ଆଫଥସ ସ୍ଟୋମାଟାଇଟିସ
From Wikipedia, the free encyclopedia
ଆଫଥସ ସ୍ଟୋମାଟାଇଟିସ (ଇଂରାଜୀ ଭାଷାରେ Aphthous stomatitis) ଏକ ସାଧାରଣ (benign) ପାଟି ଘାଆ ଯାହା ସ୍ପର୍ଶ ମାଧ୍ୟମରେ (non-contagious) ବ୍ୟାପିଥାଏ; ଏ ଭଳି ରୋଗୀର ଅନ୍ୟଥା ସାଧାରଣ ସ୍ୱାସ୍ଥ୍ୟ ଥାଏ । ଉତ୍ତର ଆମେରିକାରେ ଏହାକୁ କାଙ୍କର ସୋର କହନ୍ତି ଓ ଏହି ଶବ୍ଦ ଯେ କୌଣସି ପାଟି ଘାଆକୁ ବୁଝାଏ ।
ଆଫଥସ ସ୍ଟୋମାଟାଇଟିସ (Aphthous stomatitis) | |
---|---|
Recurrent aphthous stomatitis, recurring oral aphthae, recurrent aphthous ulceration | |
ବିଭାଗ | Oral medicine, dermatology |
ପୁନଃପୌନିକ | ~୨୦% ଲୋକଙ୍କର କିଛି ପରିମାଣର ହୁଏ । [1] |
ଏହାର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ଟି ସେଲ (T cell) ମାଧ୍ୟମ ଇମ୍ମ୍ୟୁନ ପ୍ରତିକ୍ରିୟା (immune response) ଭାବରେ ଧରାଯାଏ । ପ୍ରତ୍ୟେକ ରୋଗୀର ବିଭିନ୍ନ ଟ୍ରିଗର ଥାଏ ଯାହା ଖାଦ୍ୟାଭାବ (nutritional deficiencies), ସ୍ଥାନୀୟ ଆଘାତ, ମାନସିକ ଚାପ, ହରମୋନ ପ୍ରଭାବ, ଆଲର୍ଜି ବା ଜେନେଟିକ ହୋଇପାରେ ।
ଏଇ ଘାଆ ଗୁଡ଼ିକ ସାମୟିକ ଭାବରେ ହୁଏ ଓ ଏହି ଆକ୍ରମଣ ମଧ୍ୟବର୍ତ୍ତୀ ସମୟରେ ସମ୍ପୁର୍ଣ୍ଣ ଭଲ ହୋଇଯାଏ । ଅଧିକାଂଶ ସମୟରେ ଏହି ଘାଆ ପ୍ରାୟ ୭-୧୦ ଦିନ ପର୍ଯ୍ୟନ୍ତ ରହେ ଓ ବର୍ଷକୁ ୩-୬ ଥର ହୁଏ । ଅଧିକାଂଶ ଥର ପାଟିର ମାଢ଼ି (attached gingiva), ହାର୍ଡ଼ ପ୍ୟାଲେଟ (hard palate) ଓ ଜିଭର ଉପରି ଭାଗ (dorsum of the tongue)) ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ଥିବା ନନ କେରାଟିନାଇଜିଙ୍ଗ ସ୍ଟ୍ରାଟିଫାଏଡ ସ୍କ୍ୱାମସ ଏପିଥେଲିଅମରେ (non-keratinizing epithelial surfaces) ଘାଆ ହୁଏ । ଖାଇବା ଓ ପିଇବା ବେଳେ ବିରକ୍ତିକର ଅସୁବିଧା ହୁଏ । ଘାଆ ସାଂଘାତିକ ଧରଣର ହେଲେ କୁପୋଷଣ ହୋଇ ଓଜନ ହ୍ରାସ ହୁଏ ।
ଏହ ଏକ ସାଧାରଣ ଧରଣର ରୋଗ, ଜନସଂଖ୍ୟାର ପ୍ରାୟ ୨୦% ଲୋକଙ୍କୁ ଆକ୍ରମଣ କରେ ।[1] ଶିଶୁ ଓ କିଶୋର ବୟସରେ ପ୍ରାୟ ଆରମ୍ଭ ହୁଏ ଓ ଅନେକ ବର୍ଷ ଧରି ଏହି ଆକ୍ରମଣ ଚାଲୁ ରହେ । ଏହ ଆରୋଗ୍ୟ ହୁଏନାହିଁ, ଯନ୍ତ୍ରଣା ଲାଘବ ଓ ବାରମ୍ବାର ନହେବା ନିମନ୍ତେ ଚିକିତ୍ସା କରାଯାଏ । ଏହି ଆଫଥସ ସ୍ଟୋମାଟାଇଟିସ ଗ୍ରୀକ ଭାଷାର ଆଫଥା ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ପାଟି ଘାଆ ।