ଜୀବାଣୁ ଦ୍ଵାରା ବ୍ୟାପୁଥିବା ରୋଗ From Wikipedia, the free encyclopedia
ଆନ୍ଥ୍ରାକ୍ସ ରୋଗ ବ୍ୟାସିଲସ୍ ଅନନ୍ଥ୍ରାସିସ୍ (Bacillus anthracis) ନାମକ ଏକ ଜୀବାଣୁଦ୍ୱାରା ହୁଏ ।[1] ଏହି ରୋଗର ଚାରି ରୁପର ଉପସ୍ଥାପନା ଅଛି: ଚର୍ମ, ପ୍ରଶ୍ୱାସ, ଅନ୍ତନଳୀ ଓ ଇଞ୍ଜେକସନ୍ । [2] ସଂକ୍ରମଣ ସଂସ୍ପର୍ଶରେ ଆସିବାର ଏକ ଦିନରୁ ୨ମାସ ଭିତରେ ଲକ୍ଷଣ ପ୍ରକାଶ ପାଏ । ଚର୍ମ ସଂକ୍ରମଣ ଗୋଟିଏ ଛୋଟ ଫୋଟକା ଆକାରରେ ବାହାରେ ଯାହାର ଚାରିପଟ ଫୁଲି କଷ୍ଟବିହୀନ ଘାଆ ହୋଇଯାଏ ଓ ତାହାର କେନ୍ଦ୍ରଟି କଳା ଦେଖାଯାଏ । ପ୍ରଶ୍ୱାସ ଲକ୍ଷଣରେ ଜ୍ୱର, ଛାତି ଯନ୍ତ୍ରଣା ଓ ଛୋଟ ଶ୍ୱାସ କ୍ରିୟା ହୁଏ । ଅନ୍ତନଳୀ ରୁପରେ ଅଇ, ବାନ୍ତି, ତରଳ ଝାଡ଼ା ଓ ପେଟ ଯନ୍ତ୍ରଣା ହୁଏ । ଇଞ୍ଜେକସନ୍ ରୁପରେ ଶୀରାଭ୍ୟନ୍ତର ଇଞ୍ଜେକସନ ନେବା ସ୍ଥାନରେ ଜ୍ୱର ଓ ପୂଜ ଘାଆ ହୁଏ ।[3]
ଆନ୍ଥ୍ରାକ୍ସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Infectious disease |
ଆଇସିଡ଼ି-୧୦ | A22.{{{3}}} |
ଆଇସିଡ଼ି-୯-ସିଏମ୍ | 022 |
ରୋଗ ଡାଟାବେସ | 1203 |
ମେଡ଼ିସିନ-ପ୍ଲସ | 001325 |
ଇ-ମେଡ଼ିସିନ | med/148 |
Patient UK | ଆନ୍ଥ୍ରାକ୍ସ |
MeSH | D000881 |
ସଂକ୍ରମିତ ପଶୁ ଉତ୍ପାଦରେ ଥିବା ଜୀବାଣୁମାନଙ୍କର ସ୍ପୋର ସଂସ୍ପର୍ଶରେ ଆସିଲେ ଆନ୍ଥ୍ରାକ୍ସ ରୋଗ ହୁଏ । ଶ୍ୱାସକ୍ରିୟା, ଖାଦ୍ୟ ଓ ଖଣ୍ଡିଆ ଚର୍ମ ମାଧ୍ୟମରେ ସଂକ୍ରମଣ ସାଧିତ ହୁଏ । ମଣିଷଠାରୁ ମଣିଷ ସଂକ୍ରମିତ ହୁଏ ନାହିଁ ।[4] ପଶୁଙ୍କର କାମ କରୁଥିବା ଲୋକ ବା ପଶୁ ଉତ୍ପାଦ ସମ୍ଭାଳିବା ଲୋକ, ପୋଷ୍ଟ ଅଫିସ୍ର କର୍ମଚାରୀ ଓ ମିଲିଟାରୀ ଲୋକଙ୍କର ଏହି ରୋଗ ସଙ୍କଟ ଅଧକ ରହେ ।[5] ରକ୍ତରେ ଆଣ୍ଟିବଡି ବା ଟକ୍ସିନ ଥିଲେ ଅଥବା ସଂକ୍ରମିତ ସ୍ଥାନରୁ ସାମ୍ପଲ୍ ନେଇ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [6]
ଅଧିକ ସଙ୍କଟ ଥିବା ଲୋକଙ୍କୁ ଆନ୍ଥ୍ରାକ୍ସ ଟିକା ନେବାକୁ ସୁପାରିସ କରାଯାଏ ।[5] ସଂକ୍ରମଣ ଇତିହାସ ଥିବା ସ୍ଥାନର ପଶୁମାନଙ୍କୁ ଟିକା ଦେବାକୁ ସୁପାରିସ୍ କରାଯାଏ ।[4] ସଂସ୍ପର୍ଶରେ ଆସିବା ପରେ ଦୁଇ ମାସ ଧରି ଡକ୍ସିସାଇକ୍ଲିନ ବା ସିପ୍ରୋଫ୍ଲୋକ୍ସାସିନ ଭଳି ଆଣ୍ଟିବାୟୋଟିକ୍ ନେଲେ ରୋଗ ପ୍ରତିରଧ ହୋଇଯାଏ ।[7] ସଂକ୍ରମଣ ହୋଇଗଲେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଟକ୍ସିନ ଦେଇ ଚିକିତ୍ସା କରାଯାଏ ।[8] ସଂକ୍ରମଣର ପ୍ରକାର ଉପରେ ଆଣ୍ଟିବାୟୋଟିକର ପ୍ରକାର ଓ ସଂଖ୍ୟା ନିର୍ଭର କରେ ।[7] ବ୍ୟାପକ ସଂକ୍ରମଣ ହେଲେ ଆଣ୍ଟିଟକ୍ସିନ ଦିଆଯାଏ ।[7]
ଆଫ୍ରିକା ତଥା ମଧ୍ୟ ଓ ଦକ୍ଷିଣ ଏସିଆରେ ଆନ୍ଥ୍ରାକ୍ସ ଏକ ସାଧାରଣ ରୋଗ ।[9] ଏହା ନିୟମିତ ଭାବରେ ଦକ୍ଷିଣ ୟୁରୋପରେ ଦେଖାଯାଏ କିନ୍ତୁ ଉତ୍ତର ୟୁରୋପ ଓ ଉତ୍ତର ଆମେରିକାରେ ଏତେ ସାଧାରଣ ନୁହେଁ ।[10] ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୨,୦୦୦ ଲୋକଙ୍କୁ ଏହି ରୋଗ ହେଉଥିଲେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ କେବଳ ୨ ଜଣଙ୍କୁ ହୁଏ ।[11][12] ସମୁଦାୟ ସଂକ୍ରମଣର ୯୫% କେବଳ ଚର୍ମ ସଂକ୍ରମଣ ହୁଏ ।[13] ଅଣଚିକିତ୍ସିତ ଲୋକଙ୍କ ମଧ୍ୟରୁ ମୃତ୍ୟୁ ସଙ୍କଟ ୨୪% ଲୋକଙ୍କୁ ହୁଏ ।[7] ଅନ୍ତନଳୀ ସଂକ୍ରମଣ ହେଲେ ମୃତ୍ୟୁ ସଙ୍କଟ ୨୫ରୁ ୭୫% ରହେ ଓ ପ୍ରଶ୍ୱାସ ସଂକ୍ରମଣରେ ୨୫ରୁ ୭୫% ଏହି ସଙ୍କଟ ରହେ ।[7][13] ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରତି ବର୍ଷ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଅନ୍ୟାନ୍ୟ ପଶୁ ମୃତ୍ୟୁ ବରଣ କରୁଥିଲେ ।[14] ଅନେକ ଦେଶମାନଙ୍କରେ ଆନ୍ଥ୍ରାକ୍ସକୁ ଅସ୍ତ୍ର ଭାବରେ ପ୍ରସ୍ତୁତ କରି ରଖାଯାଇଛି । [13] ତୃଣଭୋଜୀ ପ୍ରାଣୀ ଚରିଲା ବେଳେ ଜୀବାଣୁ ସ୍ପୋର ଖାଇଲେ ବା ପ୍ରଶ୍ୱାସରେ ଦେହକୁ ଗଲେ ସଂକ୍ରମଣ ହୁଏ । ମାଂସାସୀ ପ୍ରାଣୀ ସଂକ୍ରମିତ ପଶୁକୁ ଖାଇଲେ ସଂକ୍ରମିତ ହୋଇ ରୋଗ ହୁଏ ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.