ଏପିପ୍ଲୋଇକ ଆପେଣ୍ଡାଗାଇଟିସ
ଏହି ରୋଗରେ ଏପିପ୍ଲୋଇକ ଆପେଣ୍ଡିକ୍ସର ପ୍ରଦାହ ହୁଏ । / From Wikipedia, the free encyclopedia
ଏପିପ୍ଲୋଇକ ଆପେଣ୍ଡାଗାଇଟିସ ( EA ) ରୋଗରେ ଏପିପ୍ଲୋଇକ ଆପେଣ୍ଡିକ୍ସର ପ୍ରଦାହ ହୁଏ ।[2] ଲକ୍ଷଣଗୁଡ଼ିକ ମଧ୍ୟରେ ସାଧାରଣତଃ ଉଦରରେ ଯନ୍ତ୍ରଣା ଏବଂ ଦରଜ ହୁଏ ।[2] ସାଧାରଣତଃ ବାମ ପାଖରେ ଯନ୍ତ୍ରଣା ହେଲେ ମଧ୍ୟ ଉଦରର ଯେକୌଣସି ଅଞ୍ଚଳ ଏଥିରେ ଜଡିତ ହୋଇପାରେ ।[2] ବେଳେବେଳେ ଅଇ କିମ୍ବା ବାନ୍ତି ମଧ୍ୟ ହୁଏ ।[2]
Epiploic appendagitis | |
---|---|
Appendicitis epiploica, appendagitis[1] | |
ବିଭାଗ | General surgery |
ଲକ୍ଷଣ | Pain and tenderness in the abdomen[2] |
ଅବଧି | Few days to weeks[2] |
ବିପଦ କାରକ | Obesity, exercise[2] |
ରୋଗ ନିର୍ଣ୍ଣୟ ପଦ୍ଧତି | CT scan, ultrasound[2] |
ସଠିକ ରୋଗ ନିର୍ଣ୍ଣୟ | Appendicitis, diverticulitis, cholecystitis[2] |
ଚିକିତ୍ସା | Conservative management, NSAIDs[2] |
Prognosis | Good[1] |
ପୁନଃପୌନିକ | Rare[2] |
ସଙ୍କଟ କାରକ ମଧ୍ୟରେ ମେଦ ବହୁଳତା, ଓଜନ ହ୍ରାସ ଓ ଅଧିକ ବ୍ୟାୟାମ କଲେ ଏହା ହୋଇପାରେ ।[2][1] ଟର୍ସନ ବା ମୋଡ଼ି ହେବା ଏବଂ ଶିରା ଥ୍ରୋମ୍ବୋସିସ ଯୋଗୁ ଏହା ସମ୍ଭବ ହୁଏ । ସିଟି ସ୍କାନ ଓ ଅଲଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ କରାଯାଏ । ପରୀକ୍ଷାଗାର ଫଳାଫଳରେ କିଛି ଅସୁବିଧା ଦେଖା ଯାଏନାହିଁ । ଏହି ରୋଗରେ ସାଧାରଣତଃ ଆପେଣ୍ଡିସାଇଟିସ, ଡାଇଭର୍ଟିକୁଲାଇଟିସ ଏବଂ or ପିତ୍ତକୋଷ ପ୍ରଦାହ ଭଳି ଲକ୍ଷଣ ଦେଖାଯାଏ।
ଏହି ରୋଗ ସାଧାରଣତଃ ସ୍ୱୟଂ-ସୀମିତ ଅଟେ ।[2] ଯନ୍ତ୍ରଣା ଉପଶମ ନିମନ୍ତେ ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରି ଔଷଧ ଦିଆଯାଏ ।[2] କ୍ୱଚିତ୍ ଆଣ୍ଟିବାୟୋଟିକ୍ କିମ୍ବା ଅସ୍ତ୍ରୋପଚାର କରାଯାଇପାରେ ।[2] ଏହି ରୋଗ ଗୁରୁତର ନୁହେଁ ଏବଂ ସାଧାରଣଃ କିଛି ଦିନରୁ କିଛି ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ ।[2][1]
ଏପିପ୍ଲୋଇକ ଆପେଣ୍ଡାଗାଇଟିସ ଏକ ବିରଳ ରୋଗ ବୋଲି ବିଶ୍ୱାସ କରାଯାଏ, ଏହାର ସଠିକ ଆବୃତ୍ତି ଅଜ୍ଞାତ ଅଟେ ।[2] ପ୍ରଭାବିତ ବ୍ୟକ୍ତିମାନେ ସାଧାରଣତଃ ବୟସ୍କ ଅଟନ୍ତି, ପ୍ରାୟ ୪୦ବର୍ଷ ବୟସ ପରେ ଆରମ୍ଭ ହୁଏ ।[2] ମହିଳାଙ୍କ ତୁଳନାରେ ପୁରୁଷମାନେ ଚାରି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି।[2] [1] ଏହି ଅବସ୍ଥା ପ୍ରଥମେ ୧୯୫୬ ମସିହାରେ ଡକର୍ଟି ବର୍ଣ୍ଣନା କରିଥିଲେ ।[2]