ଅବୁନଦାନ୍ତିଆ
From Wikipedia, the free encyclopedia
ପୁରାତନ ରୋମାନ ଧର୍ମରେ (ancient Roman religion), ଅବୁନଦାନ୍ତିଆ, ଅନ୍ୟ ନାମ ଆବୁନ୍ଦିତା (ଲାଟିନ୍ ଉଚ୍ଚାରଣ: [abʊnˈdantɪ.a]) ପ୍ରାଚୁର୍ଯ୍ୟ ଓ ସମୃଦ୍ଧିର ସ୍ୱର୍ଗୀୟ ଦେବୀ ଅବତାରକୁ (personification) ବୁଝାଏ । [1] ଅବୁନଦାନ୍ତିଆ ନାମର ଅର୍ଥ ପ୍ରାଚୁର୍ଯ୍ୟ ବା ଧନଧାନ୍ୟ ।[1] ଏହି ନାମଟି ଠିକ୍ ଖାପ ଖାଇଯାଉଛି ଯେହେତୁ ଇଂରାଜୀରେ ଅବୁନଦାନ୍ତିଆ (Abundantia) ଅର୍ଥ ପ୍ରାଚୁର୍ଯ୍ୟ (abundance), ଅର୍ଥକରୀ, ସମୃଦ୍ଧି, ଭାଗ୍ୟ, ଦାମିକା ଓ ସଫଳତାର ଦେବୀଙ୍କୁ ବୁଝାଉଛି ।[2] ସେହି ଦେବୀ ଆପଣଙ୍କର ସଞ୍ଚୟ ଓ ପୁଞ୍ଜି ନିବେଶକୁ ସୁରକ୍ଷା ଦିଅନ୍ତି । [2] ମୁଲ୍ୟବାନ କିଣିବାରେ ଅବୁନଦାନ୍ତିଆ ସାହାଯ୍ୟ କରନ୍ତି ।[2] ଧାର୍ମିକ ପ୍ରଚାରରେ ରୋମାନ ସଦଗୁଣର ସେ ପ୍ରତିମୂର୍ତ୍ତୀ ଥିଲେ ଓ ରାଜ ପରିବାରର ସ୍ୱର୍ଣ୍ଣିମ କାଳକୁ ସୁନିଶ୍ଚିତ କରୁଥିଲେ ।[3] ରୋମାନ କଳା, ସଂସ୍କୃତି ଓ ସାହିତ୍ୟରେ ଅବୁନଦାନ୍ତିଆଙ୍କର ଭୂମିକା ଥିଲା କିନ୍ତୁ ପୁରାଣରେ ନଥିଲା । ରୋମାନ ଗାଉଲ ଓ ମଧ୍ୟଯୁଗୀୟ ଫ୍ରାନସରେ ସେ ଜୀବିତ ଥାଇପାରନ୍ତି । ଅବୁନଦାନ୍ତିଆ ଶସ୍ୟ ଓ ମୁଦ୍ରା ଭରା ଗୋଟିଏ ଛେଳି ଶିଙ୍ଗ ଧରିଥାଆନ୍ତି ।[2] ବେଳେବେଳେ କୌଣସି ଲୋକର ଘରେ ଉପହାର ସ୍ୱରୂପ ସେ କିଛି ଶସ୍ୟ ବା ମୁଦ୍ରା ଛାଡ଼ିଯାଆନ୍ତି ।[2]