ଗାନ୍ଧୀବାଦୀ ଚିକିତ୍ସକ ଓ ସମାଜସେବୀ From Wikipedia, the free encyclopedia
ଆଇଜାକ ସାନ୍ତ୍ରା (୩ ନଭେମ୍ବର ୧୮୯୨ – ୨୯ ଅଗଷ୍ଟ ୧୯୬୮) ଜଣେ ଗାନ୍ଧୀବାଦୀ ଚିକିତ୍ସକ ଓ ସମାଜସେବୀ ଥିଲେ ।[1] ଭାରତରୁ କୁଷ୍ଠ ରୋଗର ମୂଳତ୍ପାଟନ ଦିଗରେ ସେ କାର୍ଯ୍ୟ କରିଥିଲେ ।[2][3] ୧୯୫୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[4]
ଆଇଜାକ ସାନ୍ତ୍ରା | |
---|---|
ଜନ୍ମ | |
ମୃତ୍ୟୁ | ୨୯ ଅଗଷ୍ଟ ୧୯୬୮ ୭୫) ସମ୍ବଲପୁର | (ବୟସ
21.47°N 83.97°E | |
ବୃତ୍ତି | Physician |
ପ୍ରସିଦ୍ଧି | କୁଷ୍ଠ ନିରାକରଣ ଦିଗରେ କାର୍ଯ୍ୟ |
ବୈବାହିକ-ସାଥୀ | ରାଜକୁମାରୀ ଦାସ |
ସନ୍ତାନ | ଦିଲ୍ଲୀପ କୁମାର ଦାସ |
ପୁରସ୍କାର | ପଦ୍ମଶ୍ରୀ ରାଏ ସାହେବ |
ଆଇଜାକ ସାନ୍ତ୍ରା ୧୯୮୨ ମସିହା ନଭେମ୍ବର ୩ତାରିଖରେ [5] ସମ୍ବଲପୁରର ଏକ ଗରିବ ପାଦ୍ରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । [1] ପିତାଙ୍କ ଇଚ୍ଛା ଥିଲା ଆଇଜାକ ପାଦ୍ରୀ ହୁଅନ୍ତୁ,[5] ଆଇଜାକ କିନ୍ତୁ ସମ୍ବଲପୁରରେ ନିଜ ପ୍ରାଥମିକ ଶିକ୍ଷା ସମାପ୍ତ କରି, ୧୯୧୯ମସିହାରେ ଡାକ୍ତରୀ ପଢ଼ିବା ପାଇଁ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । ଡାକ୍ତରୀ ପଢ଼ିବା ବେଳର ଅଭିଜ୍ଞତା ତଥା କୁଷ୍ଠ ରୋଗକୁ ନେଇ ସମାଜରେ ପ୍ରଚଳିତ କଳଙ୍କ, ତାଙ୍କୁ କୃଷ୍ଠ ନିରାକରଣ ଦିଗରେ କାର୍ଯ୍ୟକରିବାକୁ ପ୍ରେରିତ କରିଥିଲା ।[1]ଆଇଜାକ ଶିକ୍ଷା ସମାପ୍ତ କରି ସରକାରୀ ଚାକିରିରେ ଯୋଗଦେଇଥିଲେ । ୧୯୨୭-୩୧ ମଧ୍ୟରେ "ଲେପ୍ରସି ସର୍ଭେ ଅଫ ଇଣ୍ଡିଆ"ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୧୯୩୨ ମସିହାରେ ସେ "ଲେପ୍ରସି ପ୍ରିଭେନସନ ସୋସାଇଟି ଅଫ ଗ୍ରେଟ ବ୍ରିଟେନ"ର ସଭ୍ୟ ଭାବରେ ମନୋନୀତ ହୋଇ, ୧୯୪୭ ମସିହାରେ ସେବାନିବୃତ ହେବା ପର୍ଯ୍ୟନ୍ତ ସେଠାରେ କାମ କରିଥିଲେ । [1] "ଇଣ୍ଟରନେସନାଲ ଲେପ୍ରସି ଆସୋସିଏସନ"ର ବିଶେଷଜ୍ଞ ଭାବରେ ସେ ଜାପାନ ଓ ନାଇଜେରିଆ ଆଦି ରାଷ୍ଟ୍ରରେ ମଧ୍ୟ କାମ କରିଥିଲେ ।[6] "ନୋଟସ ଅନ ଲେପ୍ରସିଇନ୍ ଜାପାନ" ନାମକ ଏକ ପୁସ୍ତକ ରଚନା କରିଥିଲେ । [7]
ସେବା ନିବୃତ ହେବା ପରେ, ଆଇଜାକ ୧୯୫୧ମସିହାରେ ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମାରେ ଥିବା ଛୋଟ ଗ୍ରାମ ହାତିବାଡ଼ିଠାରେ, "ହାତିବାଡ଼ି କୁଷ୍ଠାଶ୍ରମ" ପ୍ରତିଷ୍ଠା କରିଥିଲେ[3][5] । ଡାପ୍ସୋନ ଔଷଧର ପ୍ରଚଳନ ଆରମ୍ଭ ହେବା ପୂର୍ବରୁ ହାତିବାଡ଼ି କୁଷ୍ଠାଶ୍ରମଠାରେ, ଆଇଜାକ "ସୁଶ୍ରୁତ ସଂହିତା" ଅନୁଯାୟୀ "ଚାଲମଗଜ"ରୁ ପ୍ରସ୍ତୁତ ଏକ ଔଷଧ ଦ୍ୱାରା କୁଷ୍ଠ ରୋଗର ଚିକିତ୍ସା କରିବା ଆରମ୍ଭ କରିଥିଲେ । [1] ଆଇଜାକ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ହାତିବାଡି କୁଷ୍ଠାଶ୍ରମରେ କାର୍ଯ୍ୟ କରିଥିଲେ । ପରେ ଏହି ଅନୁଷ୍ଠାନଟି "ହିନ୍ଦ୍ କୁଷ୍ଠ ନିବାରିଣୀ ସଂଘଦ୍ୱାରା ପରିଚାଳିତ ହୋଇଥିଲା ଓ କ୍ରମେ ଓଡ଼ିଶା ସରକାରଙ୍କ ଅଧିନକୁ ଆସିଥିଲା ।[2]
ଆଇଜାକ, ରାଜକୁମାରୀ ଦାସଙ୍କୁ ବିବାହ କରିଥିଲେ ।[8]ଦିଲ୍ଲୀପ କୁମାର ଦାସ ତାଙ୍କର ପୁତ୍ର ।[1] ୧୯୬୮ ମସିହା ଅଗଷ୍ଟ ୨୯ ତାରିଖରେ ସମ୍ବଲପୁରଠାରେ ଆଇଜାକଙ୍କର ତିରୋଧାନ ଘଟିଥିଲା । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.