ଯୋଗ ମୁଦ୍ରା From Wikipedia, the free encyclopedia
ଆସନ (ହିନ୍ଦୀ - आसन - āsana)ର ଅର୍ଥ ହେଲା ବସିବା। [1]) ଯୋଗରେ ଏହା ଶରୀରର ଏକ ସ୍ୱତନ୍ତ୍ର ବସିବା ମୁଦ୍ରା। [2]. ଯୋଗ ଅଭ୍ୟାସ ଦିଗରୁ ଦେଖିଲେ ଆସନର ଦୁଇଟି ଅର୍ଥ ରହିଛି, ଅଭ୍ୟାସୀ ଯେଉଠି ବସେ ଓ ଅଭ୍ୟାସୀ ଯେଉଁପରି ବସେ। [3] ପତଞ୍ଜଳୀଙ୍କ ଯୋଗସୂତ୍ର ଅନୁସାରେ ସ୍ଥିର ସୁଖଂ ଆସନଂ, ଅର୍ଥାତ ଏମିତି ଏକ ବସିବାର ଶୈଳୀ ଯେଉଁଥିରେ ଅଧିକ କାଳ ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ସ୍ଥିର ଓ ନିରୁଦ୍ୱିଗ୍ନ ଭାବେ ବସିହୁଏ। [4]
ପତଞ୍ଜଳୀଙ୍କ ଯୋଗସୂତ୍ରରେ ବର୍ଣ୍ଣିତ ଆସନମାନଙ୍କ ଭିତରୁ ‘ମେରୁଦଣ୍ଡକୁ ସିଧାକରି ବସି ରହିବାର ସ୍ଥିତି’ ହେଉଛି ମୌଳିକ ଆସନ। ତାଙ୍କ ଅନୁସାରେ ସ୍ଥିର ଭାବରେ ଏକ ସ୍ଥିତିରେ ସହଜତାର ସହିତ ବସି ରହିବା ହିଁ ଆସନ। [5] ଏପରି ବସି ରହି ଧ୍ୟାନ କରିବାଦ୍ୱାରା ଆତ୍ମ ସାକ୍ଷାତକାର ବା ସମାଧି ପ୍ରାପ୍ତ ହୁଏ। [6] ଆସନ ଓ ପ୍ରାଣାୟାମକୁ ମିଶାଇ ପରବର୍ତ୍ତୀ କାଳରେ ହଠଯୋଗ [7] ନାମକ ଶାରୀରିକ ଉତ୍କର୍ଷ ଲାଭ କରିବାର ପ୍ରଣାଳୀ ମଧ୍ୟ ବିକଶିତ ହୋଇଛି। କିନ୍ତୁ ପ୍ରକୃତ ପକ୍ଷେ ପତଞ୍ଜଳୀ ଋଷିଙ୍କ ପ୍ରଣିତ ରାଜଯୋଗର ଅଷ୍ଟାଙ୍ଗ ଚରଣ ଭିତରୁ ଆସନ ହେଉଛି ସମାଧି ଲାଭ କରିବାର ପ୍ରଥମ ପଦକ୍ଷେପ।
ଅଷ୍ଟାଙ୍ଗ ଯୋଗର ଅନ୍ୟାନ୍ୟ ଅଙ୍ଗ ଗୁଡ଼ିକ ହେଲା ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଆଉ ସମାଧି। [5][6]
ଅନୁଶାସନ ମାଧ୍ୟମରେ ଶରୀର ଉପରେ ନିୟନ୍ତ୍ରଣ ଲାଭ କରି ପାରିଲେ ଯୋଗୀ ବା ଯୋଗିନୀ ( ପୁରୁଷ ବା ସ୍ତ୍ରୀ ଅଭ୍ୟାସକାରୀ/ଅଭ୍ୟାସ କାରିଣୀ) ଥଣ୍ଡା-ଗରମ, ସୁଖ-ଦୁଃଖ ଆଦି ଦ୍ୱୈତତାରୁ ମୁକ୍ତି ପାଆନ୍ତି। [8] ଏହା ଅଦ୍ୱୈତବାଦ ଓ ଏହା ସାଂଖ୍ୟବାଦୀ ହିମାଳୟର ସିଦ୍ଧମାନଙ୍କଠାରୁ ବିକଶିତ ହୋଇଛି। [9]
ଅଧୁନା ଯୋଗକୁ କେବଳ ଶାରୀରିକ କସରତ ହିସାବରେ ପରିଗଣିତ କରା ଯାଏ। ଶବାସନରେ ନିର୍ଜୀବବତ୍ ପଡ଼ି ରହିବାଠାରୁ ଶୀର୍ଷାସନରେ ମୁଣ୍ଡ ତଳକୁ କରି ଗୋଡ଼କୁ ଉପରକୁ କରିବାର ବିପରୀତ ମୁଦ୍ରା ପର୍ଯ୍ୟନ୍ତ ଶରୀରର ବିବିଧ ସ୍ଥିତିକୁ ନେଇ ଅନେକ ଗୁଡ଼ିଏ ଆସନ ବିକଶିତ ହୋଇଛି। [10] କିନ୍ତୁ ଏକ ସ୍ଥିତିରେ ଅଧିକ କାଳ ବସିରହିବା ହେଉଛି ପୁରାତନ ରାଜ ଯୋଗର ଅଷ୍ଟାଙ୍ଗ ଚରଣ ଅନ୍ତର୍ଗତ ତୃତୀୟ ଚରଣ। [5]
ଏହି ସ୍ଥିତି ଗୁଡ଼ିକର ନାମ ଅନେକ ସ୍ଥଳରେ କୌଣସି ପ୍ରାଣୀର ଆକାର ଦୃଷ୍ଟିରୁ ତା’ର ନାମ ଅନୁସାରେ ନାମିତ ହୋଇଛି - ଯଥା ମଣ୍ଡୁକାସନ (ଏକ ବେଙ୍ଗ ପରି ଶାରୀରିକ ସ୍ଥିତି)। ପ୍ରତିଟି ଆସନ ଶରୀରର ନିର୍ଦ୍ଦିଷ୍ଟ ଅଙ୍ଗ ଉପରେ ଚାପ ପକାଇଥାଏ ଓ ସେହି ଅଙ୍ଗକୁ ରକ୍ତ ସଞ୍ଚାଳନ ସୁଗମ କରାଇ ତତ୍ ସମ୍ପର୍କିତ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ନମନୀୟତା ଓ ପ୍ରାଣଶକ୍ତିକୁ ବଢାଏ। ତେଣୁ ଯଦିଓ ଆସନର ଆବିଷ୍କାର ଏକ ସ୍ଥିତିରେ ଅଧିକକାଳ ବସି ରହିବାର କ୍ଷମତାକୁ ବିକାଶ କରିବା ପାଇଁ ହୋଇଥିଲା, ପରବର୍ତ୍ତୀ କାଳରେ ଶାରୀରିକ କସରତ ହିସାବରେ ଏହାର ବହୁଳ ପ୍ରସାର ହୋଇଛି। [10] ଆଜିକାଲି ଆସନ ବା ଯୋଗାସନ କହିଲେ ଲୋକେ ଶାରୀରର ବିଭିନ୍ନ ସ୍ଥିତିକୁହିଁ ବୁଝିଥାନ୍ତି।
ଆସନ କରିବା ଆଗରୁ ନିମ୍ନଲିଖିତ ପୂର୍ବ ପ୍ରସ୍ତୁତି ଆବଶ୍ୟକ:[11][12]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.