From Wikipedia, the free encyclopedia
ଆଡାମ ସ୍ମିଥ (୧୬ ଜୁନ ୧୭୨୩ - ୧୭ ଜୁଲାଇ ୧୭୯୦) ଜଣେ ସ୍କଟୀୟ ଦାର୍ଶନିକ, ରାଜନୈତିକ ଅର୍ଥନୀତିର ପୂରୋଗାମୀ ଓ ସ୍କଟୀୟ ନବଜାଗରଣର ପ୍ରବକ୍ତା । [1] ସ୍ମିଥ ନିଜର "ଥିଓରୀ ଅଫ୍ ମୋରାଲ୍ ସେଣ୍ଟିମେଣ୍ଟସ୍" (୧୯୫୯) ଓ "ଆନ୍ ଇନକ୍ୱାରୀ ଇଣ୍ଟୁ ଦ ନେଚର୍ ଆଣ୍ଡ୍ କଜେସ୍ ଅଫ୍ ଦ ୱେଲ୍ଥ୍ ଅଫ୍ ନେସନ୍ସ୍" (୧୭୭୬) ପାଇଁ ଜଣାଶୁଣା । ଏଥିରୁ ଦ୍ୱୀତିୟ ବହିଟି ତାଙ୍କର ସବୁଠାରୁ ଗୁରୁତ୍ତ୍ୱପୁର୍ଣ ଅବଦାନ ଓ ଏହି ଗ୍ରନ୍ଥକୁ ଆଧୁନିକ ଅର୍ଥନୀତି ବିଜ୍ଞାନର ମୂଳପାଠ ବୋଲି ଧରାଯାଏ । ସ୍ମିଥି୍ "ଆଧିନିକ ଅର୍ଥନୀତି ବିଜ୍ଞାନର ପିତା" ବୋଲି ଖ୍ୟାତ । ଅର୍ଥନୀତି କ୍ଷେତ୍ରରେ ତାଙ୍କୁ ଏବେ ବି ସବୁଠାରୁ ଗୁରୁତ୍ତ୍ୱପୂର୍ଣ ଚିନ୍ତାନାୟକମାନଙ୍କମଧ୍ୟରୁ ଜଣେ ବୋଲି ଧରାଯାଏ । [2] ନିଜର କାମଦ୍ୱାରା ସ୍ମିଥ୍ ଶାସ୍ତ୍ରୀୟ ମୁକ୍ତ ବଜାର ଅର୍ଥନୈତିକ ତତ୍ତ୍ୱର ମୂଳଦୁଆ ପକାଇଲେ । ତାଙ୍କର ମତ ଅନୁସାରେ ଯୁକ୍ତିସଂଗତ ଭାବରେ ପରିଚାଳିତ ହୋଇ ଲୋକମାନେ ନିଜର ସ୍ୱସ୍ୱାର୍ଥ ସିଦ୍ଧି ପାଇଁ ପ୍ରତିଯୋଗିତା କଲେ ତାହାଫଳରେ ଅର୍ଥନୈତିକ ସମୃଦ୍ଧି ଜାତ ହେବ । [3]
ଜନ୍ମ | 16 June 1723 NS (5 June 1723 OS) Kirkcaldy, Fife, Scotland |
---|---|
ଦେହାନ୍ତ | ୧୭ ଜୁଲାଇ ୧୭୯୦ ୬୭) Edinburgh, Scotland | (ବୟସ
ଅଞ୍ଚଳ | Western philosophy |
ବିଦ୍ୟାଳୟ | Classical economics |
ମୂଳ ଲକ୍ଷ | Political philosophy, ethics, economics |
ଜଣାଶୁଣା ଚିନ୍ତାଧାରା | Classical economics, modern free market, division of labour, the "invisible hand" |
କାହାଦେଇ ପ୍ରଭାବିତ
| |
କାହାକୁ ପ୍ରଭାବିତ କରିଛନ୍ତି
| |
ସନ୍ତକ |
ଆଡାମ୍ ସ୍ମିଥ୍ ପ୍ରଥମେ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ ସାମାଜିକ ଦର୍ଶନ ପଢ଼ିଲେ । ଏହାପରେ ଉଚ୍ଚତର ଶିକ୍ଷାପାଇଁ ସେ ଅକ୍ସ ଫର୍ଡ୍ ବିଶ୍ୱବିଦ୍ୟାଳୟର ବାଲିଓଲି କଲେଜରେ ଅଧ୍ୟୟନ କଲେ । ଶିକ୍ଷା ସମାପ୍ତ ହେବା ପରେ ସେ ଏଡିନବରା ବିଶ୍ୱବିଦ୍ୟାଳୟରେ କେତେଗୁଡିଏ ପବ୍ଲିକ୍ ଅଭିଭାଷଣ ଦେଲେ । ଏହାପରେ ସେ ୧୭୫୧ ମସିହାରୁ ଆରମ୍ଭକରି ଅନେକ ବର୍ଷ ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବରେ କାମ କଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.