ଇଣ୍ଟ୍ରାସେରେବ୍ରାଲ ହେମୋରେଜ
From Wikipedia, the free encyclopedia
ଇଣ୍ଟ୍ରାସେରେବ୍ରାଲ ହେମୋରେଜ ବା ପ୍ରମସ୍ତିଷ୍କାଭ୍ୟନ୍ତର ରକ୍ତସ୍ରାବ (ଇଂରାଜୀ ଭାଷାରେ Intracerebral hemorrhage ବା ଆଇସିଏଚ/ICH ବା cerebral bleed) ଏକ ପ୍ରକାର ଖପୁରୀ ଅଭ୍ୟନ୍ତର ରକ୍ତସ୍ରାବ ଯାହା ମସ୍ତିଷ୍କ ତନ୍ତୁ (brain tissue|) ଭିତରେ ବା ଭେଣ୍ଟ୍ରିକ୍ଲ (ventricles) ଭିତରେ ହୋଇପାରେ । [1] ଏହି ରୋଗର ଲକ୍ଷଣ: ମୁଣ୍ଡବଥା, ଏକ ପାଖିଆ ଦୁର୍ବଳତା, ବାନ୍ତି, ଅପସ୍ମାର ବାତ, ସ୍ୱଳ୍ପ ସ୍ତରର ଚେତନା (decreased level of consciousness) ଓ ଶକ୍ତ ବେକ (neck stiffness) ।[2] ସମୟ କ୍ରମେ ଲକ୍ଷଣ ଖରାପ ଦିଗକୁ ଯାଏ । ସାଧାରଣତଃ ଜ୍ୱର ମଧ୍ୟ ହୁଏ । ଅନେକ କେଶ୍ରେ ଉଭୟ ମସ୍ତିଷ୍କ ତନ୍ତୁ ଓ ଭେଣ୍ଟ୍ରିକ୍ଲ ମଧ୍ୟରେ ରକ୍ତସ୍ରାବ ହୁଏ ।[3]
ଇଣ୍ଟ୍ରାସେରେବ୍ରାଲ ହେମୋରେଜ | |
---|---|
cerebral haemorrhage, cerebral hemorrhage, intra-axial hemorrhage, cerebral hematoma, cerebral bleed | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Neurosurgery |
ଆଇସିଡ଼ି-୧୦ | I61., P10.1 |
ଆଇସିଡ଼ି-୯-ସିଏମ୍ | 431 |
MeSH | D002543 |
ମସ୍ତିଷ୍କ ଆଘାତ (brain trauma), ମସ୍ତିଷ୍କ ଆନିଉରିଜ୍ମ (aneurysm), ଆର୍ଟେରିଓଭେନସ ମାଲଫର୍ମେସନ (arteriovenous malformation), ଓ ମସ୍ତିଷ୍କ ଅର୍ବୁଦ (brain tumors) ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ରୋଗ ହୁଏ ।[3] ଉଚ୍ଚ ରକ୍ତଚାପ (high blood pressure) ଓ ଆମିଲଏଡୋସିସ (amyloidosis) ଆଲକୋହୋଲିଜ୍ମ (alcoholism), ସ୍ୱଳ୍ପ କୋଲେସ୍ଟେରୋଲ (low cholesterol), ରକ୍ତ ପତଳାକାରୀ ଔଷଧ (blood thinners) ଓ କୋକେନ (cocaine) ଇତ୍ୟାଦି ଯୋଗୁ ସ୍ୱତଃ ରକ୍ତସ୍ରାବ ସଙ୍କଟ ସୃଷ୍ଟି ହୁଏ ।[2] ସିଟି ସ୍କାନ (CT scan) ଅନୁଶୀଳନ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଇସକେମିକ ସ୍ଟ୍ରୋକ (ischemic stroke) ରୋଗରେ ମଧ୍ୟ ସମ ଲକ୍ଷଣ ଦେଖାଯାଏ ।[3]
ଆଇସିୟୁରେ (intensive care unit) ଏହି ରୋଗର ଚିକିତ୍ସା କରାଯାଏ । ସିସ୍ଟୋଲିକ ରକ୍ତଚାପ ୧୪୦ମିମିପାରଦରୁ କମେଇବା ଆବଶ୍ୟକ । ରକ୍ତ ଶର୍କରା ସ୍ତର ସାଧାରଣ ମାତ୍ରାରେ ରଖାଯାଏ, ଆବଶ୍ୟକତା ଅନୁସାରେ ରକ୍ତ ପତଳାକାରୀ ଔଷଧ ଦେବା ବନ୍ଦ ବା ବଦଳ କରିଦିଆଯାଏ । ହାଇଡ୍ରୋସେଫାଲସ ଥିଲେ ଭେଣ୍ଟ୍ରିକୁଲାର ଡ୍ରେନ (ventricular drain) ଦିଆଯାଏ, କର୍ଟିକୋସ୍ଟିରଏଡ (corticosteroids) ଆଦୌ ଦିଆଯାଏ ନାହିଁ । କେତେକ କେଶ୍ରେ ଅପରେଶନ କରି ରକ୍ତ ବାହାର କରିବାକୁ ଆବଶ୍ୟକ ହୁଏ ।[3]
ପ୍ରତି ୧୦,୦୦୦ ଲୋକରେ ବାର୍ଷିକ ୨.୫ ଜଣକୁ ଏହି ରୋଗ ଆକ୍ରମଣ କରେ । ପୁରୁଷ ଓ ବୟସ୍କ ଲୋକଙ୍କୁ ଅଧିକ ରୋଗ ହୁଏ । ରୋଗ ହେବାର ଏକ ମାସ ମଧ୍ୟରେ ପ୍ରାୟ ୪୪% ଲୋକ ମୃତ୍ୟୁ ବରଣ କରନ୍ତି । ରୋଗାକ୍ରାନ୍ତ ଲୋକଙ୍କ ମଧ୍ୟରୁ କେବଳ ୨୦% ଲୋକଙ୍କର ଫଳାଫଳ ଭଲ ହୁଏ ।[2] ସ୍ଟ୍ରୋକକୁ (Stroke) ସନ ୧୮୨୩ ମସିହାପରଠାରୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ରକ୍ତସ୍ରାବ ଓ ସ୍ୱଳ୍ପ ରକ୍ତ ପ୍ରବାହ ।[4]