From Wikipedia, the free encyclopedia
ଇସଲାମର ସମାଲୋଚନା ହେଉଛି ଇସଲାମୀୟ ଧର୍ମବିଶ୍ୱାସ, ରୀତିନୀତି ତଥା ସିଦ୍ଧାନ୍ତର ସମାଲୋଚନା ।
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଇସଲାମର ସମାଲୋଚନା, ଏହାର ସ୍ଥାପନ ଦିନଠାରୁ ରହିଆସିଛି । ପ୍ରାଥମିକ ଲିଖିତ ତିରସ୍କାର ସେକାଳର ଇହୁଦୀ ଏବଂ ଖ୍ରୀଷ୍ଟୀଆନଙ୍କଦ୍ୱାରା ତଥା କେତେକ ପୂର୍ବ-ମୁସଲମାନ ଯେପରିକି ଇବ୍ନ ଅଲ୍-ରୱାଣ୍ଡିଙ୍କଦ୍ୱାରା ହୋଇଥିଲା ।[1] ପରେ ପରେ ସମ୍ପୂର୍ଣ୍ଣ ମୁସଲମାନ ସାମ୍ରାଜ୍ଯ ସମାଲୋଚନାର ଶିକାର ହୋଇଥିଲା ।[2][3][4] ସେପ୍ଟେମ୍ବର ୨୧ର ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଇସଲାମୀୟ ଶାସ୍ତ୍ର ତଥା ଏହାର ଶିକ୍ଷାଗୁଡ଼ିକୁ ଆତଙ୍କବାଦର ମୁଖ୍ୟ ସ୍ରୋତ ବୋଲି ଦାବି ଆଧାରରେ[5][6] ପାଶ୍ଚାତ୍ୟରେ ଇସଲାମର ସମାଲୋଚନା ବଢ଼ିଥିଲା ।[7][8]
ସମାଲୋଚନାର କେତେକ ବିଷୟ ହେଲା ଉଭୟ ବ୍ଯକ୍ତିଗତ ଏବଂ ସାମାଜିକ ଜୀବନରେ, ଇସଲାମର ସଂସ୍ଥାପକ ମହମ୍ମଦଙ୍କର ଜୀବନର ନୈତିକତା[9][10], ଏବଂ ଇସଲାମୀୟ ଧର୍ମଗ୍ରନ୍ଥ କୋରାନ ଏବଂ ହଦିଥର ନୈତିକତା ଏବଂ ପ୍ରାମାଣିକତା ।[11] ଇସଲାମକୁ ଆରବୀୟ ସାମ୍ରାଜ୍ୟବାଦର ଏକ ରୂପ ଯାହା ଅନେକ ମୂଳ ସଂସ୍କୃତିକୁ ନଷ୍ଟ କରିଦେଇଛି, ବୋଲି ଆକ୍ଷାୟିତ କରି ଭାରତୀୟ ତଥା ଆଫ୍ରିକୀୟ ଆଲୋଚକମାନେ ଏହାର ସମାଲୋଚନା କରିଛନ୍ତି ।[12] ଦାସପ୍ରଥାକୁ ଇସଲାମର ସମର୍ଥନ[13][14] ଜଣାଇବା ଯୋଗୁଁ ମୁସଲମାନ ବ୍ୟବସାୟୀମାନେ ପ୍ରାୟ ୧୭ ନିୟୁତ ନିରୀହ ଲୋକଙ୍କୁ ଦାସ ଆକାରରେ ବିକ୍ରି କରିଦେଇଥିବାରୁ ମଧ୍ଯ ଇସଲାମର ସମାଲୋଚନା କରାଯାଏ ।
ଅନ୍ୟ ଏକ ସମାଲୋଚନା ଇସଲାମୀୟ ଆଇନ ଏବଂ ଅଭ୍ୟାସରେ ଦର୍ଶାଯାଇଥିବା ମହିଳା, ଏଲଜିବିଟି ଲୋକ ଏବଂ ଧାର୍ମିକ ଏବଂ ଜାତିଗତ ସଂଖ୍ୟାଲଘୁଙ୍କ ବ୍ୟବହାର ସମେତ ଉଭୟ ଐତିହାସିକ ଏବଂ ଆଧୁନିକ ଇସଲାମୀୟ ଦେଶରେ ମାନବାଧିକାରର ପ୍ରଶ୍ନ ଉପରେ ଧ୍ୟାନ ଦେଇଥାଏ |[15][16] କିଛି ସମାଲୋଚକ ପାଶ୍ଚାତ୍ୟ ଜଗତକୁ ମୁସଲମାନ ପ୍ରବାସ ବିରୋଧରେ ଜାତିଗତ ବିବିଧତା ବିରୋଧୀ ଯୁକ୍ତି କରିଛନ୍ତି ।[17] ମୁସଲମାନମାନେ ସଂଖ୍ୟାଲଘୁ ଥିବା ଅନ୍ୟ ଦେଶ ଯଥା ଚୀନ, ଭାରତ[18][19] ଏବଂ ରୁଷିଆରେ[20][21] ମଧ୍ୟ ଜାତିଗତ ବିବିଧତା ବିରୋଧୀ ଯୁକ୍ତି କରାଯାଇଛି ।
ପ୍ରାରମ୍ଭିକ ଇସଲାମୀୟ ଖିଲାଫତ ଅଧୀନରେ ଆସିଥିବା ଖ୍ରୀଷ୍ଟୀଆନମାନଙ୍କ ଲେଖାରେ ଇସଲାମର ପ୍ରାରମ୍ଭିକ ସମାଲୋଚନାର ପ୍ରମାଣ ମିଳେ । ସେହିପରି ଏକ ଖ୍ରୀଷ୍ଟିଆନ ହେଉଛନ୍ତି ଡାମାସ୍କସର ଜୋନ୍ (ଖ୍ରୀଷ୍ଟୀୟ ୬୭୬-୭୪୮), ଯେ ଇସଲାମ ଓ ଆରବି ଭାଷା ସହ ପରିଚିତ ଥିଲେ । ତାଙ୍କ ପୁସ୍ତକ ଜ୍ଞାନର ଝରଣାର ଦ୍ୱିତୀୟ ଅଧ୍ୟାୟ ପାଖଣ୍ଡ ସମ୍ବନ୍ଧୀୟରେ ସେ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କ ମଧ୍ଯରେ ହୋଇଥିବା କଥୋପକଥନ ବିଷୟରେ ଲେଖିଛନ୍ତି । ଜୋନଙ୍କ ମତରେ ଜଣେ ଆରିଆନ ଭିକ୍ଷୁ ମହମ୍ମଦଙ୍କୁ ପ୍ରଭାବିତ କରିଥିଲେ ଏବଂ ଅଧିକାଂଶ ଇସଲାମୀୟ ସିଦ୍ଧାନ୍ତଗୁଡିକ ବାସ୍ତବରେ ବାଇବେଲରୁ ସଂଗୃହୀତ ଅଟେ ।[22] ଇସଲାମର ଆବ୍ରାହମୀୟ ବଂଶାନୁକ୍ରମର ଦାବି ଉପରେ ଟିପ୍ପଣୀ କରିବାକୁ ଯାଇ ଜୋନ କହିଲେ ଯେ, ଆରବମାନଙ୍କୁ ସାରାସେନୀୟ (ଗ୍ରୀକ୍ Σαρακενοί, ସାରାକେନୋଇ) ବୋଲି କୁହାଯାଏ କାରଣ ସେମାନେ ସାରାଃଶୂନ୍ଯ (κενός, କେନୋସ୍, ଗ୍ରୀକରେ) ଥିଲେ । ସେମାନଙ୍କୁ ହାଗାରେୟ ବୋଲି ମଧ୍ଯ କୁହାଯାଉଥିଲା କାରଣ ସେମାନେ ଦାସୀ ହାଗାରର ବଂଶଧର ଥିଲେ ।[23] ଇସଲାମର ପ୍ରାରମ୍ଭିକ କାଳରେ ଏହାର ସମାଲୋଚନା ସାଧାରଣତଃ ଗୁପ୍ତ ଥିଲା, କାରଣ ମହମ୍ମଦ କିମ୍ବା କୋରାନର ଖୋଲାେଖାଲି ସମାଲୋଚନାର ଦଣ୍ଡ କେବଳ ସମାଲୋଚକ ନୁହେଁ ବରଂ ତା'ର ପୁରା ସମ୍ପ୍ରଦାୟକୁ ମଧ୍ଯ ମିଳୁଥିଲା । ଉଦାହରଣ ସ୍ବରୂପ - ଇହୁଦୀମାନେ ମୌଖିକ ରୂପେ ମହମ୍ମଦଙ୍କ ସମାଲୋଚନା କରିଯାଇଛନ୍ତି । ଏକ ବିବରଣୀ ଅନୁସାରେ, କେତେକ ଇହୁଦୀ କୁରାଣରେ ଗୁପ୍ତ-ସନ୍ଦେଶ ପ୍ରବେଶ କରାଇଥିଲେ, ଯେପରିକି ମୁକାତ୍ତା'ତ୍ (ରହସ୍ଯମୟୀ ଅକ୍ଷର) ଯାହା ମିଥ୍ଯା ପୈଗମ୍ବର ବିଷୟରେ ତନାଖରେ ଲିଖିତ ଏକ ହିବ୍ରୁ ଶବ୍ଦକୁ ଦର୍ଶାଏ ।[24]
ଇସଲାମର ଅନ୍ୟ ଉଲ୍ଲେଖନୀୟ ପ୍ରାରମ୍ଭିକ ସମାଲୋଚକମାନେ ହେଲେ:
ଇସଲାମୀୟ ଖିଲାଫତୀୟ ସାମ୍ରାଜ୍ଯ ସ୍ଥାପନର ପ୍ରାରମ୍ଭିକ କିଛି ଶତାବ୍ଦୀ ପର୍ଯ୍ୟନ୍ତ ଲୋକମାନଙ୍କୁ ସେମାନଙ୍କ ଦୃଷ୍ଟିକୋଣ ତଥା ଇସଲାମର ସମାଲୋଚନା ପାଇଁ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯାଇଥିଲା ।[28][29] ତେଣୁକରି ଇସଲାମୀୟ ସମାଜରୁ ହିଁ କେତେକ ଉଲ୍ଲେଖନୀୟ ସମାଲୋଚକଙ୍କ ଆବିର୍ଭାବ ହୋଇଥିଲା । ସେମାନଙ୍କ ମଧ୍ଯରୁ ଜଣେ ପ୍ରଖ୍ୟାତ ସମାଲୋଚକ ହେଲେ ଦଶମ-ଏକାଦଶ ଶତାବ୍ଦୀର ସିରୀୟ ଅନ୍ଧକବି ଅଲ୍-ମା'ଆର୍ରୀ । ବ୍ୟାପକ-ନିରାଶାବାଦଦ୍ୱାରା ପ୍ରଭାବିତ ଏକ କବିତା ପାଇଁ ସେ ପ୍ରସିଦ୍ଧ ହୋଇଥିଲେ । ସେ ସାଧାରଣତଃ ମତ-ସମ୍ପ୍ରଦାୟକୁ "ବିଷାକ୍ତ ତୃଣକ" ବୋଲି ଆଖ୍ୟାୟିତ କରିଥିଲେ ଏବଂ କହିଥିଲେ ଯେ ସତ୍ଯତା ଉପରେ ଇସଲାମର ଏକାଧିକାର ନାହିଁ । ଉଲେମାର ଅବମାନନା କରିବାକୁ ଯାଇ ସେ ଲେଖିଥିଲେ ଯେ:
ସେମାନେ ତାଙ୍କ ପବିତ୍ର ବିହି ଇତ୍ୟାଦିର ପଠନ କରୁଥିଲେ, ଯଦିଓ ସତ୍ୟ ମୋତେ ସୂଚିତ କରେ ଯେ ଏଗୁଡ଼ିକ ପ୍ରଥମରୁ ଶେଷ ପର୍ଯ୍ୟନ୍ତ କାଳ୍ପନିକ । ହେ ସଦବୁଦ୍ଧି, ତୁମେ (ଓ କେବଳ ତୁମେ ହିଁ) ସତ୍ୟ କୁହ । ତା’ପରେ ସେହି ମୂର୍ଖମାନଙ୍କୁ ଧ୍ବଂସ କର, ଯେଉଁମାନେ ଧାର୍ମିକ ପରମ୍ପରାରେ ବ୍ୟତିକ୍ରମ ଆଣିଲେ କିମ୍ବା ସେମାନଙ୍କୁ ବ୍ୟାଖ୍ୟା କଲେ![30][31]
ବର୍ନାର୍ଡ଼ ଲିଉଇସଙ୍କ ମତରେ, ଯେପରି ସାଧାରଣ ମୁସଲମାନ ଭାବେ ଯେ ତାର ମତକୁ ମତାନ୍ତରଣ କରି ଆସିଥିବା ଲୋକ ଇସଲାମର ସତ୍ୟତା ପ୍ରତି ଆକର୍ଷିତ ହୋଇ ଆସିଥାଏ, ଠିକ୍ ସେହିପରି ମତାନ୍ତରିତ ଲୋକର ପୂର୍ବ ମତର ଲୋକମାନେ ଭାବନ୍ତି ଯେ ଏକ ସେ ଲୋକଟିକୁ ଇସଲାମ ପ୍ରଲୋଭନ ଦେଇ ଡ଼ାକିଥିଲା । ଇବ୍ନ କମ୍ମୁନାଙ୍କ ସୂଚୀରେ ସେହିଭଳି କେତେକ ଅସାମ୍ପ୍ରଦାୟିକ ପ୍ରଲୋଭନର ସୂଚୀ ରହିଛି ।[32] ଦ୍ୱାଦଶ ଶତାବ୍ଦୀର ଜଣେ ଅଗ୍ରଣୀ ରାବ୍ବୀୟ ପୋସେକ ତଥା ଦାର୍ଶନିକ, ମାଇମୋନାଇଡ୍ସ, ଇସଲାମର ଇହୁଦୀମତ ସହ ସମ୍ପର୍କକୁ କେବଳ ସୈଦ୍ଧାନ୍ତିକ ବୋଲି ମତ ପୋଷଣ କରୁଥିଲେ । ଇସଲାମର କଠୋର ଏକେଶ୍ୱରବାଦ ସହ ତାଙ୍କର କୌଣସି କଳହ ନ ଥିଲା, କିନ୍ତୁ ଇସଲାମୀୟ ଶାସକଙ୍କର ବାସ୍ତବିକ ବ୍ୟବହାରରେ ସେ ତ୍ରୁଟି ପାଉଥିଲେ । ଇସଲାମୀୟ ନୈତିକତା ଓ ରାଜନୀତିକୁ ଇହୁଦୀମାନଙ୍କ ନୈତିକତା ଓ ରାଜନୀତିଠାରୁ ତୁଚ୍ଛ ମନେକରୁଥିଲେ ।[33]ସେ ମହମ୍ମଦଙ୍କୁ "ହାମେଶୁଗା" – "ସେହି ପାଗଳ" ବୋଲି କହିଛନ୍ତି ।[34]
ଅବ୍ଦୁଲ୍ଲାଃ ଇବ୍ନ ଅଲ୍-ମୁକାଫାଙ୍କଦ୍ୱାରା ଲିଖିତ ମତରକ୍ଷା ଲେଖଗୁଡ଼ିକ, କେବଳ ମନିଧର୍ମକୁ ଇସଲାମଠାରୁ ରକ୍ଷା କରିନାହିଁ, ବରଂ ଈଶ୍ୱରଙ୍କ ବିଷୟରେ ଇସଲାମୀୟ ଧାରଣାକୁ ମଧ୍ୟ ସମାଲୋଚନା କରିଛି । ଏଥିରେ ଉଲ୍ଲିଖିତ ଯେ କୁରାନୀୟ ଦେବତା ଏକ ଅନ୍ୟାୟୀ, ଆତଙ୍କୀ, ଅବାସ୍ତବୀ ଓ ହିଂସ୍ର ରାକ୍ଷସ ସ୍ୱରୂପୀ, ଯେ "ଏକ ସିଂହାସନ ଉପରେ ବସିଥାଏ, ଯେଉଁଠାରୁ ସେ ଅବତରଣ କରେ" ଏବଂ "ମନୁଷ୍ୟଙ୍କ ସହିତ ଲଢେ ଓ ନିଜ ବିଜୟ ବଖାଣେ" ।[35][36] ମନିଧର୍ମର ଦିବ୍ୟତାର ଧାରଣାଠାରୁ ଇସଲାମର ଈଶ୍ୱର ଧାରଣା ସମ୍ପୂର୍ଣ୍ଣ ଭିନ୍ନ ତଥା ମାନବରୂପୀ ଅଟେ । ତା ଛଡ଼ା ମନିଧର୍ମରେ ଏହା ମାନ୍ୟତା ଅଛି ଯେ ସତ୍ୟ ଓ ଅସତ୍ୟର ଉତ୍ପତ୍ତି ଏକଠାରୁ ହୋଇପାରିବ ନାହିଁ, ଅତଏବ, ଇସଲାମର ଈଶ୍ୱର ମିଥ୍ୟାବାଦୀ ଅଟେ ।
ହିନ୍ଦୁ ଦାର୍ଶନିକ ବିବେକାନନ୍ଦ ଇସଲାମ ଉପରେ ଟିପ୍ପଣୀ କରିଥିଲେ ଯେ:
କେତେକ ମହମ୍ମଦୀୟମାନେ ଅତ୍ୟନ୍ତ ବର୍ବର ଅଟନ୍ତି । ତାଙ୍କର ନାରା ହେଉଛି: "ଈଶ୍ୱର ଏକ ଓ ମହମ୍ମଦ ତାଙ୍କ ପୈଗମ୍ବର" ତା ପରେ ବାକି ସବୁ ମତ ନ କେବଳ ଖରାପ ବରଂ ତୁରନ୍ତ ବିନାଶ ଯୋଗ୍ୟ, ଏଥିରେ ବିଶ୍ୱାସ କରୁଥିବା ସମସ୍ତ ନରନାରୀଙ୍କୁ ମାରି ଦିଆଯିବା ଉଚିତ; ତାଙ୍କ ଆଲ୍ଲାଃଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପୂଜା ଭଙ୍ଗ ଆବଶ୍ୟକ; ଅନ୍ୟ ସମସ୍ତ ପୁସ୍ତକ ଜଳେଇ ଦିଆଯିବା ଉଚିତ. ପ୍ରଶାନ୍ତରୁ ଆଟଲାଣ୍ଟିକ ପର୍ଯ୍ୟନ୍ତ, ପଞ୍ଚ ଶତାବ୍ଦୀ ପର୍ଯ୍ୟନ୍ତ ପୂରା ବିଶ୍ୱ ରକ୍ତ ରଞ୍ଜିତ ହୋଇଥିଲା । ଏହା ହିଁ ମହମ୍ମଦୀୟ ମତ । [37]
ଦୟାନନ୍ଦ ସରସ୍ୱତୀ ଇସଲାମର ଜ୍ଞାନକୁ ଅତ୍ୟନ୍ତ ଆପତ୍ତିଜନକ କହିଥିଲେ ଓ ଇସଲାମର ଭଗବାନଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି ମଧ୍ୟ କହିଥିଲେ:
ଯଦି କୁରାନରେ ବର୍ଣ୍ଣିତ ଈଶ୍ୱର ସମ୍ପୂର୍ଣ୍ଣ ବିଶ୍ୱ ଓ ସମସ୍ତ ଜୀବଙ୍କର ସ୍ୱାମୀ ଥାଆନ୍ତେ, ଏବଂ ସମସ୍ତଙ୍କ ପାଇଁ ଦୟା ଓ କ୍ଷମାର ପ୍ରତିମୂର୍ତ୍ତୀ ଥାଆନ୍ତେ, ତେବେ ସେହି (କୁରାନର) ଈଶ୍ୱର କେବେହେଁ ଅନ୍ୟ ମତ-ସମ୍ପ୍ରଦାୟର ଲୋକମାନଙ୍କୁ ତଥା ପଶୁପକ୍ଷୀଙ୍କୁ ମାରିବା ପାଇଁ ଆଦେଶ ଦେଇ ନ ଥାନ୍ତେ । ଯଦି ସେ ଦୟାବାନ, ସେ କଣ ଏକ ପାପୀକୁ ମଧ୍ୟ କ୍ଷମା କରିବେ? ଏହାର ଉତ୍ତର ହଁ ହୋଇ ପାରିବ ନାହିଁ, କାରଣ କୁରାନରେ ହିଁ କୁହାଯାଇଛି ଯେ ଅବିଶ୍ୱାସୀଙ୍କୁ (କୁରାନ ଓ ମହମ୍ମଦଙ୍କ ଉପରେ ବିଶ୍ୱାସ କରୁନଥିବା ଲୋକଙ୍କୁ) ମାରିଦିଆଯାଉ ।[38]
ପଣ୍ଡିତ ଲେଖରାମ କହିଛନ୍ତି ଯେ ଇସଲାମର ଉତ୍ପତ୍ତି ହିଂସା ଓ ଧନ-ଲୋଭରୁ ହୋଇଛି । ସେ ଆହୁରି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଇସଲାମ ନିର୍ଦ୍ଦିଷ୍ଟ ହିଂସା ଏବଂ ଅତ୍ୟାଚାରକୁ ମୁସଲମାନମାନେ ଅସ୍ୱୀକାର କରୁଛନ୍ତି ଏବଂ କରୁଥିବେ । ସେ ଲେଖିଛନ୍ତି:
ଯେବେଠାରୁ ସମସ୍ତ ଶିକ୍ଷିତ ଲୋକମାନେ ବାଧ୍ୟତାମୂଳକ ଧର୍ମାନ୍ତରଣ ଉପରେ ଧ୍ୟାନ ଦେବା ଆରମ୍ଭ କଲେ ଏବଂ ଏହାର ଆଧାର ଉପରେ ଆପତ୍ତି କରିବା ଆରମ୍ଭ କଲେ, ସେବେଠାରୁ କିଛି ପ୍ରାକୃତିକବାଦୀ ମହମ୍ମଦୀ [ମୁସଲମାନ], ମିଥ୍ୟାକୁ ବିରୋଧ ଏବଂ ସତ୍ୟକୁ ଗ୍ରହଣ କରିବା ବଦଳରେ, ଅନାବଶ୍ୟକ ଭାବେ ତଥା ଭୁଲ ପ୍ରମାଣ ଦେଇ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ଯେ, ଇସଲାମ ଜିହାଦ କେବେହେଲେ କରି ନାହିଁ ଏବଂ ଲୋକମାନେ ସ୍ୱଇଚ୍ଛାରେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି । କୌଣସି ମନ୍ଦିରକୁ ଭଙ୍ଗାଯାଇନଥିଲା କିମ୍ବା ମନ୍ଦିରରେ ଗାଈମାନଙ୍କୁ ହତ୍ୟା କରାଯାଇ ନଥିଲା। ଅନ୍ୟ ଧାର୍ମିକ ସମ୍ପ୍ରଦାୟର ମହିଳା ଏବଂ ଶିଶୁମାନଙ୍କୁ କଦାପି ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇନଥିଲ । ସେମାନଙ୍କ ସହିତ କୌଣସି ଯୌନ-ଉତ୍ପିଡ଼ନ କରାଯାଇନଥିଲା, ଯେପରି ଦାସ ଓ ଦାସୀଙ୍କ ସହିତ ହୋଇଥାନ୍ତା ।[39]
ବିଂଶ ଶତାବ୍ଦୀର ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପୁରୋଧା, ମହାତ୍ମା ଗାନ୍ଧୀ, କହିଥିଲେ ଯେ ମୁସଲମାନଙ୍କ ଇତିହାସ ହିଂସାତ୍ମକ ଅଟେ:
ଯଦିଓ ମୋ ମତରେ କୁରାନରେ ଅହିଂସାର ଏକ ମୁଖ୍ୟ ଭୂମିକା ରହିଛି, ତେରଶହ ବର୍ଷର ସାମ୍ରାଜ୍ୟବାଦୀ ବିସ୍ତାର, ମୁସଲମାନଙ୍କୁ ଯୁଦ୍ଧ ଖୋର ବନେଇ ଦେଇଛି । ତେଣୁକରି ସେମାନେ ହିଂସାତ୍ମକ ଅଟନ୍ତି । ହିଂସାତ୍ମକ ଚିନ୍ତାଧାରାର ପ୍ରାକୃତିକ ଫଳ ହେଉଛି ପରୋତ୍ପିଡ଼ନ ।[40][41]
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଜୱାହରଲାଲ ନେହେରୁ, ତାଙ୍କ ପୁସ୍ତକ ଭାରତର ଆବିଷ୍କାରରେ ଲେଖିଛନ୍ତି, ଇସଲାମ ଏକ ସୈନ୍ୟବାଦୀ ସମ୍ପ୍ରଦାୟ. "ଇସଲାମ ମନର ଜୟ କରିବା ପରିବର୍ତ୍ତେ ଭୂମିର ଜୟକୁ ପ୍ରଶ୍ରୟ ଦିଏ" । ମୁସଲମାନମାନେ ଭାରତକୁ କିଛି ନୂଆ ଦେଇ ନାହାନ୍ତି ।
ବାହାରୁ ଆସିଥିବା ମୁସଲମାନମାନେ, ଭାରତକୁ କୌଣସି ନୂତନ ଶୈଳୀ କିମ୍ବା କୌଣସି ନୂତନ ରାଜନୀତିକ କିମ୍ବା ଅର୍ଥନୈତିକ ବ୍ୟବସ୍ଥା ଆଣିନାହାନ୍ତି । ଇସଲାମୀୟ ଭ୍ରାତୁତ୍ୱଭାବର ଧାର୍ମିକ ମତପୋଷଣ କରୁଥିଲେ ସୁଧା ସେମାନେ ବିଭିନ୍ନ ଗୋଷ୍ଠୀରେ ବିଭାଜିତ ଥିଲେ ।[42]
ଈରାନୀୟ ଲେଖକ ସାଦେଘ ହିଦାୟତ ଇସଲାମକୁ ଇରାନର ବିନାଶକ ବୋଲି ଅଭିହିତ କରି କହିଛନ୍ତି:
ଜୀବନ ଓ ମନର ପ୍ରତ୍ୟେକ ବିଷୟ, ଏପରିକି ମହିଳାମାନଙ୍କର ଅବସ୍ଥା, ଇସଲାମ ଆସିବା ପରେ ବଦଳିଗଲା । ପୁରୁଷଙ୍କଦ୍ୱାରା ପ୍ରତାଡ଼ିତ ହୋଇ ମହିଳାମାନେ ଘର ଭିତରେ ବାନ୍ଧି ହୋଇ ରହିଲେ । ବହୁ-ପତ୍ନି-ବିବାହ, ବିନାଶକାରୀ ଚିନ୍ତାଧାରାର ପ୍ରବେଶ, ଶୋକ, ଦୁଃଖ ତଥା ପଶ୍ଚାତାପାଦି, ଲୋକମାନଙ୍କୁ ଯାଦୁ, ଗୁଣିଗାରେଡ଼ି ଆଦିର ସାହାଯ୍ୟ ନେବାପାଇଁ ବାଧ୍ୟ କରିଥିଲା ।[43]
କୁରାନୀୟ ପାଣ୍ଡୁଲିପିଗୁଡ଼ିକର ମୌଳିକତା. ପାରମ୍ପରିକ ଇସଲାମୀୟ ପଣ୍ଡିତମାନଙ୍କ ମତାନୁସାରେ, ଯଦିଓ କୁରାନ ମୂଳତଃ ଏକ ମୌଖିକ ଗ୍ରନ୍ଥ ଥିଲା, ତଥାପି ମହମ୍ମଦଙ୍କ ଜୀବନ କାଳରେ (୬୧୦-୬୩୨ ମଧ୍ଯରେ) ହିଁ ସମ୍ପୂର୍ଣ୍ଣ କୁରାନକୁ ତାଙ୍କ ସହକର୍ମୀମାନେ ଲେଖି ସାରିଥିଲେ । ଆଜି ଆମେ ଦେଖୁଥିବା କୁରାନର ସଂକଳନ ମହମ୍ମଦଙ୍କ ମୃତ୍ଯୁର ବହୁବର୍ଷ ପରେ ମଧ୍ଯ ସମ୍ପୂର୍ଣ୍ଣ ହୋଇନଥିଲା ।[44] ଜୋନ୍ ୱାନ୍ସବ୍ରୌହ, ପାଟ୍ରିସିଆ କ୍ରୋନ୍ ଓ ୟେହୁଦା ଡି ନେଭୋଙ୍କ ମତରେ ଇସଲାମ ସହିତ ସମ୍ବନ୍ଧିତ ଘଟଣାଗୁଡ଼ିକର ବିବରଣୀ ଘଟଣା ଘଟିବା ବହୁ ପରେ ଲେଖାଯାଇଥିଲା ।[45][46][47]
କୁରାନରେ ଅପାରଗତା. କୁରାନରେ ଦାବି କରାଯାଇଛି ଯେ - ଏହା ଚମତ୍କାର ଭାବେ ସିଦ୍ଧ ଓ ଅନୁକରଣ କରିବା ଅସମ୍ଭବ । କିନ୍ତୁ ସମାଲୋଚକମାନେ ଏହି ଦାବିକୁ ପ୍ରତ୍ଯାଖ୍ଯାନ କରିଛନ୍ତି ।[48] ଉଦାହରଣ ସ୍ବରୂପ, ୧୯୦୧-୧୯୦୬ର ଜିଉଇସ୍ ଏନ୍ସାଇକ୍ଲୋପିଡ଼ିଆ, ଲେଖିଛି ଯେ: "ମହମ୍ମଦୀୟମାନେ କୁରାନର ଭାଷାକୁ ସିଦ୍ଧିର ଅତୁଳନୀୟ ପ୍ରତିରୂପ ବୋଲି ବିବେଚନା କରନ୍ତି । କିନ୍ତୁ ସମାଲୋଚକଙ୍କ ମତରେ କୁରାନର ପାଠରେ ମଧ୍ଯ ଅନେକ ଅସମଞ୍ଜତା ପରିଲକ୍ଷିତ ହୁଏ । ଉଦାହରଣ ରୂପେ, ବେଳେବେଳେ କୌଣସି ଏକ ବାକ୍ଯରେ ଅଲ୍ଲାଃ ତୃତୀୟ ପୁରୁଷରେ ଥିବା ବେଳେ ତା ପରବର୍ତ୍ତୀ ବାକ୍ଯରେ ସେ ପ୍ରଥମ ପୁରୁଷ ଅଟନ୍ତି (ଯଥା - ୧୬:୮୧, ୨୭:୬୧, ୩୧:୯, ଓ ୪୩:୧୦ ଆଦି ସୁରାଃ). ଛନ୍ଦପୂର୍ତ୍ତି ହେତୁ ଅନେକ ସ୍ଥାନରେ ଶବ୍ଦର ସ୍ଥିତି (୬୯:୩୧, ୭୪:୩), ତଥା ନୂତନ ଓ ଦୁର୍ଲଭ ଶବ୍ଦର ପ୍ରୟୋଗ ୧୯: ୮, ୯, ୧୧, ୧୬)ମଧ୍ଯ ରହିଛି ।."[49]
କୁରାନ ଓ ଇହୁଦୀମତ. ଜିଉଇସ୍ ଏନ୍ସାଇକ୍ଲୋପିଡ଼ିଆ ମତାନୁସାରେ, "ଇହୁଦୀ ଶିକ୍ଷକ ହୁଅନ୍ତୁ ଅବା ଇହୁଦୀ ହଗ୍ଗାଦାଃ ଓ ଇହୁଦୀ ପରମ୍ପରା ବିଷୟରେ ଶୁଣାଶୁଣୀ କଥା, ଏଗୁଡ଼ିକ ଉପରେ ମହମ୍ମଦଙ୍କ ନିର୍ଭରଶୀଳତା ଏବେ ସର୍ବମାନ୍ୟ ।"[49] ଜୋନ ୱାନ୍ସବ୍ରୌଃ ବିଶ୍ୱାସ କରନ୍ତି ଯେ, କୁରାନର ଅର୍ଦ୍ଧାଧିକ ଭାଗ, ବିଭିନ୍ନ ପବିତ୍ର ଗ୍ରନ୍ଥ, ବିଶେଷକରି ଇହୁଦୀ-ଖ୍ରୀଷ୍ଟୀଆନ ଗ୍ରନ୍ଥଗୁଡ଼ିକର ଅଂଶ ବିଶେଷ ।[50][51]
ବାଚକ ରୂପେ ମହମ୍ମଦ ଓ ଅଲ୍ଲାଃ. ଇବ୍ନ ୱାରାକଙ୍କ ମତରେ, ଇରାନୀୟ ବାସ୍ତବବାଦୀ ଅଲି ଦସ୍ତି କୁରାନର ସମାଲୋଚନା କରିବାକୁ ଯାଇ କହିଥିଲେ ଯେ, କେତେକ ଅନୁଚ୍ଛେଦରେ ବାଚକ ଅଲ୍ଲାଃ ହୋଇପାରିବେ ନାହିଁ ।"[52] ଉଦାହରଣ ସ୍ୱରୂପ, ସୁରାଃ ଅଲ୍-ଫତିହାର ଏକ ଅନୁଚ୍ଛେଦ ସ୍ପଷ୍ଟ ଭାବରେ “ଅଲ୍ଲାଃଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ପ୍ରାର୍ଥନା" ଅଟେ ।[52] ଏହି ବାକ୍ୟରେ କେବଳ "କହ" ବୋଲି ଯୋଡ଼ି ଦେଇଥିଲେ ଏହି କାଠିନ୍ୟତା ହଟିଯାଇଥାନ୍ତା । ତା ଛଡ଼ା ମହମ୍ମଦଙ୍କ ସାଥୀ ଇବ୍ନ ମସୁଦ ସୁରାଃ ଫତିହାକୁ ହିଁ କୁରାନର ଅଂଶ ବୋଲି ଗ୍ରହଣ କରନ୍ତି ନାହିଁ ।[52]
ଅନ୍ୟାନ୍ୟ ସମାଲୋଚନା:
ଇସଲାମରେ ମହମ୍ମଦଙ୍କୁ ଏକ ଭବିଷ୍ଯଦ୍ବକ୍ତା ଏବଂ ଆଦର୍ଶ ବ୍ଯକ୍ତିତ୍ବ ଭାବେ ବର୍ଣ୍ଣନା କରିଯାଇଛି । ସିଗିସ୍ମୁଣ୍ଡ କୋଏଲେ ଏବଂ ଇବ୍ନ ୱାରାକଙ୍କ ମତରେ ମହମ୍ମଦଙ୍କ ଜୀବନ ଅନୈତିକ ପୂର୍ଣ୍ଣ ଥିଲା ।
କାବ ଇବ୍ନ ଅଲ୍-ଅଶ୍ରଫ କୁରେଇଶ ଜାତିର ମୃତ ବ୍ଯକ୍ତିବିଶେଷଙ୍କ ପାଇଁ ପ୍ରଶସ୍ତି ପୂର୍ବକ ପଦାଯ ରଚନା କରିଥିଲେ । ପରେ ସେ ମକ୍କା ଯାଇ କୁରେଇଶ ଲୋକମାନଙ୍କୁ ମୁସଲମାନଙ୍କ ସହ ଲଢିବା ପାଇଁ ପ୍ରବର୍ତ୍ତାଇ ଥିଲେ । ସେ ମଧ୍ଯ ମୁସଲମାନ ସ୍ତ୍ରୀଲୋକଙ୍କ ପ୍ରତି ଆପତ୍ତିଜନକ ପଦ୍ଯ ରଚନା କରିଥିଲେ । ସେଥିପାଇଁ ମହମ୍ମଦ କାବଙ୍କ ହତ୍ଯା ପାଇଁ ଆଦେଶ ଦେଇଥିଲେ ।
ସୁନ୍ନି ହଦିଥ ଅନୁସାରେ, ବାହାଘର ସମୟରେ ଆଇଶା ଛଅ କିମ୍ବା ସାତ ବର୍ଷ ବୟସର ଏବଂ ସହବାସ ସମୟରେ ନଅ ବର୍ଷ ବୟସର ଥିଲେ ।[58][59][60][61][62][63]
ମହମ୍ମଦଙ୍କ ମୃତ୍ଯୁର ୨୦୦ ବର୍ଷ ପରେ ଜନ୍ମିତ ମୁହମ୍ମଦ ଇବ୍ନ ଯରୀର ଅଲ୍-ତୱାରିଙ୍କ ମତରେ ଆଇଶାଙ୍କ ବୟସ ୧୦ ବର୍ଷ ଥିଲା । ମହମ୍ମଦଙ୍କ ୬୦୦ ବର୍ଷ ପରେ ଇବ୍ନ ଖଲ୍ଲୀକନ୍ କହିଲେ ବିବାହ ସମୟରେ ଆଇଶାଙ୍କ ବୟସ ୯ ଥିଲା ଏବଂ ସହବାସ ବେଳକୁ ୧୨ ହୋଇଯାଇଥିଲା ।
କେତେକ ସମାଲୋଚକଙ୍କ ମତରେ କୋରାନରେ ବର୍ଣ୍ଣିତ ନୈତିକ ମୂଲ୍ଯବୋଧ, ଇହୁଦୀ ଏବଂ ଖ୍ରୀଷ୍ଟୀୟ ନୈତିକ ମୂଲ୍ଯବୋଧର ଅଧଃଗାମୀ ରୂପ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.