From Wikipedia, the free encyclopedia
ହିନ୍ଦୁ ମହାକାବ୍ୟ ମହାଭାରତର ଏକ ଚରିତ୍ର ଉଲୁପୀ ନାଗରାଜ ବାସୁକି ଏବଂ ରାଜମାତା ବିଷବାହିନୀଙ୍କ ପୋଷ୍ୟ କନ୍ୟା ଥିଲେ । ପାଣ୍ଡବଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ପ୍ରତିଷ୍ଠା ପରେ ଯେତେବେଳେ ଅର୍ଜୁନ ରାଜା ଯୁଧିଷ୍ଠିରଙ୍କ ରାଜଦୂତ ଭାବେ ଅନ୍ୟାନ୍ୟ ରାଜ୍ୟ ସହ ମୈତ୍ରୀ ଅଭିଯାନ ଆରମ୍ଭ କରିଥିଲେ, ସେ ପ୍ରଥମେ ନାଗଲୋକ ଯିବାକୁ ସ୍ଥିର କଲେ ଏବଂ ସେଠାରେ ଉଲୁପୀଙ୍କ ସହ ତାଙ୍କର ଭେଟ ହୋଇଥିଲା । ଅର୍ଜୁନଙ୍କୁ ଦେଖି ଉଲୁପି ମୁଗ୍ଧ ହୋଇଗଲେ ଏବଂ ସେ ତାଙ୍କୁ ପାତାଳଲୋକକୁ ନେଇ ତାଙ୍କୁ ବିବାହ କରିବାକୁ ଅନୁରୋଧ କରିଥିଲେ । ତାଙ୍କର ଇଚ୍ଛା ପୂରଣ ହେବା ପରେ, ସେ ଅର୍ଜୁନଙ୍କୁ ସମସ୍ତ ଜଳଚରଙ୍କ ରାଜା ହେବାର ସୁଯୋଗ ଦେଇଥିଲେ ।
ଉଲୁପୀ ଥିଲେ ନାଗରାଜା କୌରବ୍ୟାଙ୍କ ଝିଅ ।[1][2] ତାଙ୍କ ପିତା ସମଗ୍ର ନାଗ ଲୋକର ଅଧିପତି ଥିଲେ । [3] ଉଲୁପୀ ମଧ୍ୟ ଜଣେ ଉତ୍ତମ ତାଲିମ ପ୍ରାପ୍ତ ସାହସୀ ଯୋଦ୍ଧା ଥିଲେ ।[4]
ତୃତୀୟ ପାଣ୍ଡବ ଅର୍ଜୁନ, ଦ୍ରୌପଦଙ୍କ ସହିତ ତାଙ୍କ ବିବାହର ସର୍ତ୍ତକୁ ଉଲ୍ଲଂଘନ କରି ଦଣ୍ଡାଦେଶ ରୂପେ ବାର ବର୍ଷର ତୀର୍ଥଯାତ୍ରା କରିବାକୁ ଇନ୍ଦ୍ରପ୍ରସାଦରୁ ନିର୍ବାସିତ ହୁଅନ୍ତି । ନିର୍ବାସନ ସମୟରେ ବ୍ରାହ୍ମଣମାନଙ୍କ ସହିତ ଅର୍ଜୁନ ବର୍ତ୍ତମାନ-ଭାରତର ଉତ୍ତର ପୂର୍ବ ଅଞ୍ଚଳକୁ ଯାଆନ୍ତି ।[5]
ଦିନେ ଯେତେବେଳେ ଅର୍ଜୁନ ନିଜର ଦୈନନ୍ଦିନୀ କରିବା ପାଇଁ ଗଙ୍ଗା ନଦୀରେ ସ୍ନାନ କରନ୍ତି, ନଦୀର ସ୍ରୋତରେ ସେ ଟାଣି ହୋଇଯାଇ ଅତଳ ଗର୍ଭକୁ ଚାଲିଯାଅନ୍ତି । ପରେ ସେ ହୃଦୟଙ୍ଗମ କରନ୍ତି ଯେ ସେ ପାତାଲସ୍ଥିତ ନାଗଲୋକରେ ପ୍ରବେଶ କରିଛନ୍ତି । ନାଗଲୋକର ରାଜକୁମାରୀ ଉଲୁପୀ ତାଙ୍କୁ ଧରି ପାତାଳ ଭିତରକୁ ଟାଣି ନେଇଥିଲେ । କିଛିଦୂର ଯାତ୍ରା କଲାପରେ ସେମାନେ ପାତାଳ ଲୋକରେ ଏକ ଭବ୍ୟ ମହଲ ସହ ହୋମ କୁଣ୍ଡରେ ଅଗ୍ନିଙ୍କୁ ଦେଖି ଅଗ୍ନିଦେବଙ୍କୁ ପ୍ରାର୍ଥନାରେ ସନ୍ତୁଷ୍ଟ କରିଥିଲେ ।
ଏହି ସମୟରେ ଉଲୁପୀ ଅର୍ଜୁନଙ୍କ ପ୍ରେର୍ମରେ ପଡ଼ି ତାଙ୍କୁ ବିବାହ କରିବାର ପ୍ରସ୍ତାବ ଦିଅନ୍ତି । ଅର୍ଜୁନ ପ୍ରଥମେ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ତାଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସହିତ ଏକ ରାତି ବିତାଇଲେ । ସେମାନଙ୍କ ଇରାବଣ ନାମକ ଏକ ପୁତ୍ର ଜନ୍ମ ହୁଏ । ଅର୍ଜୁନଙ୍କ ଉପରେ ପ୍ରୀତ ହୋଇ ଉଲୁପୀ ତାଙ୍କୁ ଏକ ବର ପ୍ରଦାନ କରିଛନ୍ତି ଯେ ଜଳ ତଳେ ରହୁଥିବା ସମସ୍ତ ପ୍ରାଣୀ ତାଙ୍କ କଥା ମାନିବେ ଏବଂ ସେ ଜଳ ତଳେ ଯୁଦ୍ଧରେ କଦାପି ପରାସ୍ତ ହେବେ ନାହିଁ ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.