ଶରୀର, ତଣ୍ଟି, ବାହୁ ଏବଂ ଗୋଡ଼କୁ ପ୍ରଭାବିତ କରିଥାଏ । [2] ଉଚ୍ଚ ଧ୍ୱନି, ସ୍ପର୍ଶ କିମ୍ବା ଭାବନାଦ୍ୱାରା ଏହା ସୃଷ୍ଟି ହୋଇପାରେ । [1] ରୋଗ ଜଟିଳ ହେଲେ ଖରାପ ସ୍ଥିତି, ଅସ୍ଥି ଭଗ୍ନ, ସ୍ଥାୟୀ ଯନ୍ତ୍ରଣା ଏବଂ ବାରମ୍ବାର ପଡ଼ିବା ହୋଇପାରେ । [2] [1] [4]
Stiff-person disease | |
---|---|
Stiff-man syndrome (SMS), Moersch-Woltman syndrome[1] | |
ବିଭାଗ | Neurology |
ଲକ୍ଷଣ | Stiff muscles, spasms, pain[2][3] |
ଆକ୍ରାନ୍ତ ସମୟ | 20 to 60[3] |
ଅବଧି | Progressive worsening[3] |
କାରଣ | Unclear, autoimmune mechanism[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and supported by blood tests and electromyography[3] |
ସଠିକ ରୋଗ ନିର୍ଣ୍ଣୟ | Parkinsons, multiple sclerosis, fibromyalgia, psychosomatic illness, anxiety[2] |
ଚିକିତ୍ସା | Diazepam, baclofen, gabapentin, intravenous immunoglobulin[2][4] |
Prognosis | Often poor[4][5] |
ପୁନଃପୌନିକ | Rare[1] |
ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଅସ୍ପଷ୍ଟ, ଯଦିଓ ଏହା ଏକ ଅଟୋଇମ୍ମ୍ୟୁନ କ୍ରିୟାବିଧି ସହିତ ଜଡିତ ଥାଇପାରେ ବୋଲି ବିଶ୍ୱାସ କରାଯାଏ ।[2] କେତେକ କ୍ଷେତ୍ରରେ ଏହା ଅନ୍ୟ ଅଟୋମ୍ୟୁମ୍ୟୁନ୍ ଅବସ୍ଥା ସହିତ ଜଡିତ ଥାଇପାରେ, ଯେପରିକି ମଧୁମେହ ଟାଇପ୍ ୧। [5] ଅସାଧାରଣ ଭାବରେ ଏହା ଏକ ପାରାନିଓପ୍ଲାଷ୍ଟିକ ସିଣ୍ଡ୍ରୋମ ଭାବରେ ଦେଖାଯାଏ । [4] [5] ରକ୍ତରେ କିମ୍ବା ସେରେବ୍ରୋସ୍ପାଇନାଲ ଫ୍ଲୁଇଡରେ ଗ୍ଲୁଟାମିକ୍ ଏସିଡ୍ ଡିକାରବକ୍ସିଲେଜ୍ (GAD) ବିରୁଦ୍ଧରେ ଅତ୍ୟଧିକ ଉଚ୍ଚ ଆଣ୍ଟିବଡି ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । [2] [4] ଇଲେକ୍ଟ୍ରୋମାୟୋଗ୍ରାଫି ମଧ୍ୟ ଉପଯୋଗୀ ହୋଇପାରେ । [1]
ଲକ୍ଷଣ ଅନୁଯାୟୀ ଡାଏଜେପାମ, ବାକ୍ଲୋଫେନ୍ କିମ୍ବା ଗାବାପେଣ୍ଟିନ୍ ଭଳି ଔଷଧ ସହିତ ଚିକିତ୍ସା କରାଯାଇପାରେ । [2] ଶିରାଭ୍ୟନ୍ତର ଇମ୍ୟୁନୋଗ୍ଲୋବୁଲିନ କିମ୍ବା ପ୍ଲାଜମାଫେରେସିସ୍ ମଧ୍ୟ ସାହାଯ୍ୟ କରିପାରେ । [2] [4] ଏହା ସାଧାରଣତଃ ଏକ ଖରାପ ଜୀବନଚର୍ଯ୍ୟାରେ ପରିଣତ ହୁଏ, ଫଳସ୍ୱରୂପ ଉଦାସୀନତା କିମ୍ବା ଉଦ୍ବେଗ ପ୍ରାୟ ଘଟେ । [4] [5] ଏହି ରୋଗ ଯୋଗୁ ଆୟୁଷ କମିଯାଏ । [5]
ଶକ୍ତ-ବ୍ୟକ୍ତି ସିଣ୍ଡ୍ରୋମ ଏକ ବିରଳ ରୋଗ ଯାହା ପ୍ରାୟ ଦଶ ଲକ୍ଷ ଲୋକଙ୍କ ମଧ୍ୟରେ ଜଣକର ଥିବା ଦେଖାଯାଏ ।[4] ଏହି ରୋଗର ଆରମ୍ଭ ପ୍ରାୟ ୨୦ରୁ ୬୦ବର୍ଷ ବୟସ ମଧ୍ୟରେ ହୋଇଥାଏ, ଯଦିଓ ପିଲାମାନଙ୍କଠାରେ ଏହା ଅସ୍ୱାଭାବିକ ଭାବରେ ହୋଇପାରେ । [3] ମହିଳାମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ପ୍ରଭାବିତ ହୁଅନ୍ତି । [2] ଏହି ଅବସ୍ଥା ପ୍ରଥମେ ୧୯୫୬ ମସିହାରେ ଫ୍ରେଡେରିକ୍ ମୋର୍ଚ ଏବଂ ହେନେରୀ ୱୋଲଟମ୍ୟାନଦ୍ୱାରା ବର୍ଣ୍ଣନା କରାଯାଇଥିଲା। [3]