![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/e0/Atlantosaurus_montanus.jpg/640px-Atlantosaurus_montanus.jpg&w=640&q=50)
ଆଟଲାଣ୍ଟୋସରସ୍
From Wikipedia, the free encyclopedia
ଆଟଲାଣ୍ଟୋସରସ୍ ଆଟଲାଣ୍ଟୋସରସ୍ ହେଉଛି ସରୋପଡ଼୍ ପ୍ରଜାତିର ଏକ ଡାଇନୋସର । ଏଥିରେ କେବଳ ଗୋଟିଏ ହିଁ ଜାତି ଅଛି "ଆଟଲାଣ୍ଟୋସରସ୍ ମଣ୍ଟାନସ୍" ଯାହାର ଜୀବାଶ୍ମ ଯୁକ୍ତରାଷ୍ଟ୍ରର କଲୋରାଡ଼ୋର ମରିସନ୍ ଶିଳା ସଂରଚନାରୁ ମିଳିଥିଲା ।
Atlantosaurus ଜୀବାଶ୍ମ କାଳ: Late Jurassic, 150 Ma PreЄ
Є
O
S
D
C
P
T
J
K
Pg
N
↓ | |
---|---|
![]() | |
Illustration of the sacrum | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ![]() | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ଡାଇନୋସରିଆ |
Suborder: | †Sauropodomorpha |
Clade: | †Sauropoda |
Family: | †Diplodocidae |
Genus: | †{{{1}}} Marsh, 1877 |
ଜାତି: | †A. montanus |
ବାଇନୋମିଆଲ ନାମ | |
†Atlantosaurus montanus (Marsh, 1877) | |
Synonyms | |
Titanosaurus montanus Marsh, 1877 (preoccupied) |
ଜୀବାଶ୍ମଟି ଆର୍ଥର ଲେକ୍ସ୍ଙ୍କଦ୍ୱାରା ଅବିଷ୍କୃତ ହୋଇଥିଲା । ୟେଲ୍ ବିଶ୍ୱବିଦ୍ୟାଳୟର ପୁରାତତ୍ତ୍ୱ ପ୍ରାଧ୍ୟାପକ ଅଥ୍ନିଏଲ ଚାର୍ଲ୍ସ୍ ମାର୍ଶ୍ ଏହାକୁ ପ୍ରଥମ କରି ୧୮୭୭ରେ ବର୍ଣ୍ଣନା କରିଥିଲେ । ସେ ପ୍ରଥମେ ଏହାର ନାଁ ରଖିଥିଲେ ଟାଇଟାନୋସରସ୍ ମଣ୍ଟାନସ୍ କିନ୍ତୁ ସେ ପରେ ଜାଣିବାକୁ ପାଇଲେ ଯେ ଏହି ନାଁଟି ସେହି ବର୍ଷ ଅନ୍ୟ ଏକ ସରୋପଡ଼୍ ପ୍ରଜାତିକୁ ବର୍ଣ୍ଣନା କରିବାରେ ବ୍ୟବହୃତ ହୋଇ ସାରିଛି ତେଣୁ ସେ ନାଁକୁ ଆଟଲାଣ୍ଟୋସରସ୍କୁ ବଦଳାଇ ଦେଲେ । [1]
ପ୍ରଥମତଃ ଜୀବାଶ୍ମଟି ତାର ବିଶାଳ ଆକାର ଓ ମେରୁ ହାଡ଼ରେ ଥିବା ପ୍ଲ୍ୟୁରୋସିଲ (ପବନ ଥିବା କ୍ଷୁଦ୍ର କୋଠରୀ)ଦ୍ୱାରା ଚିହ୍ନଟ ହୋଇଥିଲା । କିନ୍ତୁ ପ୍ରକୃତରେ ଏହି ବିଶେଷତ୍ୱ ଗୁଡ଼ିକ ସମସ୍ତ ସରୋପଡ଼୍ ପ୍ରଜାତି ଡାଇନୋସରରେ ଦେଖାଯାଏ । ତେଣୁ ଆଟଲାଣ୍ଟୋସରସ୍ର ଯେଉଁ ଦୁଇଟି ମେରୁହାଡ଼ ରହିଛି ତାହା ଗୋଟେ ଅଲଗା ଜାତିର କିମ୍ବା ଅନ୍ୟ କେଉଁ ସରୋପଡ଼୍ର ତାହା ନିଶ୍ଚିତ ଭବେ କହିହେବ ନାହିଁ । ଏଣୁ ଏହା ଏକ nomen dubium। [2] ଯଦିଓ କିଛି ବିଶେଷଜ୍ଞ ଏହାକୁ ଆପାଟୋସରସ୍ ଆଜାକ୍ସର ଅନ୍ୟ ନାମ ବୋଲି ମାନନ୍ତି ।[3][4]