![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/b2/Endometriosis.jpg/640px-Endometriosis.jpg&w=640&q=50)
ଏଣ୍ଡୋମେଟ୍ରିଓସିସ
ଏଣ୍ଡୋମେଟ୍ରିଅମ ତନ୍ତୁ ଜରାୟୁ ବାହାରେ ଥିଲେ ଏହି ନାମ ଦିଆଯାଏ । / From Wikipedia, the free encyclopedia
ଏଣ୍ଡୋମେଟ୍ରିଓସିସ (ଇଂରାଜୀରେ endometriosis) ଏକ ରୋଗ ଯେଉଁଥିରେ ଜରାୟୁର ଅଭ୍ୟନ୍ତରରେ ସାଧାରଣତଃ ବଢ଼ୁଥିବା ତନ୍ତୁ ତାହାର ବାହାରେ ପାଖରେ ବଢ଼େ । [1] ପେଲଭିସ ଯନ୍ତ୍ରଣା ଓ ବନ୍ଧ୍ୟାଦୋଷ ଏହାର ମୂଖ୍ୟ ଲକ୍ଷଣ । ପାଖାପାଖି ଅର୍ଦ୍ଧେକ ସଂଖ୍ୟକ ମହିଳାଙ୍କର କ୍ରନିକ ପେଲଭିକ ଯନ୍ତ୍ରଣା ହୁଏ ଓ ୭୦ % ମହିଳାଙ୍କର ଋତୁସ୍ରାବ ସମୟରେ ଯନ୍ତ୍ରଣା ହୁଏ । ଯୌନ ସମ୍ଭୋଗ ସମୟରେ କଷ୍ଟ ହୁଏ । ପ୍ରାୟ ଅଧା ଲୋକଙ୍କର ବନ୍ଧ୍ୟାଦୋଷ ହୁଏ । [2] ପରିସ୍ରା ଓ ଝାଡ଼ା ଗୋଳମାଳ ଲକ୍ଷଣ କମ ଦେଖାଯାଏ । ପ୍ରାୟ ୨୫ % ମହିଳାଙ୍କର କୌଣସି ଲକ୍ଷଣ ନ ଥାଏ । [2] ଏଣ୍ଡୋମେଟ୍ରିଓସିସ ରୋଗୀ ଉଭୟ ସାମାଜିକ ଓ ମାନସିକ ପ୍ରଭାବର ଶୀକାର ହୁଅନ୍ତି । [3]
ଏଣ୍ଡୋମେଟ୍ରିଓସିସ | |
---|---|
![]() ଲାପାରୋସ୍କୋପି ଅପରେଶନ କରାଯାଉଥିବା ବେଳେ ଏଣ୍ଡୋମେଟ୍ରିଓସିସର ଦୃଶ୍ୟ | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | gynaecology[*] |
ଆଇସିଡ଼ି-୧୦ | N80. |
ଆଇସିଡ଼ି-୯-ସିଏମ୍ | 617.0 |
ଓଏମ୍ଆଇଏମ୍ | 131200 |
ରୋଗ ଡାଟାବେସ | 4269 |
ମେଡ଼ିସିନ-ପ୍ଲସ | 000915 |
ଇ-ମେଡ଼ିସିନ | med/3419 ped/677 emerg/165 |
Patient UK | ଏଣ୍ଡୋମେଟ୍ରିଓସିସ |
MeSH | D004715 |
ଏହି ରୋଗର କାରଣ ସ୍ପଷ୍ଟ ନୁହେଁ । [2] ପାରିବାରିକ ଇତିହାସ ଥିଲେ ଏହି ରୋଗ ସମ୍ଭାବନା ବା ସଙ୍କଟ ରହେ । ଅଧିକାଂଶ କ୍ଷେତ୍ରରେ ଓଭାରି, ଫାଲୋପିଆନ ଟ୍ୟୁବ ଓ ଜରାୟୁ ସଂଲଗ୍ନ ତନ୍ତୁରେ ଏହି ରୋଗ ହୁଏ । କ୍ୱଚିତ ଦେହର ଅନ୍ୟ ଅଂଶରେ ମଧ୍ୟ ଏହି ରୋଗ ହୋଇପାରେ । [4] ଏଣ୍ଡୋମେଟ୍ରିଓସିସ ଅଞ୍ଚଳରୁ ପ୍ରତ୍ୟେକ ମାସରେ ରକ୍ତସ୍ରାବ ହୋଇ ପ୍ରଦାହ ହୁଏ ଓ ସ୍କାର ତିଆରି ହୁଏ । [2][4] ଏହି ରୋଗରେ ହେଉଥିବା ତନ୍ତୁ ବୃଦ୍ଧି କର୍କଟ ନୁହେଁ । ଲକ୍ଷଣ ଓ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ବାୟୋପ୍ସି କରି ସଠିକ ଭାବରେ ରୋଗ ନିର୍ଣ୍ଣୟ କରାଯାଏ । [4] ସମ ଲକ୍ଷଣ ଥିବା ଅନ୍ୟ ରୋଗଙ୍କର ନାମ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ, ଇଣ୍ଟେସ୍ଟାଇନାଲ ସିସ୍ଟାଇଟିସ ଓ ଫାଇବ୍ରୋମ୍ୟାଲଜିଆ । [2]
ସମ୍ଭାବ୍ୟ ପ୍ରମାଣରୁ ଜଣାଯାଉଛି, ମିଶ୍ରିତ ଓରାଲ କଣ୍ଟ୍ରାସେପ୍ଟିଭ ପିଲ ଖାଇଲେ ଏହି ରୋଗ ସଙ୍କଟ କମିଯାଏ । [5] ବ୍ୟାୟାମ ଓ ମଦ୍ୟତ୍ୟାଗ ଏହି ରୋଗ ସଙ୍କଟ ଦୂର କରିପାରେ । [4] ଏଣ୍ଡୋମେଟ୍ରିଓସିସ ରୋଗ ଆରୋଗ୍ୟ ହୁଏ ନାହିଁ, କିନ୍ତୁ ଅନେକ ପ୍ରକାର ଅପଚାରଦ୍ୱାରା ଉପଶମ ହୁଏ । [2] ଯନ୍ତ୍ରଣା ନିବାରକ ଔଷଧ, ହରମୋନ ଚିକିତ୍ସା କିମ୍ବା ଅପରେଶନ କରାଯାଇ ପାରେ । କଷ୍ଟ ନିବାରଣ ନିମନ୍ତେ ଏନ.ଏସ.ଏ.ଆଇ.ଡି. ଦଳର ନାପ୍ରୋକ୍ସେନ ଦିଆଯାଏ । ଜନ୍ମ ନିରୋଧ ପିଲର ସକ୍ରିୟ ଅଂଶ ଲଗାତାର ଦେଲେ କିମ୍ବା ଜରାୟୁ ଭିତରେ ପ୍ରୋଜେସ୍ଟେରନ ଦେଲେ ଉପକାର ମିଳେ । ଗୋନାଡ଼ୋଟ୍ରୋପିନ-ରିଲିଜିଙ୍ଗ ହରମୋନ ଆଗୋନିଷ୍ଟ ଦେଲେ ଗର୍ଭାଧାନ ସମ୍ଭବ ହୁଏ । ସାଧାରଣ ଉପଚାରରେ ଇନ୍ନତି ନ ହେଲେ ଅପରେଶନ କରି ଏଣ୍ଡୋମେଟ୍ରିଓସିସ ତନ୍ତୁ କାଢ଼ି ଦିଆଯାଏ । [4]
ରଫ୍ ହିସାବରେ ୬-୧୦ % ମହିଳାଙ୍କର ଏଣ୍ଡୋମେଟ୍ରିଓସିସ ରୋଗ ହୁଏ । [2] ତୃତୀୟ ଓ ଚତୁର୍ଥ ଦଶକ ବୟସରେ ସାଧାରଣତଃ ଏହି ରୋଗ ହୁଏ । [4] ସନ ୨୦୧୩ରେ ଏହି ରୋଗ ଯୋଗୁ ମାତ୍ର ୨୦୦ ଲୋକ ପୃଥିବୀରେ ମରିଥିଲେ । [6] ସନ ୧୯୨୦ରେ ଏହି ରୋଗ ଏକ ସ୍ୱତନ୍ତ୍ର ରୋଗର ମାନ୍ୟତା ପାଇଲା । ଏହା ପୂର୍ବରୁ ଏଣ୍ଡୋମେଟ୍ରିଓସିସ ଓ ଆଡେନୋମାୟୋସିସ ଏକା ରୋଗ ଭାବରେ ବିବେଚିତ ହେଉଥିଲା । ଏହାର ପ୍ରଥମ ବର୍ଣ୍ଣନାକାରଙ୍କ ନାମ ଅଜଣା ହୋଇ ରହିଯାଇଛି । [7]