ଏରିଥ୍ରୋମାଇସିନ
ଏରିଥ୍ରୋମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ସଂଖ୍ୟକ ଜୀବାଣୁ ସଂକ୍ରମଣ ଚିକିତ୍ସା ନିମନ୍ତେ ବ୍ୟବହାର କରାଯ / From Wikipedia, the free encyclopedia
ଏରିଥ୍ରୋମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ସଂଖ୍ୟକ ଜୀବାଣୁ ସଂକ୍ରମଣ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । [1] ଶ୍ୱାସନଳୀ ସଂକ୍ରମଣ, ଚର୍ମ ସଂକ୍ରମଣ, କ୍ଲାମିଡିଆ ସଂକ୍ରମଣ ଓ ସିଫିଲିସ ଆଦି ରୋଗ ଚିକିତ୍ସା ନିମନ୍ତେ ଏରିଥ୍ରୋମାଇସିନ ଦିଆଯାଏ । ଗର୍ଭାବସ୍ଥାରେ ଏହା ଭବିଷ୍ୟତ ନବଜାତ ଶିଶୁର ଗ୍ରୁପ ବି ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ନ ହେବା ନିମନ୍ତେ ପ୍ରତିଷେଧ ଭାବରେ ଦିଆଯାଏ ।[1] ପାକସ୍ଥଳୀରୁ ଖାଦ୍ୟ ନିଷ୍କାସନ ବିଳମ୍ବ ହେଉଥିଲେ ଏରିଥ୍ରୋମାଇସିନ ଦିଆଯାଏ । [3] ଏହା ଶୀରାରେ ଓ ପାଟିବାଟେ ଦିଆଯାଏ । [1] ନବଜାତ ଶିଶୁର ଆଖି ସଂକ୍ରମଣ ପ୍ରତିରୋଧ କରିବା ନିମନ୍ତେ ଏରିଥ୍ରୋମାଇସିନ ଥିବା ଏକ ଆଖି-ମଲମ ରୁଟିନ ହିସାବରେ ଦେବାକୁ ସୁପାରିସ କରାଯାଏ । [4]
Clinical data | |
---|---|
Trade names | Eryc, Erythrocin, others[1] |
AHFS/Drugs.com | monograph |
MedlinePlus | a682381 |
Pregnancy category | |
Routes of administration | oral, iv, im, topical, eye drops |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Depends on the ester type between 30% - 65% |
Protein binding | 90% |
Metabolism | liver (under 5% excreted unchanged) |
Elimination half-life | 1.5 hours |
Excretion | bile |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.003.673 |
Chemical and physical data | |
Formula | C37H67NO13 |
Molar mass | ୭୩୩.୯୪ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ଏରିଥ୍ରୋମାଇସିନ ଔଷଧର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ: ପେଟ କ୍ରାମ୍ପ, ବାନ୍ତି ଓ ତରଳ ଝାଡ଼ା । ଗମ୍ଭୀର ପାର୍ଶ୍ୱା ପ୍ରତିକ୍ରିୟା ମଧ୍ୟରେ କ୍ଲସ୍ଟ୍ରିଡିଅନ ଡିଫିସିଲ କୋଲାଇଟିସ, ଯକୃତ ସମସ୍ୟା, ଲମ୍ବା କ୍ୟୁଟି ଓ ଆଲର୍ଜି ଇତ୍ୟାଦି ପ୍ରଧାନ । ପେନିସିଲିନ ଆଲର୍ଜି ଥିବା ଲୋକଙ୍କନମନ୍ତେ ଏହା ବିପଦମୁକ୍ତ ।[1] ଏରିଥ୍ରୋମାଇସିନ ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ମଧ୍ୟ ଏରିଥ୍ରୋମାଇସିନ ବିପଦମୁକ୍ତ ।[2][5] ମାକ୍ରୋଲାଇଡ଼ ପରିବାରର ସଦସ୍ୟ ଏରିଥ୍ରୋମାଇସିନ ଜୀବାଣୁର ପ୍ରୋଟିନ ତିଆରି କମେଇଦିଏ ।[1]
ସାକାରୋପଲିସ୍ପୋରେ ଏରିଥ୍ରି ଜୀବାଣୁରୁ ଏରିଥ୍ରୋମାଇସିନ ସନ ୧୯୫୨ରେ ପ୍ରଥମେ ପୃଥକ କରାଯାଇଥିଲା ।[1][6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7]ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[5] ବଟିକା ପିଛା ହୋଲସେଲ ମୂଲ୍ୟ ୦.୦୩ରୁ ୦.୦୬ ଆମେରିକୀୟ ଡଲାର ।[8]