ଅତି ସାଧାରଣ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ଶ୍ୱାସନଳୀର ପ୍ରଦାହ ହୁଏ From Wikipedia, the free encyclopedia
ଆଜ୍ମା ଗୋଟିଏ ଅତି ସାଧାରଣ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ଶ୍ୱାସନଳୀର ପ୍ରଦାହ ହୁଏ ।.[2] ଏହାକୁ ଭୁଲରେ ଅନେକ ଆସ୍ଥମା ବୋଲି କହନ୍ତି କିନ୍ତୁ ଏହାର ପ୍ରକୃତ ଉଚ୍ଚାରଣ ଆଜ୍ମା (Azma) । ଏହା ଏକ ଗ୍ରୀକ ଭାଷାର ଶବ୍ଦ ଯାହାର ଅର୍ଥ ପାଣ୍ଟିଙ୍ଗ (Panting) ବା ପରିଶ୍ରମ ପରେ ହେଉଥିବା ଛୋଟ ଛୋଟ ଦୃତ ଶ୍ୱାସ କ୍ରିୟା । ଓଡ଼ିଆ ଭାଷାରେ ଏହି ରୋଗକୁ 'ଶ୍ୱାସ' ଓ 'ଦମା' ନାମ ମଧ୍ୟ ଦିଆଯାଇଛି । ଏହି ରୋଗରେ ଶ୍ୱାସ ନଳୀ ପ୍ରଦାହ ହୋଇ ପୁନଃପୌନିକ ଲକ୍ଷଣ ପ୍ରକାଶ ହୁଏ, ଶ୍ୱାସ ନଳୀର ଅସ୍ଥାୟୀ ସଙ୍କୋଚନ ହେତୁ ବାୟୁ ପ୍ରବାହ ବାଧା ପ୍ରାପ୍ତ ହୁଏ[3] । ଏହାର ବିଭିନ୍ନ ଲକ୍ଷଣ ଗୁଡ଼ିକ: ଶ୍ୱାସ କ୍ରିୟା ବେଳେ ହୁଇଜ୍(ହୁଇସିଲ୍ ଶବ୍ଦ) ଶବ୍ଦ ଶୁଣାଯିବା, କାଶ, ଛାତି ଚିପିହେବା ଭଳି ଲାଗିବା ଓ ଛୋଟ ଶ୍ୱାସକ୍ରିୟା, ଛୋଟ ପ୍ରଶ୍ୱାସ ସହ ଦୀର୍ଘ ନିଶ୍ୱାସ ଛାଡ଼ିବା[4] ।
ଏହି ଲକ୍ଷଣଗୁଡ଼ିକ ଦିନରେ ବା ସପ୍ତାହରେ କିଛି ଥାର ଦେଖାଯାଏ ।. ରାତିରେ ଓ ବ୍ୟାୟାମ କଲାବେଳେ ଏହି ରୋଗ ଅଧିକ ହୋଇପାରେ ।[2]
ଆଜ୍ମା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | pulmonology[*], immunology[*] |
ଆଇସିଡ଼ି-୧୦ | J45. |
ଆଇସିଡ଼ି-୯-ସିଏମ୍ | 493 |
ଓଏମ୍ଆଇଏମ୍ | 600807 |
ରୋଗ ଡାଟାବେସ | 1006 |
ମେଡ଼ିସିନ-ପ୍ଲସ | 000141 |
ଇ-ମେଡ଼ିସିନ | article/806890 |
Patient UK | ଆଜ୍ମା |
MeSH | D001249 |
ଜେନେଟିକ୍ ଓ ପରିବେଶ ଦ୍ୱୟର ମିଶ୍ରିତ ପ୍ରଭାବ ଯୋଗୁ ଆଜ୍ମା ହେବା ବିଶ୍ୱାସ କରାଯାଉଛି ।[5] ବାୟୁମଣ୍ଡଳୀୟ କାରକ ମଧ୍ୟରେ ବାୟୁ ପ୍ରଦୂଷଣ ଓ ଆଲର୍ଜେନର ଭୂମିକା ଅଛି ।.[2] ଆସ୍ପିରିନ ଓ ବିଟାବ୍ଲକର ଭଳି ଔଷଧ ରହି ରୋଗକୁ ଟ୍ରିଗର କରେ ।[2] ଲକ୍ଷଣ, ଚିକିତ୍ସାର ପ୍ରଭାବ ଓ ସ୍ପାଇରୋମେଟ୍ରି ପରୀକ୍ଷାଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ ।[6] ଲକ୍ଷଣମାନଙ୍କର ପ୍ରକାଶ ସମୟ, ଏକ ସେକଣ୍ଡରେ ନିଶ୍ୱାସ ଛାଡିବା ପରିମାଣ ଓ ପିକ୍ ଏକ୍ସପିରେଟରି ଫ୍ଲୋ ରେଟ( peak expiratory flow rate.) ଅନୁସାରେ ଏହି ରୋଗକୁ ବର୍ଗୀକରଣ କରାଯାଇଛି ।[7] ଏହାକୁ ଆଟୋପିକ ଓ ନନ୍ ଆଟୋପିକ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି, ଆଟୋପି ଅର୍ଥ ଟାଇପ ୧ ଅତି ସମ୍ବେଦନଶୀଳ ପ୍ରତିକ୍ରିୟା ।[8][9]
ଏ ପର୍ଯ୍ୟନ୍ତ ଆଜ୍ମା ଆରୋଗ୍ୟ ହେବାର ଉପାୟ ବାହାରି ନାହିଁ ।[2] ରୋଗର ଟ୍ରିଗର ସମୂହ ଯଥା:- ଆଲର୍ଜେନ, ଉତ୍ତେଜକ ଓ କର୍ଟିକୋସ୍ଟିରଏଡ ଆଘ୍ରାଣ ପରିହାର କରି ଲକ୍ଷଣ ପ୍ରତିଷେଧ କରିହେବ ।[10][11] ଅନିୟନ୍ତ୍ରିତ ଆଜ୍ମାରେ ଘ୍ରାଣକାରୀ କର୍ଟିକୋସ୍ଟିରଏଡ ସହିତ ଦୀର୍ଘକାର୍ଯ୍ୟକାରୀ ବିଟଆ-ଆଡ୍ରେନୋସେପ୍ଟର ଆଗୋନିସ୍ଟ (ଏଲବିଏ) ବା ଆଣ୍ଟିଲିଉକୋଟ୍ରିଏନ ଏଜେଣ୍ଟ ଦିଆଯାଇପାରେ ।[12][13] ଲକ୍ଷଣ ଖରାପ ଦିଗକୁ ଗତି କରୁଥିଲେ ଆଘ୍ରାଣକାରୀ ସାଲବୁଟାମୋଲ ଭଳି ବିଟା ୨ ଆଗୋନିସ୍ଟ ଓ ପାଟିରେ ଦିଆଯାଉଥିବା କର୍ଟିକୋସ୍ଟିରଏଡ ଦିଆଯାଇପାରେ ।[14] ଅତି ସାଂଘାତିକ କେଶ୍ରେ ଶୀରାଭ୍ୟନ୍ତର କର୍ଟିକୋସ୍ଟିରଏଡ, ମ୍ୟାଗନେସିଅମ ସଲଫେଟ ଓ ଡାକ୍ତରଖାନା ଆଡମିଶନ ଆବଶ୍ୟକ ହୋଇପାରେ ।[15]
ସନ ୧୯୯୦ରେ ପୃଥିବୀରେ ୧୮୩ ନିୟୁତ ଆଜ୍ମା ରୋଗୀ ଥିବାବେଳେ ସନ ୨୦୧୩ରେ ଏହା ବଢ଼ିଯାଇ ୨୪୨ନିୟୁତ ହୋଇଥିଲା ।[16] ଏହା ଫଳରେ ସନ ୨୦୧୩ରେ ୪୮୯,୦୦୦ ମୃତ୍ୟୁ ହୋଇଥିଲା,[17] ସେଥିରୁ ଅଧିକାଂଶ ବିକାଶଶୀଳ ଦେଶମାନଙ୍କରେ ହୋଇଥିଲା ।[2] ଏହି ରୋଗ ଅଧିକାଂଶ ସମୟରେ ପିଲାବେଳେ ଆରମ୍ଭ ହୁଏ ।[2] ସନ ୧୯୬୦ରୁ ଏହି ରୋଗ ବଢ଼ିବାରେ ଲାଗିଛି ।[18] ପୁରାତନ ମିଶରରେ ଏହି ରୋଗ ଚିହ୍ନାଯାଇଥିବା ଜଣାଯାଇଛି । [19] ଆଜ୍ମା ଶବ୍ଦ ଗ୍ରୀକ୍ ଭାଷାର ἅσθμα, ásthma ଶବ୍ଦରୁ ଆସିଛି ଯାହାର ଅର୍ଥ ଧକେଇବା । [20]
ଆଜ୍ମା ରୋଗରେ ଶ୍ୱାସ କ୍ରିୟା ସମୟରେ ବାରମ୍ବାର ହୁଇସିଲ୍ ଶବ୍ଦ ଶୁଣାୟାଏ, ଛୋଟ ପ୍ରଶ୍ୱାସ ଓ ଦୀର୍ଘ ନିଶ୍ୱାସ ହୁଏ, ଛାତି ଚିପି ହେବା ଭଳି ଲାଗେ ଓ କାଶ ହୁଏ । ଫୁସଫୁସ ଭିତରେ କଫ ଥାଏ କିନ୍ତୁ ସହଜରେ କାଢି ହୁଏ ନାହିଁ [21] । ଭଲ ହୋଇ ଆସିବା ବେଳକୁ ଏହି କଫ ପୂଜ ଭଳି ଦେଖାଯାଏ, କାରଣ ଏଥିରେ ବହୁତ ଇଓସିନୋଫିଲ୍ ଥାଏ[22] । ରାତିରେ, ବଡ଼ି ସକାଳେ, ବ୍ୟାୟାମ ବେଳେ ଓ ଥଣ୍ଡା ବାୟୁ ସଂସ୍ପର୍ଶରେ ଆସିଲେ ଆଜ୍ମା ବଢିଯାଏ । କେତେକ ଲୋକଙ୍କର ଏହି ରୋଗ ନିମନ୍ତେ କୌଣସି ଟ୍ରିଗର ନ ଥାଏ ଓ ଅନ୍ୟ କେତେକଙ୍କର ଲକ୍ଷଣ ଲାଗି ରହେ ଓ ଅତ୍ୟଧିକ ହୁଏ ।
ଆଜ୍ମା ସହ ଅନ୍ୟ କେତେକ ରୋଗ ଦେଖାଯାଏ । ସେଗୁଡିକର ନାମ: ଗ୍ୟାସ୍ଟ୍ରୋଏସୋଫେଜିଆଲ୍ ରିଫ୍ଲକ୍ସ ଡିଜିଜ୍, ରାଇନୋସାଇନୁସାଇଟିସ୍ ଓ ଅବ୍ସ୍ଟ୍ରକ୍ଟିଭ ସ୍ଲିପ୍ ଆପ୍ନିଆ[23] । ମନସ୍ତାତ୍ୱିକ ରୋଗ କାରଣ ଅତି ସାଧାରଣ[24] ଓ ସେଥି ମଧ୍ୟରୁ ଆଙ୍ଗଜାଇଟି ଡିଜ୍ଅର୍ଡର(୧୬ରୁ ୫୨ %), ମୁଡ ଡିଜ୍ଅର୍ଡର(୧୪ରୁ ୪୧ %) ଥାଏ[25] । ମନସ୍ତାତ୍ୱିକ କାରଣ ଯୋଗୁ ଆଜ୍ମା ହୁଏ ବା ଆଜ୍ମା ଯୋଗୁ ମନସ୍ତାତ୍ୱିକ ଅସୁବିଧା ହୁଏ, ଏହା ଜଣା ପଡ଼ିନାହିଁ [26]।
ଅନେକ ଜଟିଳ ଓ ଅବୋଧ୍ୟ 'ପରିବେଶ ତଥା ଜେନେଟିକ ଦ୍ୱୟର ପ୍ରତିକ୍ରିୟା' ଯୋଗୁ ଆଜ୍ମା ରୋଗ ହୁଏ[27] । ରୋଗର ଭୟାବହତା ଓ ଔଷଧ କାର୍ଯ୍ୟକାରୀତା ଏହି ପ୍ରତିକ୍ରିୟା ଉପରେ ନିର୍ଭରଶୀଳ[28] । ଅଧୁନା କ୍ରମ ବର୍ଦ୍ଧିଷ୍ଣ୍ଣୁ ଆଜ୍ମା ରୋଗର କାରଣ ରୂପେ ବଂଶ ପରମ୍ପରା(ଡି.ଏନ୍.ଏ. ବ୍ୟତୀତ) ଓ ପରିବର୍ତ୍ତୀତ ଜୀବନ ଶୈଳୀ ଯୋଗୁ ଆଜ୍ମା ରୋଗ ବଢୁଥିବା ବିଶ୍ୱାସ କରାଯାଏ [29]
।
ଆଜ୍ମା ରୋଗ ହେବା ଓ ବୃଦ୍ଧି ପ୍ରାପ୍ତ ହେବା ନିମନ୍ତେ ଆଲର୍ଜେନ୍, ଦୂଷିତ ବାୟୁ ଓ ପରିବେଶଗତ ରାସାୟନିକ ପଦାର୍ଥ ଭଳି ଉର୍ପାଦକମାନ ଦାୟୀ [30]। ଗର୍ଭାବସ୍ଥା ଓ ପ୍ରଜନନ ପରେ ଧୂମ୍ରପାନ କଲେ ଆଜ୍ମା ସମ୍ଭାବନା ଅଧିକ ରହେ । ଅନୁନ୍ନତ ବାୟୁ, ଟ୍ରାଫିକ ପ୍ରଦୂଷଣ ଓ ଅଧିକ ଓଜୋନ ମଧ୍ୟ ଆଜ୍ମା ହେବା ନିମନ୍ତେ ଦାୟୀ[31] । ଫର୍ମାଲଡିହାଇଡ ଭଳି ବାଷ୍ପୀୟମାନ ଜୈବ ପଦାର୍ଥ ସଂସ୍ପର୍ଷ, ପଲିଭିନାଇଲ୍ କ୍ଲୋରାଇଡରେ ଥିବା ଥାଲେଟ[32] ଓ ଏଣ୍ଡୋଟକ୍ସିନ ସଂସ୍ପର୍ଷ ଯୋଗୁ ଆଜ୍ମା ହୁଏ [33]।
ଘର ଭିତରେ ଥିବା ଆଲର୍ଜେନ ଯୋଗୁ ଆଜ୍ମା ହୁଏ [34]। ଗୃହ ମଧ୍ୟରେ ଥିବା ଧୂଳି ମାଇଟ୍(house dust mite ), ଅସରପା ଇତ୍ୟାଦି ଯୋଗୁ ଆଜ୍ମା ହୋଇପାରେ[35][36] । କେତେକ ଶ୍ୱାସ ବିଭାଗୀୟ ରୋଗ ସୃଷ୍ଟିକାରୀ ଭୁତାଣୁ ଯଥା ରେସ୍ପିରେଟୋରି ସିନ୍ସିଟିଆଲ୍ ଭୁତାଣୁ ଓ ରାଇନୋ ଭୁତାଣ ଯୋଗୁ ମଧ୍ୟ ଏହି ରୋଗ ହୁଏ । ଅନ୍ୟ କେତେକ ସଂକ୍ରମଣ ଯୋଗୁ ଆଜ୍ମା ସମ୍ଭାବନା କମିଯାଏ ।
ପିଲାଦିନେ ସଂକ୍ରମଣ ବିହୀନ ଜୀବାଣୁ ଓ ଭୁତାଣୁ ସଂସ୍ପର୍ଶରେ ସ୍ୱଳ୍ପ ବା ଆଦୌ ନ ଆସିବାରୁ ଏହି ରୋଗ ହେବା ଅନୁମାନ କରାଯାଉଛି [37][38]। ଆଧୁନିକ ସମାଜରେ ଅତ୍ୟଧିକ ପରିଷ୍କାର ପରିଚ୍ଛନ୍ନ ରହିବା ଓ ଛୋଟ ପରିବାର ହେବା ଯୋଗୁ ଏହା ହେଉଛି [39]। ଫାର୍ମରେ ଓ ପୋଷା ଜନ୍ତୁ ରଖୁଥିବା ପରିବାରରେ ଆଜ୍ମା ରୋଗ ବହୁତ କମ ହେଉଥିବାରୁ ଏହି ଅନୁମାନ କରାଯାଉଛି ।
କମ ବୟସରେ ଆଣ୍ଟିବାୟୋଟିକ ବ୍ୟବହାର ଯୋଗୁ ଆଜ୍ମା ହେବାର ଅନୁମାନ କରାଯାଉଛି[40] । ସିଜରିଆନ ଶିଶୁମାନଙ୍କୁ ଅଧିକ ଆଜ୍ମା ହେଉଥିବାରୁ ଅନୁମାନ କରାଯାଉଛି । ଜନ୍ମ ପଥରେ ଥିବା କେତେକ ଅଣୁଜୀବ ସଂସ୍ପର୍ଷରେ ନ ଆସିବାରୁ ଏହା ହେଉଛି[41] । ସ୍ୱଚ୍ଛଳ ଅବସ୍ଥା ସହ ମଧ୍ୟ ଆଜ୍ମାର ସଂମ୍ପର୍କ ଥିବା ଅନୁମାନ ହେଉଛି[42] ।
ବଂଶଗତ ଆଜ୍ମା ଅନେକ ପ୍ରକାର ଜୀନ ଯୋଗୁ ହୁଏ[43] । ଯାଆଁଳା ହୋଇଥିବା ଗୋଟିଏ ପିଲାର ଆଜ୍ମା ଥିଲେ ଅନ୍ୟଟିର ୨୫ % ଆଜ୍ମା ହେବା ସମ୍ଭାବନା ଥାଏ[43] । ୨୦୦୫ ମସିହା ସୁଦ୍ଧା ୨୫ଟି ଜୀନ୍ ଚିହ୍ନଟ ହୋଇଥିଲା । ଏଗୁଡିକ ଇମ୍ମୁନ ସିସ୍ଟମ ବା ପ୍ରଦାହ ସମ୍ପର୍କିତ ଜୀନ । ଅନୁଶୀଳନରେ ଦେଖାଯାଇଥିବା ଜୀନ ସବୁ ପ୍ରକାର ଲୋକମାନଙ୍କଠାରେ ସମାନ ଭାବରେ ଦେଖାଯାଆନ୍ତି ନାହିଁ । ୨୦୦୬ ମସିହାରେ ୧୦୦ଟି ଜୀନ ସନ୍ଧାନ ମିଳିଥିଲା[44] । ଏହାଠାରୁ ଅଧିକ ସଂଖ୍ୟକ ଜୀନ ସନ୍ଧାନ ମଧ୍ୟ ମିଳୁଛି[45] ।
କେତେକ ଜୀନ ନିର୍ଦ୍ଦିଷ୍ଟ ପରିବେଶରେ ଆଜ୍ମା କରାନ୍ତି । ଧୂମ, ଫାର୍ମ ଓ କୁକୁର ଇତ୍ୟାଦି ପରିବେଶରୁ ଏଣ୍ଡୋଟକ୍ସିନ ଆସି ଆଜ୍ମା କରାନ୍ତି । ତେଣୁ ଜେନେଟିକ ଓ ଏଣ୍ଡୋଟକ୍ସିନ ଦ୍ୱୟ ଆଜ୍ମା ସଙ୍କଟର ଭୂମିକା ସୃଷ୍ଟି କରନ୍ତି[46] ।
ଆଟୋପିକ ଏକ୍ଜିମା, ଆଲର୍ଜିକ ରାଇନାଇଟିସ ଓ ଆଜ୍ମା ତ୍ରୟକୁ ଆଟୋପି କୁହାଯାଏ । ଆଟୋପିକ ରୋଗ ଥିଲେ ଆଜ୍ମା ସଙ୍କଟ ଅଧିକ ରହେ । ଏକଜିମା ଓ ହେ ଫିଭର ଥିଲେ ଆଜ୍ମା ସଙ୍କଟ ବହୁତ ଅଧିକ ରହେ । ଚଗ-ସ୍ଟ୍ରସସିଣ୍ଡ୍ରୋମ ଓ ଭାସ୍କୁଲାଇଟିସ ରୋଗ ସହ ମଧ୍ୟ ଆଜ୍ମା ସମ୍ପର୍କ ଅଛି । କେତେକ ପ୍ରକାରାର ଅର୍ଟିକାରିଆ ରୋଗରେ ଆଜ୍ମା ଲକ୍ଷଣ ଦେଖାଯାଏ[47] ।
ପୃଥୁଳତା ସହ ଆଜ୍ମା ସମ୍ପର୍କ ଥିବା ଅଧୁନା ଦେଖାଯାଉଛି [48][49]।
ସମ୍ବେଦନଶୀଳ ରୋଗୀଙ୍କଠାରେ ପ୍ରୋପ୍ରାନୋଲୋଲ ଔଷଧଦ୍ୱାରା ଆଜ୍ମା ହୋଇପାରେ[50] । ଆସ୍ପିରିନ(ASA), ଏନ୍.ଏସ୍.ଏ.ଆଇ.ଡି.(NSAID) ଓ ଅନ୍ୟାନ୍ୟ ଔଷଧଦ୍ୱାରା ମଧ୍ୟ ଆଜ୍ମା ହୁଏ[51] ।
କେତେକ ଲୋକଙ୍କର ସପ୍ତାହ ଓ ମାସ ବ୍ୟାପି ସ୍ଥିତାବସ୍ଥାରେ ରହିଲା ପରେ ଆଜ୍ମା ହଠାତ୍ ତୀବ୍ର ହୋଇଯାଏ । ଭିନ୍ନ ଭିନ୍ନ ଲୋକ ଆଲଗା ଅଲଗା ଜିନିଷ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବା ଦ୍ୱାର ତୀବ୍ରତା ବୃଦ୍ଧି ହୁଏ [52]। ଏହି ତୀବ୍ରତା ନିମନ୍ତେ କେତେକ ଟ୍ରିଗର ଥାଏ ।
ଧୂଳି, ପଶୁ ଲୋମ, ଅସରପା ଆଲର୍ଜେନ୍ ଓ କବକ ଇତ୍ୟାଦି ତୀବ୍ରତା ବୃଦ୍ଧି କରନ୍ତି । ମହିଳା ଓ ଶିଶୁମାନେ ପରଫ୍ୟୁମଦ୍ୱାରା ଆକ୍ରାନ୍ତ ହୁଅନ୍ତି । ଶ୍ୱାସ ନଳୀର ଉପର ଅଂଶରେ ଜୀବାଣୁ ଓ ଭୁତାଣୁ ଜନିତ ପ୍ରଦାହ ହେଲେ ଆଜ୍ମା ତୀବ୍ର ହୁଏ । ମାନସିକ ଚାପ ଯୋଗୁ ଶରୀରର ପ୍ରତିରୋଧ ପ୍ରଣାଳୀ ପରିବର୍ତ୍ତିତ ହୋଇ ଆଜ୍ମା ତୀବ୍ର ହୁଏ[53] ।
ଶ୍ୱାସ ନଳୀର ପ୍ରଦାହ ଯୋଗୁ ସ୍ମୁଥ ମାଂସପେଶୀର ସଙ୍କୋଚନ ଶକ୍ତି ବଢିଯିବାଦ୍ୱାରା ନଳୀ ସରୁ ହୋଇଯାଏ, ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୁଏ ଓ ହୁଇଜ୍ ହୁଏ । ଏହା ଆଜ୍ମାର ଲକ୍ଷଣ । ଚିକିତ୍ସା ହେଉ ବା ନ ହେଉ, ଏହି ସଙ୍କୋଚନ କିଛି ସମୟ ନିମନ୍ତେ ରହେ । କ୍ୱଚିତ ଏହି ନଳୀର ପରିବର୍ତ୍ତନ ହୁଏ । ନଳୀରେ ଇଓସିନୋଫିଲ ସଂଖ୍ୟା ବଢିଯାଏ ଓ ଲାମିନା ରେଟିକୁଲାରିସ୍ ମୋଟା ହୋଇଯାଏ । ଦୀର୍ଘ କାଳୀନ ରୋଗରେ ନଳୀରେ ଥିବା ମ୍ୟୁକସ ଗ୍ଲାଣ୍ଡ ସଂଖ୍ୟା ବଢେ ଓ ସ୍ମୁଥ ମାଂସପେଶୀ ଆକାର ବଢେ ।ଟି ଲିମ୍ଫୋସାଇଟ୍, ମାକ୍ରୋଫେଜ୍ ଓ ନିଉଟ୍ରୋଫିଲ୍ ସଂଖ୍ୟା ମଧ୍ୟ ବଢିଯାଏ । ସାଇଟୋକାଇନ୍, କେମୋକାଇନ୍, ହିସ୍ଟାମିନ୍ ଓ ଲିଉକୋଟ୍ରିଏନ୍ ମାତ୍ରା ବଢିଯାଏ ।
ଆଜ୍ମା ଗୋଟିଏ ଅତି ପରିଚିତ ରୋଗ ହେଲେ ମଧ୍ୟ ତାହାର ଏକ ସର୍ବସମ୍ମତ ସଂଜ୍ଞା ନିରୁପିତ ହୋଇ ପାରିନାହିଁ । ଗ୍ଲୋବାଲ୍ ଇନିସିଏଟିଭ୍ ଫର ଆଜ୍ମା ଅନୁସାରେ ଏହା ଏକ "ଶ୍ୱାସ ନଳୀ ପ୍ରଦାହ ଯେଉଁଥିରେ ଅନେକ ଜୀବକୋଷ ଓ କୋଷ ଏଲିମେଣ୍ଟମାନଙ୍କ ଭୂମିକା ଥାଏ" । ଶ୍ୱାସ ନଳୀର ଅତ୍ୟଧିକ ସମ୍ବେଦନଶୀଳତା ଯୋଗୁ ବାରମ୍ବାର ହୁଇଜ୍, ଅଣନିଶ୍ୱାସୀ, ଛାତି ଚିପି ହେବା ଭଳି ଲାଗିବା ଓ ରାତିରେ ବା ସକାଳେ କାଶ ହୋଇ ଏହା ଦୀର୍ଘକାଳୀନ ରୋଗ ହୁଏ । ଏହି ଲକ୍ଷଣମାନଙ୍କ ସହ ବିବିଧ ପ୍ରକାର ଶ୍ୱାସରୁଦ୍ଧ ହେବା ଦେଖାଯାଏ ।
ଏହି ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ପରୀକ୍ଷା ନାହିଁ, କେବଳ ଲକ୍ଷଣ ଓ ଔଷଧର କର୍ଯ୍ୟକାରିତାରୁ ଏହା ଜଣାଯାଏ । ବ୍ୟାୟାମ, ଭୁତାଣୁ ସଂକ୍ରମଣ, ଆଲର୍ଜେନ୍ ବା ବାୟୁ ପ୍ରଦୁଷଣ ହୋଇ ଉପର ଲିଖିତ ଲକ୍ଷଣ କେଖାଗଲେ ଆଜମା ନିର୍ଣ୍ଣୟ କରାଯାଏ[54] । ତା ପରେ ସ୍ପାଇରୋମେଟ୍ରି ପରୀକ୍ଷାଦ୍ୱାରା ରୋଗ ନିଶ୍ଚିତ କରାଯାଏ । ଛ ଅ ବର୍ଷ ବୟସରୁ କମ ପିଲାମାନଙ୍କର ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ଓ ସ୍ପାଇରୋମେଟ୍ରି ସମ୍ଭବ ନୁହେଁ [55] ।
ଆଜ୍ମା ନିର୍ଣ୍ଣୟ ଓ ଚିକିତ୍ସା ନିମନ୍ତେ ଏହା ସବୁଠାରୁ ଉତ୍ତମ ପରୀକ୍ଷା ଓ ଏହା କରିବା ନିମନ୍ତେ ଉପଦେଶ ଦିଆଯାଏ[56][57] । ଏହି ପରୀକ୍ଷାରେ ସାଲ୍ବୁଟାମଲ୍ ଭଳି ଶ୍ୱାସ ନଳୀ ସ୍ଫିତକାରୀ ପ୍ରୟୋଗ ପରେ ଏଫ୍.ଇ.ଭି.୧ରେ ଯଦି ୧୨ % ଉନ୍ନତି ହୁଏ ତାହା ହେଲେ ଆଜ୍ମା ନିର୍ଣ୍ଣୟ ସଠିକ ବୋଲି ଧରାଯାଏ[58] । ସ୍ୱଳ୍ପ ମାତ୍ରା ଆଜ୍ମାରେ କିଛି ପରିବର୍ତ୍ତନ ନ ହୋଇପାରେ । ସିଙ୍ଗ୍ଲ ବ୍ରେଥ୍ ଡିଫ୍ୟୁଜିଙ୍ଗ କାପାସିଟି ପରୀକ୍ଷାଦ୍ୱାରା ଆଜ୍ମା ଓ ସି.ଓ.ପି.ଡି. ମଧ୍ୟରେ ପାର୍ଥକ୍ୟ ଜଣାଯାଏ । ବର୍ଷେ ବା ଦୁଇ ବର୍ଷ ଅନ୍ତରରେ ସ୍ପାଇରୋମେଟ୍ରିଦ୍ୱାରା ଆଜ୍ମାର ଉନ୍ନତି ଚିହ୍ନଟ କରିହୁଏ[59]।
ମେଥାକୋଲିନ ଚାଲେଞ୍ଜ୍ ଟେଷ୍ଟ ନେଗେଟିଭ୍ ଥିଲେ ଆଜ୍ମା ନାହିଁ, କିନ୍ତୁ ପଜିଟିଭ ଥିଲେ କେବଳ ଆଜ୍ମା ଅଛି, ଏହା ଠିକ ନୁହେଁ ।
ଆଜ୍ମା ନିର୍ଣ୍ଣୟ ନିମନ୍ତେ ପିକ୍ ଏକ୍ସପିରେଟରି ଫ୍ଲୋ(peak expiratory flow) ଏକ ସାହାଯ୍ୟକାରୀ ପରୀକ୍ଷା ।
ତିନି ପ୍ରକାର ପଦ୍ଧତିରେ ଆଜ୍ମା ବର୍ଗୀକରଣ କରାଯାଏ । ସେଗୁଡିକ ଯଥା କ୍ରମେ ଏକ ସେକଣ୍ଡରେ ଫୋର୍ସଡ୍ ଏକ୍ସପିରେଟରି ଭଲ୍ୟୁମ୍ (forced expiratory volume in one second ବା FEV1), ପିକ ଏକ୍ସପିରେଟରି ଫ୍ଲୋ ରେଟ୍(peak expiratory flow rate) ଓ ଲକ୍ଷଣମାନଙ୍କର ପୁନଃପୌନକିତା( frequency of symptoms)[60] । ଆଟିପିକ୍ ଓ ନନ୍ ଆଟୋପିକ୍ ମଧ୍ୟ ଅନ୍ୟ ଏକ ବର୍ଗୀକରଣ । ଏହା ଏକ ଶ୍ୱାସ ନଳୀ ରୁଦ୍ଧକାରୀ ରୋଗ ହେଲେ ମଧ୍ୟ କ୍ରନିକ୍ ଅବ୍ସ୍ଟ୍ରକ୍ଟିଭ ପଲ୍ମୋନାରି ଡିଜିଜ୍ ମଧ୍ୟରେ ଯାଏ ନାହିଁ,[61] କାରଣ ଏହା ଅନ୍ୟ ରୋଗ ଭଳି ଚିରସ୍ଥାୟୀ ନୁହେଁ, ଶ୍ୱାସ ନଳୀ କିଛି ସମୟ ପରେ ପ୍ରସାରିତ ହୋଇଯାଏ । ଚିକିତ୍ସା ନ ହେଲେ ଆଜ୍ମାଦ୍ୱାରା ଶ୍ୱାସ ନଳୀ ସଙ୍କୁଚିତ ହୋଇ ରହିଯାଏ ।
ଆଜ୍ମା ବିରୁଦ୍ଧରେ ଯେତେ ସବୁ ପଦକ୍ଷେପ ନିଆଯାଇଛି, ସେ ସମସ୍ତ ଅତି ଦୁର୍ବଳ । ଗର୍ଭାବସ୍ଥାରେ ବା ଶିଶୁ ଜନ୍ମ ପରେ ସ୍ୱଳ୍ପ ଧୁମ୍ର ପାନ, ସ୍ତନ୍ୟ ପାନ ଓ ବଡ଼ ପରିବାରରେ ରହିବା ଇତ୍ୟାଦି ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ ସମୟରେ ଭଲ ଜଣା ପଡୁଥିବା ବେଳେ ପରେ ବିଶେଷ ଉପକାରୀ ହେଲେ ନାହିଁ ତଥା ଏ ବିଷୟରେ ଉପଦେଶ ଦେବାକୁ ଉଚିତ ମନେ ହେଲା ନାହିଁ[62] । ପୋଷା ଜନ୍ତୁ ସଂଷ୍ପର୍ଶ ପ୍ରାଥମିକ ଅବସ୍ଥାରେ ଉପକାରୀ ହୁଏ[63] । କିନ୍ତୁ ଅନ୍ୟ ସମୟରେ ଏହା ଉପକାରୀ ଜଣା ପଡେ ନାହିଁ[64] । ପୋଷା ଜନ୍ତୁ ସଂସ୍ପର୍ଷରେ ଆସିଲେ ଆଲର୍ଜି ଥିଲେ ଏମାନଙ୍କୁ ଦୂରରେ ରଖିବା ଉଚିତ[65] । ଗର୍ଭାବସ୍ଥାରେ ବା ସ୍ତନ୍ୟ ପାନ କରେଇବା ସମୟରେ ସୀମିତ ଖାଦ୍ୟ ଖାଇବାକୁ ଉପଦେଶ ଦେବା ମଧ୍ୟ ଉପକାରୀ ବୋଲି ଜଣା ଯାଏ ନାହିଁ[66] । କର୍ମ ସ୍ଥାନରେ ଯଦି କୌଣସି ଆଲର୍ଜି ହେବା ଭଳି ବସ୍ତୁ ଥାଏ, ତାହା ହେଲେ ତାହାଠାରୁ ଦୂରରେ ରହିବା ଉଚିତ ।
ଆଜ୍ମା ରୋଗ ଆରୋଗ୍ୟସାଧ୍ୟ ନୁହେଁ । ପ୍ରତ୍ୟେକ ରୋଗୀର ଚିକିତ୍ସା ଓ ତଦାରଖ ନିମନ୍ତେ ନିର୍ଦ୍ଦିଷ୍ଟ ଖସଡା ଆବଶ୍ୟକ । ଏହି ପ୍ଲାନ ଅନୁସାରେ ଆଲର୍ଜେନଠାରୁ ରୋଗୀକୁ ଦୂରରେ ରଖାଯାଏ, ଲକ୍ଷଣମାନଙ୍କର ଗୁରୁତ୍ତ୍ୱ ବିବେଚନା କରାଯାଇ ସେହି ଅନୁସାରେ ଔଷଧ ଦିଆଯାଏ । ରୋଗୀଙ୍କୁ ଲିଖିତ ଉପଦେଶ ସହ ଲକ୍ଷଣ ପରିବର୍ତ୍ତନ ଅନୁସାରେ ଔଷଧ ଖାଇବାକୁ ପରାମର୍ଶ ଦିଆଯାଏ ।[67]
ରୋଗୀକୁ ଆଜ୍ମା କରାଉଥିବା ଟ୍ରିଗରଗୁଡିକଠାରୁ (ଟ୍ରିଗର- ଯାହା ସଂସ୍ପର୍ଶରେ ଆସିଲେ ଆଜ୍ମା ଆରମ୍ଭ ହୁଏ ଯଥା ସିଗାରଟ ଧୁଆଁ, ପୋଷା ଜନ୍ତୁ, ଆସ୍ପିରିନ ଇତ୍ୟାଦି ) ଦୂରରେ ରହିବାକୁ ଉପଦେଶ ଦିଆଯାଏ । ଟ୍ରିଗରଠାରୁ ଦୂରରେ ରହିବା ପରେ ମଧ୍ୟ ଲକ୍ଷଣ ପ୍ରକାଶ ପାଉଥିଲେ ଔଷଧ ଆବଶ୍ୟକ ହୁଏ । ଲକ୍ଷଣମାନଙ୍କର ଗୁରୁତ୍ତ୍ୱ ଅନୁସାରେ ଔଷଧ ବଛାଯାଏ । ଦୃତ କର୍ଯ୍ୟକାରୀ ଓ ଦୀର୍ଘ କାର୍ଯ୍ୟକାରୀ, ଏହି ଦୁଇ ପ୍ରକାର ଔଷଧ ବ୍ୟବହାର କରାଯାଏ ।[68][69]
ସ୍ୱଳ୍ପ କାଳୀନ ଉପଶମ ନିମନ୍ତେ ଶାସନଳୀ ପ୍ରସାରକ ଔଷଧ ଦିଆଯାଏ । କ୍ୱଚିତ ହେଉଥିବା ରୋଗରେ ଅନ୍ୟ ଔଷଧ ଆବଶ୍ୟକ ହୁଏ ନାହିଁ । ଲଗାତାର କିନ୍ତୁ ସାଧାରଣ ଭାବରେ ହେଉଥିବା ରୋଗରେ ସ୍ୱଳ୍ପ ମାତ୍ରା ସ୍ଟିରଏଡ ଶୁଙ୍ଘିବାକୁ ଦିଆଯାଏ ବା ଲିଉକୋଟ୍ରିଏନ୍ ଆଣ୍ଟାଗୋନିସ୍ଟ ତଥା ମାସ୍ଟ ସେଲ୍ ସ୍ଟାବିଲାଇଜର ଦିଆଯାଏ । ପ୍ରତ୍ୟେକ ଦିନ ହେଉଥିବା ରୋଗରେ ଅଧିକ ମାତ୍ରାରେ ସ୍ଟିରଏଡ ଶୁଙ୍ଘିବାକୁ ଦିଆଯାଏ । ଗୁରୁତର ଆବସ୍ଥା ହେଲେ ସ୍ଟିରଏଡ ଖାଇବାକୁ ଦିଆଯାଏ ଓ ଇଞ୍ଜେକସନ ଦିଆଯାଏ ।[14]
ଆଜ୍ମା ରୋଗକୁ ପ୍ରତିରୋଧ ଓ ନିୟନ୍ତ୍ରଣ କରିବା ନିମନ୍ତେ ଟ୍ରିଗରମାନଙ୍କଠାରୁ ଦୂରେଇ ରହିବା ଦରକାର । ବିଭିନ୍ନ ପ୍ରକାରର ଆଲର୍ଜେନ୍, ଟବାକୋ ବା ଅନ୍ୟ ଧୂମ, ବାୟୁ ପ୍ରଦୂଷଣ, ନନ୍ ସିଲେକ୍ଟିଭ ବିଟା ବ୍ଲକର୍() ଓ ସଲ୍ଫାଇଟ ଥିବା ଖାଦ୍ୟ ଇତ୍ୟାଦି ସାଧାରଣତଃ ଟ୍ରିଗର ହିସାବରେ ଗଣା ଯାଆନ୍ତି[70][71] । ସ୍ଟିରଏଡ ଔଷଧର ଗୁଣକୁ ଧୁଆଁ କମେଇ ଦିଏ[72] । ବିଭିନ୍ନ ପ୍ରକାର କୀଟମାନଙ୍କୁ ମାରିବା ନିମନ୍ତେ ରାସାୟନିକ ଦ୍ରବ୍ୟ ବ୍ୟବହାର କରିବା, ବାୟୁ ଓ ଜଳ ପରିସ୍ରବଣ କରିବା, ଗଦି ତଥା ବିଛଣାକୁ ଭାକ୍ୟୁମ କ୍ଲିନରଦ୍ୱାରା ପରିସ୍କାର କରିବାଦ୍ୱାରା ଆଜ୍ମା କମେ ନାହିଁ[73] ।
ଆଜ୍ମା ନିମନ୍ତେ ଦୁଇ ପ୍ରକାର ଔଷଧ ଉପଲବ୍ଧ ହୁଏ: ତୀବ୍ର ରୋଗ ନିମନ୍ତେ ଶୀଘ୍ର ଉପସମକାରୀ ଓ ଭବିଷ୍ୟତରେ ତୀବ୍ର ନ ହେବା ନିମନ୍ତେ ଦୀର୍ଘ କାଳୀନ ଔଷଧ ।
ଶୀଘ୍ର ଉପସମକାରୀ
।
ଦୀର୍ଘକାଳୀନ ଆୟତ୍ତ
ଦୀର୍ଘକାଳୀନ ଚିକିତ୍ସା ନିମନ୍ତେ ପ୍ରଶ୍ୱାସରେ କର୍ଟିକୋସ୍ଟିରଏଡ(ବେକ୍ଲୋମେଥାଜୋନ) ଗ୍ରହଣ କରିବା ସବୁଠାରୁ ଉତ୍ତମ । ଏହା ଦିନକୁ ଥରେ ବା ଦୁଇ ଥର ଦିଆଯାଏ[76] । ଅତି ଗୁରୁତର ହେଲେ କର୍ଟିକୋସ୍ଟିରଏଡ ଖାଇବାକୁ ଦିଆଯାଏ ।
ଔଷଧ ପ୍ରୟୋଗ
ପ୍ରଶ୍ୱାସରେ ଗ୍ରହଣ କରାଯାଉଥିବା ଔଷଧ ଏକ ଯନ୍ତ୍ର ସାହଯ୍ୟରେ ନିର୍ଦ୍ଦିଷ୍ଟ ପରିମାଣରେ ଛଡାଯାଏ । ଏହି ଯନ୍ତ୍ରଟି ଗୋଟିଏ ପ୍ଲାସ୍ଟିକ ସିଲିଣ୍ଡର ଭଳି ଦେଖିବାକୁ । ଏହା ବାୟୁ ସହ ସ୍ପ୍ରେ ଆକାରରେ ବା ପାଉଡର ଆକାରରେ ନିଆଯାଏ ଓ ଏହାକୁ ମିଟର୍ଡ ଡୋଜ୍ କହନ୍ତି । ନେବୁଲାଇଜର ବା ସ୍ପେସର ଆକାରରେ ମିଟର୍ଡ ଡୋଜ୍ ସ୍ପ୍ରେ କରାଯାଏ ।
ବହୁତ ଦିନ ଧରି ଔଷଧ ଗ୍ରହଣ କଲେ ସ୍ୱଳ୍ପ ପ୍ରତିକୁଳ ଅବସ୍ଥା ଆସିପାରେ[80] । ପରଳ ଓ ଶରୀର ଆକାର ପରିବର୍ତ୍ତନ ସମ୍ଭାବନା ରହେ[81] ।
ବେଳେ ବେଳେ ଔଷଧ କିଛି କାମ କରେ ନାହିଁ । ଜରୁରୀକାଳୀନ ସେବା ନିମନ୍ତେ ନିମ୍ନ ଲିଖିତ ଉପଚାର କରାଯାଏ ।
ପ୍ରାୟ ୫୦ % ଆଜ୍ମା ରୋଗୀ ବିକଳ୍ପ ଚିକିତ୍ସା ଆଶ୍ରୟ ନିଅନ୍ତି[85][86] । ଭିଟାମିନ୍ ସି[87], ଆକୁପଙ୍କଚର[88] ଓ ଏୟାର ଆୟୋନାଇଜର୍ ଇତ୍ୟାଦି ବ୍ୟବହାର କଲେ କୌଣସି ପ୍ରାମାଣିକ ତଥ୍ୟ ଗତ ଫଳ ମିଳୁନାହିଁ । ଓଷ୍ଟିଓପାଥିକ, ଚିରୋପ୍ରାକ୍ଟିକ୍, ଫିଜିଓଥେରାପିଉଟିକ୍ ଓ ରେସ୍ପିରେଟରି ଥେରାପିଦ୍ୱାରା ପ୍ରାମାଣିକ ଫଳ ମିଳୁ ନାହିଁ ।
no data
<100
100–150
150–200
200–250
250–300
300–350 |
350–400
400–450
450–500
500–550
550–600
>600 |
ପିଲାମାନଙ୍କର ଓ ସ୍ୱଳ୍ପ ମାତ୍ରାର ଆଜ୍ମାର ପୂର୍ବ ସୂଚନା ସାଧାରଣତଃ ଭଲ[90] । ରୋଗ ଚିହ୍ନିବା ଓ ଉନ୍ନତ ଯତ୍ନ ଫଳରେ ଗଲା କିଛି ଦଶନ୍ଧି ଧରି ଆଜ୍ମା ମୃତ୍ୟୁ ହାର ଅନେକ କମିଛି [91] । ସାରା ପୃଥିବୀରେ ୨୦୦୪ ମସିହାରେ ମଧ୍ୟମ ଧରଣର ଓ ଉଗ୍ର ଧରଣର ଆଜ୍ମା ରୋଗୀ ସଂଖ୍ୟା ୧୯.୪ ନିୟୁତ ଥିଲେ ଓ ତା ମଧ୍ୟରୁ ୧୬ ନିୟୁତ ରୋଗୀ ମଧ୍ୟମ ଓ ନିମ୍ନ ରୋଜଗାର କ୍ଷମ ଲୋକ ଥିଲେ[92] । ପିଲା ଦିନର ରୋଗୀମାନଙ୍କ ମଧ୍ୟରୁ ଦଶ ବର୍ଷ ପରେ ଅର୍ଧେକ ସଂଖ୍ୟକ ପିଲା ଆଜ୍ମା ମୁକ୍ତ ହେବା ଜଣାଯାଏ[43] । ପ୍ରାଥମିକ ଅବସ୍ଥାରୁ ସ୍ଟିରଏଡ ବ୍ୟବହାର କଲେ ଫୁସଫୁସର ପରିବର୍ତ୍ତନ ରୋକି ହୁଏ[93] ।
ସାରା ପୃଥିବୀରେ ୨୦୧୧ ମସିହାରେ ୨୩୫-୩୦୦ ନିୟୁତ ଲୋକ ଆଜ୍ମା ରୋଗର ଶିକାର ହୋଇଥିଲେ[94] । ପ୍ରତ୍ୟେକ ବର୍ଷ ପ୍ରାୟ ୨୫୦,୦୦୦ ରୋଗୀ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଦେଶ ଅନୁସାରେ ଏହି ହାରର ତାରତମ୍ୟ ପରିଲକ୍ଷିତ ହୁଏ । ଆଶାର ବିପରୀତ ଏହି ରୋଗ ବିକଶିତ ରାଷ୍ଟ୍ରମାନଙ୍କରେ ବିକଶିତ ରାଷ୍ଟ୍ରମାନଙ୍କ ଅପେକ୍ଷା ଅଧିକ ହୁଏ । ଏସିଆ, ପୂର୍ବ ୟୁରୋପ ଓ ଆଫ୍ରିକାରେ ଏହି ରୋଗ କମ ହୁଏ । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଧନୀ ଲୋକମାନଙ୍କର ଅଧିକ ହୁଏ ଓ ବିକଶିତ ରାଷ୍ଟ୍ରମାନଙ୍କରେ ଅପେକ୍ଷାକୃତ ଅର୍ଥନୈତିକ ଅନଗ୍ରସର ଲୋକଙ୍କର ଅଧିକ ହୁଏ । ସମୁଦାୟ ମୃତ୍ୟୁ ସଂଖ୍ୟାର ୮୦ % ନିମ୍ନ ଓ ମଧ୍ୟବିତ୍ତ ପରିବାରରୁ ଆସିଥାଆନ୍ତି[95] ।
ଏହି ରୋଗରେ ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କ ସଂଖ୍ୟା ୨ ଗୁଣ ଅଧିକ । ସାଙ୍ଘାତିକ ଆଜ୍ମା ସମ ସଂଖ୍ୟକ ହୁଏ[96] । ମହିଳାମାନଙ୍କର ରୋଗ ହାର ପୁରୁଷମାନଙ୍କଠାରୁ ଅଧିକ । ବୟସ୍କ ବ୍ୟକ୍ତିମାନଙ୍କ ଅପେକ୍ଷା ଯୁବକମାନଙ୍କୁ ଅଧିକ ଆଜ୍ମା ହୁଏ ।
୧୯୬୦ ୦ ୨୦୦୮ ମସିହା ମଧ୍ୟରେ ଏହି ରୋଗ ହାର ବୃଦ୍ଧି ପ୍ରାପ୍ତ ହୋଇଛି[97][98] ଓ ୧୯୭୦ ମସିହାଠାରୁ ଏହାକୁ ସାମାଜିକ ସ୍ୱାସ୍ଥ୍ୟ ସମସ୍ୟା ରୂପେ ବିବେଚନା କରା ଯାଉଛି[99] । ବିକଶିତ ରାଷ୍ଟ୍ରମାନଙ୍କରେ ୧୯୯୦ ମସିହା ମଧ୍ୟ ଭାଗରୁ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଅଧୁନା ଏହି ରୋଗ ଅଧିକ ଦେଖା ଯାଉଛି[100] । ଆମେରିକାରେ ଲୋକ ସଂଖ୍ୟାର ୭ % ଇଂଲଣ୍ଡରେ ଲୋକ ସଂଖ୍ୟାର ୫ % ଏହି ରୋଗରେ ପୀଡ଼ିତ ହେଉଛନ୍ତି [101]। କ୍ୟାନଡା, ଅସ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ୧୪ରୁ ୧୫ % ଲୋକଙ୍କର ଏହି ରୋଗ ହେଉଛି[102] ।
ପୂରାତନ ମିଶରରେ ଆଜମା ରୋଗ ବିଷୟରେ ଜଣା ଥିଲା । କାଇଫି ନାମକ କିଛି ସୁଗନ୍ଧିତ ତରଳ ପଦାର୍ଥର ମିଶ୍ରଣକୁ ଆଜମା ରୋଗର ଔଷଧ ରୂପେ ପାନ କରୁଥିଲେ[103] l ଖ୍ରୀ:ପୂ ୪୫୦ ମସିହାରେ ହିପୋକ୍ରାଟିସ ପ୍ରଥମ କରି ଏହାକୁ ଏକ ନିର୍ଦ୍ଦିଷ୍ଟ ରୋଗ ରୂପେ ଚିହ୍ନଟ କରିଥିଲେ l ଖ୍ରୀ:ପୂ ୨୦୦ ମସିହାରେ ଏହି ରୋଗର ଭାବ ପ୍ରବଣତା ସହ ସମ୍ପର୍କ ଥିବା ଜଣା ଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.