ଶ୍ରୀଧର ପଣିକ୍କର ସୋମନାଥ (ମାଲୟାଲମ: ശ്രീധര പണിക്കർ സോമനാഥ്, ଜନ୍ମ: ଜୁଲାଇ ୧୯୬୩), ବା ଏସ. ସୋମନାଥ ଭାବରେ ଜଣାଶୁଣା, ଜଣେ ଭାରତୀୟ ମହାକାଶ ଇଞ୍ଜିନିୟର ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅଧକ୍ଷ ।[2] ତାଙ୍କ ଅଧ୍ୟକ୍ଷତାରେ, ଇସ୍ରୋର ୩ୟ ଭାରତୀୟ ଜହ୍ନ ଅନୁସନ୍ଧାନ ପାଇଁ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯାଇଥିଲା ଏବଂ ଏହାର ବିକ୍ରମ ଓ ପ୍ରଜ୍ଞାନ ରୋଭର୍ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ୨୩ ଅଗଷ୍ଟ ୨୦୨୩ରେ ଅବତରଣ କରିଥିଲା । ଏହି ଚନ୍ଦ୍ର-ଅଭିଯାନର ସଫଳତା ଫଳରେ ଭାରତ ପ୍ରଥମ ଦେଶ ଭାବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରିଥିଲା ଏବଂ ଚତୁର୍ଥ ଦେଶ ଭାବରେ ସୁରୁଖୁରୁରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ ।[3][4][5][6]

Quick Facts ଶ୍ରୀଧର ପଣିକ୍କର ସୋମନାଥ, ୧୦ମ ୧୦ମ ଇସ୍ରୋ ଅଧକ୍ଷ ...
ଶ୍ରୀଧର ପଣିକ୍କର ସୋମନାଥ
ശ്രീധർ മനേകർ സോമനാഥ്
Thumb
୨୦୧୯ ମସିହାରେ ସୋମନାଥ
୧୦ମ ୧୦ମ ଇସ୍ରୋ ଅଧକ୍ଷ
Incumbent
Assumed office
15 ଜାନୁଆରୀ 2022 (2022-01-15)
ପୂର୍ବ ଅଧିକାରୀକେ. ଶିବନ
ନିର୍ଦ୍ଦେଶକ: ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର
କାର୍ଯ୍ୟକାଳ
୨୨ ଜାନୁଆରୀ ୨୦୧୮  ୧୪ ଜାନୁଆରୀ ୨୦୨୨
ପୂର୍ବ ଅଧିକାରୀକେ. ଶିବନ
ପର ଅଧିକାରୀଏସ୍. ଉନ୍ନିକ୍ରିଷ୍ଣନ ନାୟର୍[1]
ନିର୍ଦ୍ଦେଶକ: ଲିକ୍ୱିଡ ପ୍ରୋପୁଲିକ୍ୱୁଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର
କାର୍ଯ୍ୟକାଳ
୧ ଜାନୁଆରୀ ୨୦୧୫  ୨୩ ଜାନୁଆରୀ ୨୦୧୮
ପୂର୍ବ ଅଧିକାରୀକେ. ଶିବନ
ପର ଅଧିକାରୀଭି. ନାରାୟଣନ
ବ୍ୟକ୍ତିଗତ ସବିଶେଷ
ଜନ୍ମଜୁଲାଇ ୧୯୬୩
ଟଙ୍କମ୍ମା, କେରଳ, ଭାରତ
ଜୀବନ ସାଥୀବାଲସଲକୁମାରୀ
ସନ୍ତାନ
ଶିକ୍ଷାନୁଷ୍ଠାନ
  • ଥଙ୍ଗାଲ କଞ୍ଜୁ ମୁସାଲିଆ କଲେଜ୍ ଅଫ୍ ଇଞ୍ଜିନିୟରିଂ, କୋଲ୍ଲମ (ବି.ଟେକ୍.)
  • ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବାଙ୍ଗାଲୋର (ଏମ୍.ଇ.)
Close

ସୋମନାଥ ଥିରୁଅନନ୍ତପୁରମସ୍ଥିତ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର ଏବଂ ଲିକ୍ୱିଇଡ୍ ପ୍ରପୁଲ୍ସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[7][8] ସେ ମହାକାଶ ଯାନର ଲଞ୍ଚ ଯାନର ଡିଜାଇନ, ସିଷ୍ଟମ ଇଞ୍ଜିନିୟରିଂ, ଗଠବ ଡିଜାଇନ, ଗଠନ ଡାଇନାମିକ୍ସ ଏବଂ ପାଇରୋଟେକ୍‌ନିକ୍ସ କ୍ଷେତ୍ରରେ କାମ କରିଛନ୍ତି ।[9]

ପ୍ରାଥମିକ ଜୀବନ ଏବଂ ଶିକ୍ଷା

ସୋମନାଥ କେରଳର ଥୁରାବୁରସ୍ଥିତ ଟଙ୍କମ୍ମାଠାରେ ଏକ ମାଲାୟଲମ୍ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଭି. ଶ୍ରୀଧର ପଣିକ୍କର ଜଣେ ହିନ୍ଦୀ ଶିକ୍ଷକ ଥିଲେ ।[10]

ସୋମନାଥ ଆରୁରସ୍ଥିତ ସେଣ୍ଟ ଅଗଷ୍ଟାଇନ ହାଇସ୍କୁଲରେ ପାଠ ପଢ଼ିଥିଲେ ଏବଂ ମହାରାଜା କଲେଜ ଏର୍ନାକୁଲମରୁ ତାଙ୍କର ବିଶ୍ୱବିଦ୍ୟାଳୟ ପୂର୍ବବର୍ତ୍ତୀ ଶିକ୍ଷା ସମାପ୍ତ କରିଥିଲେ । ସେ କେରଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଥଙ୍ଗାଲ କଞ୍ଜୁ ମୁସାଲିଆ କଲେଜ୍ ଅଫ୍ ଇଞ୍ଜିନିୟରିଂ, କୋଲ୍ଲମରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତନ କରିଥିଲେ । ସେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରିଛନ୍ତି ।

ପେଷା

ସ୍ନାତକୋତ୍ତର ପରେ ସୋମନାଥ ୧୯୮୫ ମସିହାରେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ଯୋଗ ଦେଇଥିଲେ । ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ପ୍ରକଳ୍ପ ସହିତ ଜଡ଼ିତ ଥିଲେ । ସେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରର ସହଯୋଗୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ସହିତ ୨୦୧୦ ମସିହାରେ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ମାର୍କ ୩ ଲଞ୍ଚ ଭେଇକିଲ୍ ପ୍ରକଳ୍ପର ନିର୍ଦ୍ଦେଶକ ଭାବରେ କାମ କରିଥିଲେ । ନଭେମ୍ବର ୨୦୧୪ ପର୍ଯ୍ୟନ୍ତ ସେ ପ୍ରପୁଲସନ୍ ଏବଂ ସ୍ପେସ୍ ଅର୍ଡିନାନ୍ସ ସଂସ୍ଥାର ଉପ-ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।[9]

ଜୁନ୍ ୨-୧୫ ମସିହାରେ, ସେ ଥିରୁଅନନ୍ତପୁରମର ବାଲିଆମାଳାରେ ଥିବା ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଜାନୁଆରୀ ୨୦୧୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ କେ. ଶିବନଙ୍କ ପରେ ବିକ୍ରମ ସାରଭାଇ ସ୍ପେସ୍ ସେଣ୍ଟର ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ସମ୍ମାନ

ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୧୮ ତମ ବାର୍ଷିକ ସମ୍ମିଳନୀ ଅବସରରେ ତାମିଲନାଡ଼ୁର ଏସ୍ଆର୍‌ଏମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିଦ୍ୱାରା ଡକ୍ଟରେଟ୍ ଅଫ୍ ସାଇନ୍ସ ପ୍ରଦାନ କରାଯାଇଥିଲା ।[11][12]

ଆଧାର

ବାହାର ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.