ଇଣ୍ଟର ମିଲାନ ଫୁଟବଲ କ୍ଲବ
ଇଟାଲୀର ଏକ ବ୍ୟବସାୟିକ ଫୁଟବଲ କ୍ଲବ / From Wikipedia, the free encyclopedia
ଇଣ୍ଟର ମିଲାନ ଫୁଟବଲ କ୍ଲବ (ଇଟାଲୀ ଭାଷାରେ ମୂଳନାମ Football Club Internazionale Milano, ଇଟାଲୀର ବ୍ୟବହାରିକ ଭାଷାରେ ଇଣ୍ଟରନାଜିଓନାଲେ ବା ଇଣ୍ଟର, ଇଟାଲୀ ବାହାରେ ଇଣ୍ଟର ମିଲାନ[9][10]) ଇଟାଲୀର ଲୋମ୍ବାର୍ଡ଼ି ପ୍ରାନ୍ତର ମିଲାନ ସହରର ଏକ ବ୍ୟବସାୟିକ ଫୁଟବଲ କ୍ଲବ । ଇଟାଲୀର ସିରି ଏ ଫୁଟବଲ ଲିଗରେ ଏହି କ୍ଲବ ଦଳ ଖେଳିଥାଏ । ଇଟାଲୀ କ୍ଲବ ଫୁଟବଲରେ ଇଣ୍ଟର ମିଲାନ ଦଳ ଏଯାବତ ସବୁ ବର୍ଷ ଯୋଗ୍ୟତା ହାସଲ କରିଆସିଛି ଓ ଏପରି କରିପାରିଥିବା ଏହା ଏକମାତ୍ର ଇଟାଲୀୟ କ୍ଲବ ।
ପୂର୍ଣ୍ଣ ନାମ | ଫୁଟବଲ କ୍ଲବ୍ ଇଣ୍ଟରନାଜିଓନାଲେ ମିଲାନୋ[1] | |||
---|---|---|---|---|
ଡାକ ନାମ |
| |||
କ୍ଷୁଦ୍ର ନାମ | ଇଣ୍ଟର | |||
ପ୍ରତିଷ୍ଠା | ୦୯-ମାର୍ଚ୍ଚ-୧୯୦୮ | |||
ଷ୍ଟାଡ଼ିୟମ୍ | ସାନ୍ ସିରେ | |||
ଦର୍ଶକ କ୍ଷମତା | ୭୮,୨୭୫ | |||
ମାଲିକ | ||||
ଅଧ୍ୟକ୍ଷ ବା ସଭାପତି | ଷ୍ଟିଭେନ୍ ଝାଂଗ୍[7] | |||
ମୁଖ୍ୟ ପ୍ରଶିକ୍ଷକ | ଆଣ୍ଟୋନିଓ କୋଣ୍ଟେ[8] | |||
ଲିଗ୍ | ସିରି ଏ | |||
ୱେବସାଇଟ୍ | Club website | |||
| ||||
ତତ୍କାଳୀନ ମିଲାନ କ୍ରିକେଟ ଓ ଫୁଟବଲ କ୍ଲବରେ (ବର୍ତ୍ତମାନ ଏସି ମିଲାନ ନାମରେ ଖ୍ୟାତ) ଏକ ମତଭେଦ ଯୋଗୁଁ ୧୯୦୮ ମସିହାରେ କ୍ଲବରୁ ବିଚ୍ଛିନ୍ନ ହୋଇ ଇଣ୍ଟର ମିଲାନ କ୍ଲବ ସ୍ଥାପିତ ହୋଇଥିଲା । ୧୯୧୦ ମସିହାରେ ଇଣ୍ଟର ନିଜର ପ୍ରଥମ ଚାମ୍ପିୟନ୍ସିପ୍ ଜିତିଥିଲା । ସ୍ଥାପନା ପରଠାରୁ ଇଣ୍ଟର କ୍ଲବ ସମୁଦାୟ ୩୦ଟି ଘରୋଇ ବା ଜାତୀୟ ପ୍ରତିଯୋଗିତାରେ ବିଜୟ ଲାଭ କରିଆସିଛି । ତନ୍ମଧ୍ୟରେ ୧୮ ଥର ସିରି ଏ ଲିଗ୍, ୭ ଥର କୋପା ଇଟାଲିଆ ଓ ୫ ଥର ସୁପରକୋପା ଇଟାଲିଆନା ବିଜୟ ଅନ୍ତର୍ଭୁକ୍ତ । ୨୦୦୬ରୁ ୨୦୧୦ ମଧ୍ୟରେ ଇଣ୍ଟର ଦଳ ୫ ବର୍ଷ କ୍ରମାଗତ ଭାବେ ଲିଗ୍ ବିଜେତା ହୋଇ ଯୁଗ୍ମ ରେକର୍ଡର ଅଧିକାରୀ ହୋଇଥିଲା ।[11] ୧୯୬୪, ୧୯୬୫ ଓ ୨୦୧୦ ମସିହାରେ ଇଣ୍ଟର ଦଳ ୟୁଇଫା ଚାମ୍ପିୟନ୍ସ ଲିଗରେ ମଧ୍ୟ ବିଜୟୀ ହୋଇ ତିନି ଥର ୟୁରୋପୀୟ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ୨୦୧୦ ମସିହାରେ ଇଣ୍ଟର କୋପା ଇଟାଲିଆ ଓ ଶୁଡେଟୋ ପ୍ରତିଯୋଗିତାରେ ବିଜୟୀ ହୋଇ ତ୍ରି-ବିଜୟ ହାସଲ କରିଥିଲା ।[12] ଇଣ୍ଟର ମିଲାନ ଫୁଟବଲ ଦଳ ୩ ଥର ୟୁଇଫା ୟୁରୋପା ଲିଗ୍, ୨ ଥର ଅନ୍ତର୍ମହାଦେଶୀୟ (ଇଣ୍ଟରକଣ୍ଟିନେଣ୍ଟାଲ) କପ ଓ ଥରେ ଫିଫା କ୍ଲବ ବିଶ୍ୱକପ ପ୍ରତିଯୋଗିତାରେ ମଧ୍ୟ ବିଜୟ ଲାଭ କରିଛି ।
ଇଣ୍ଟର ନିଜର ଘର ମ୍ୟାଚ୍ ସାନ୍ ସିରୋ ଷ୍ଟାଡିୟମରେ ଖେଳିଥାଏ । ଉଭୟ ଇଣ୍ଟର ଓ ମିଲାନ ସହରରେ ଥିବା ଏହାର ପ୍ରତିଦ୍ୱନ୍ଦୀ ଏସି ମିଲାନ (କେବଳ ମିଲାନ ନାମରେ ମଧ୍ୟ ପରିଚିତ) କ୍ଲବ ସାନ୍ ସିରୋକୁ ନିଜର ଘର ମ୍ୟାଚ ପାଇଁ ବ୍ୟବହାର କରନ୍ତି । ୮୦,୦୧୮ ଦର୍ଶକ ବସିପାରୁଥିବା ସାନ୍ ସିରୋ ଇଟାଲୀୟ ଫୁଟବଲରେ ସର୍ବବୃହତ ଷ୍ଟାଡିୟମ୍ ।[13] ଏସି ମିଲାନ ଫୁଟବଲ କ୍ଲବ ଓ ୟୁଭେଣ୍ଟସ୍ ଏଫ୍ସି କ୍ଲବ ହେଉଛନ୍ତି ଇଣ୍ଟର ମିଲାନ କ୍ଲବର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଏମାନଙ୍କ ସହିତ ଇଣ୍ଟର ଦଳ ଯଥାକ୍ରମେ ଡର୍ବି ଡେଲା ମାଡୋନିନା ଓ ଡର୍ବି ଡି’ଇଟାଲିଆରେ ପ୍ରତିଦ୍ୱନ୍ଦିତା କରିଥାଏ । ଏସି ମିଲାନ ଓ ଇଣ୍ଟର ମିଲାନର ପ୍ରତିଦ୍ୱନ୍ଦିତା ଇଟାଲୀରେ ଖୁବ୍ ଲୋକପ୍ରିୟ ।[14] ୧୯୧୯ ମସିହା ବେଳକୁ ଇଣ୍ଟରର ଘର ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଇଟାଲୀରେ ସର୍ବାଧିକ ଏବଂ ବିଶ୍ୱରେ ଷଷ୍ଠ ସର୍ବାଧିକ ରହିଥିଲା ।[15] ଇଟାଲୀୟ ଓ ବିଶ୍ୱ ବ୍ୟବସାୟିକ ଫୁଟବଲରେ ଇଣ୍ଟର ମିଲାନ ଏକ ମୂଲ୍ୟବାନ ଦଳ ।[16]