ଆଇଡେଲାଲିସିବ
From Wikipedia, the free encyclopedia
ଆଇଡେଲାଲିସିବ (ଇଂରାଜୀ ଭାଷାରେ Idelalisib), ଜାଇଡେଲିଗ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (CLL), ଫୋଲିକୁଲାର୍ ଲିମ୍ଫୋମା ଏବଂ ଛୋଟ ଲିମ୍ଫୋସାଇଟିକ ଲିମ୍ଫୋମା (SLL) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[2] [1] ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ କିମ୍ବା ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ ।[2] [4] ଏହା ପାଟିରେ ଦିଆଯାଏ ।[2]
Clinical data | |
---|---|
Pronunciation | /aɪˈdɛləlɪsɪb/ eye-DEL-ə-LI-sib |
Trade names | Zydelig |
Synonyms | GS-1101, CAL-101 |
AHFS/Drugs.com | monograph |
MedlinePlus | a614040 |
data |
|
Pregnancy category |
|
Routes of administration | By mouth (tablets) |
Legal status | |
Legal status |
|
Pharmacokinetic data | |
Protein binding | >84%[2] |
Metabolism | Aldehyde oxidase (~70%), CYP3A4 (~30%);[3] UGT1A4 (minor) |
Metabolites | GS-563117 (inactive in vitro) |
Onset of action | Tmax = 1.5 hours |
Elimination half-life | 8.2 hours |
Excretion | Feces (78%), urine (14%) |
Identifiers | |
IUPAC name
| |
ECHA InfoCard | 100.235.089 |
Chemical and physical data | |
Formula | C22H18FN7O |
Molar mass | ୪୧୫.୪୩ g·mol−1 |
3D model (JSmol) | |
SMILES
| |
InChI
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ତରଳ ଝାଡ଼ା, ଯକୃତ ସମସ୍ୟା, ରାସ, ଜ୍ୱର ହୋଇପାରେ ।[1] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[2] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[2] ଏହା ଏକ ଫସଫୋଇନୋସାଇଟାଇଡ୍ ୩-କାଇନେଜ ଇନହିବିଟର ଯାହା ପିଆଇ୩କେଓକୁ (PI3Kδ) ଅବରୋଧ କରିଥାଏ ।[5] [1]
୨୦୧୪ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆଇଡେଲାଲିସିବ ଅନୁମୋଦିତ ହୋଇଥିଲା ।[5] [1] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ମାସର ଚିକିତ୍ସା ପାଇଁ ପ୍ରାୟ ୩,୧୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[4] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨,୩୦୦ ଡଲାର ଅଟେ ।[6]