![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/43/Osteosarcoma_-_intermed_mag.jpg/640px-Osteosarcoma_-_intermed_mag.jpg&w=640&q=50)
ଓଷ୍ଟିଓସାର୍କୋମା
ଓଷ୍ଟିଓସାର୍କୋମା/ ଓଏସ ମାନବ ଦେହରେ ହେଉଥିବା ହାଡ଼ର ଏକ ପ୍ରକାର କର୍କଟ ରୋଗର ନାମ | / From Wikipedia, the free encyclopedia
ଓଷ୍ଟିଓସାର୍କୋମା/ ଓଏସ ବା ଅସ୍ଥିକର୍କଟ (ଇଂରାଜୀ ଭାଷାରେ Osteosarcoma/ OS ) ମାନବ ଦେହରେ ହେଉଥିବା ହାଡ଼ର ଏକ ପ୍ରକାର କର୍କଟ ରୋଗର ନାମ | [1] [3] ଏହି ରୋଗ ହେଲେ ସବୁଠାରୁ ସାଧାରଣ ପ୍ରାରମ୍ଭିକ ଲକ୍ଷଣ ହେଉଛି ହାଡ଼ରେ ଯନ୍ତ୍ରଣା ହୁଏ ଯାହା ବ୍ୟାୟାମ ସହିତ ବଢ଼ିଯାଏ | [1] ପିଲାମାନଙ୍କ ରୋଗରେ ଅଧାରୁ ଅଧିକ କେଶ୍ରେ ଆଣ୍ଠୁ ଦୁଇ ପାଖରେ ଥିବା ଲମ୍ବା ହାଡ଼ରେ ଏହି ରୋଗ ଦେଖାଯାଏ । [2] ଏହି ରୋଗ ହେଲେ ପ୍ରାୟ ଅନ୍ୟ ଅଙ୍ଗକୁ ବ୍ୟାପିଥାଏ । [2] ରୋଗ ଜଟିଳ ହେଲେ ପାଥୋଲୋଜିକ ଫ୍ରାକଚର ବା ରୋଗାକ୍ରାନ୍ତ ଅସ୍ଥିଭଗ୍ନ ହୁଏ । [1]
Osteosarcoma | |
---|---|
Osteogenic sarcoma (OGS) | |
![]() Intermediate-magnification micrograph of an osteosarcoma (center and right of image) adjacent to non-malignant bone (left-bottom of image): The top-right of the image has poorly differentiated tumor. Osteoid with a high density of malignant cells is seen between the non-malignant bone and poorly differentiated tumor (H&E stain). | |
ବିଭାଗ | Oncology |
ଲକ୍ଷଣ | Bone pain[1] |
ଆକ୍ରାନ୍ତ ସମୟ | 10 to 14 years old, > 65 years old[1] |
ବିପଦ କାରକ | Paget disease of bone, electrical burns, trauma, exposure to beryllium, alkylating agents, osteochondromatosis, enchondromatosis, fibrous dysplasia, prosthetics, bone infections[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Biopsy[2] |
ସଠିକ ରୋଗ ନିର୍ଣ୍ଣୟ | Ewing sarcoma, metastasis to bone, giant cell tumor, fibrosarcoma, fibrous dysplasia, osteomyelitis[1] |
ଚିକିତ୍ସା | Surgery, chemotherapy, radiation therapy[1] |
Prognosis | 5-year survival rate 76% for under 15 year old[2] |
ପୁନଃପୌନିକ | 4.4 cases per million per year (in those under 25)[2] |
ଏହାର କାରଣ ଅନେକ ସମୟରେ ଅସ୍ପଷ୍ଟ ରହିଛି | [1] ଏହି ରୋଗ ସଙ୍କଟକାରୀ ଅବସ୍ଥାମାନଙ୍କର ନାମ ଯଥାକ୍ରମେ: ପାଜେଟସ ଡିଜିଜ, ବିଦ୍ୟୁତ ଦଗ୍ଧ, ଆଘାତ, ବେରିଲିୟମ ସଂସ୍ପର୍ଶ, ଆଲକିଲେଟିଙ୍ଗ ଏଜେଣ୍ଟ, ଓଷ୍ଟିଓକଣ୍ଡ୍ରୋମାଟୋସିସ, ଏନକଣ୍ଡ୍ରୋମାଟୋସିସ, ଫାଇବ୍ରସ ଡିସପ୍ଲାସିଆ, ପ୍ରୋସ୍ଥେଟିକ ଓ ଓଷ୍ଟିଓମାୟେଲାଇଟିସ । [1] ଅନେକ ଜେନେଟିକ୍ ସିଣ୍ଡ୍ରୋମ ଯେପରିକି ଲି-ଫ୍ରୁମାନି ସିଣ୍ଡ୍ରୋମ, ବ୍ଲୁମ ସିଣ୍ଡ୍ରୋମ ବା ୱେର୍ନର ସିଣ୍ଡ୍ରୋମ ରୋଗମାନଙ୍କରେ ଓଷ୍ଟିଓସାର୍କୋମା ସଙ୍କଟ ରହିଥାଏ । [1] ଏହା ପ୍ରାଥମିକ ହାଡ ସୃଷ୍ଟି କରୁଥିବା ମେସେନକାଇମାଲ ଜୀବକୋଷରୁ ସୃଷ୍ଟି ହୋଇଥାଏ । [1] ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ। [2]
ଓଷ୍ଟିଓକଣ୍ଡ୍ରୋମା ଚିକିତ୍ସାରେ ଅସ୍ତ୍ରୋପଚାର, କେମୋଥେରାପି ଏବଂ ବିକିରଣ ଚିକିତ୍ସା କରାଯାଏ । [1] ପୁନର୍ବାର ଘଟିବା ସମ୍ଭାବନା ଥିବାରୁ ନିୟମିତ ଅନୁସନ୍ଧାନ ଆବଶ୍ୟକ | [1] ପନ୍ଦର ବର୍ଷ ବୟସରୁ କମ୍ ବୟସର ରୋଗୀର ପାଞ୍ଚ ବର୍ଷ ବଞ୍ଚିବା ହାର ପ୍ରାୟ ୭୬% | [2] ଯୁବାବସ୍ଥାରେ ଏହାର ଫଳାଫଳ ଖରାପ ଅଟେ । [1]
ପଚିଶ ବର୍ଷ ବୟସ ଭିତରେ ପ୍ରତି ଏକ ନିୟୁତରେ ୪.୪ ଜଣଙ୍କର ଏହି ରୋଗ ହୋଇଥାଏ । [2] ସାଧାରଣତଃ ୧୦ରୁ ୧୪ ବର୍ଷ ବୟସ ମଧ୍ୟରେ ଓ ୬୫ ବର୍ଷ ବୟସ ପରେ ଏହି ରୋଗ ହୁଏ । [1] ପିଲାଙ୍କ କର୍କଟ ରୋଗର ଏହା ୫% ହୋଇଥାଏ ଓ ୨୦% କ୍ଷେତ୍ରରେ ଏହା ଅସ୍ଥିରୁ ସୃଷ୍ଟି ହୋଇଥାଏ । [1] [2] "ଓଷ୍ଟିଓସାର୍କୋମା" ଶବ୍ଦଟି ୧୮୦୫ ମସିହାରେ ଆଲେକ୍ସିସ ବୟେର ପ୍ରବର୍ତ୍ତନ କରିଥିଲେ । [4]