ଭାରତ ଦେଶର ତାମିଲନାଡ଼ୁ ପ୍ରଦେଶର ଚେନ୍ନାଇ ସହରର ମୈଲାପୁରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର ଯାହା ଶିବଙ୍କୁ ସମର From Wikipedia, the free encyclopedia
କପାଳୀଶ୍ୱରର ମନ୍ଦିର [1] ଭାରତ ଦେଶର ତାମିଲନାଡ଼ୁ ପ୍ରଦେଶର ଚେନ୍ନାଇ ସହରର ମୈଲାପୁରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର ଯାହା ଶିବଙ୍କୁ ସମର୍ପିତ ହୋଇଛି । ଶିବଙ୍କର ପତ୍ନୀ ପାର୍ବତୀଙ୍କୁ ଏହି ମନ୍ଦିରରେ କାର୍ପଗମ୍ବଲ କହନ୍ତି ଯାହାର ତାମିଲ ଅର୍ଥ କାମନାପୂର୍ତ୍ତି ବୃକ୍ଷ । ଏହି ମନ୍ଦିରଟି ସପ୍ତମ ଶତାବ୍ଦୀରେ ଦ୍ରାବିଡ଼ ସ୍ଥାପତ୍ୟରେ ନିର୍ମିତ ହୋଇଛି ।[2][3]
କପାଳୀଶ୍ୱରର ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Chennai |
ଦେବାଦେବୀ | Kapaleeswarar (Shiva), Karpagambal |
Location | |
ସ୍ଥାନ | Mylapore |
State | Tamil Nadu |
Country | India |
Architecture | |
Type | ଦ୍ରାବିଡ଼ ସ୍ଥାପତ୍ୟ |
ପୁରାଣ ଅନୁସାରେ ଶିବଙ୍କୁ ମୟୁର ବେଶଧାରିଣୀ ଶକ୍ତି ପୂଜା କରୁଥିଲେ; ମୟୂରକୁ ମନ୍ଦିର ସ୍ଥାନକୁ ମୈଲାଇବକୁହାଯାଉଥିଲା ଓ ମୟୂରର ସାହିତ୍ୟିକ ନାମ ମୈଲାଇ ଅଟେ ।[4] ଶିବଙ୍କୁ ଲିଙ୍ଗ ଆକାରରେ କପିଳେଶ୍ୱରର ନାମରେ ପୂଜା କରାଯାଏ । ପାର୍ବତୀଙ୍କୁ କର୍ପଗମ୍ବଲ କୁହାଯାଏ ।
ଏହି ମନ୍ଦିର ପରିସରରେ ଅନେକ ଛୋଟ ଛୋଟ ମନ୍ଦିର ଅଛି କିନ୍ତୁ କପାଳେଶ୍ୱରର ଓ କାର୍ପଗମ୍ବଲ ସବୁଠାରୁ ଉଲ୍ଲେଖନୀୟ । ମନ୍ଦିରରେ ଛଅ ପ୍ରକାର ପୂଜା ଦିନର ବିଭିନ୍ନ ସମୟରେ (୫.୩୦ ଏଏମରୁ ୧୦ ପିଏମ) ପାଳନ କରାଯାଏ । ପ୍ରତି ବର୍ଷ ୪ଟି ଉତ୍ସବ ପାଳନ କରାଯାଏ । ଅରୁବତୀମୁଭାର ଏକ ମୂଖ୍ୟ ପର୍ବ ଯାହା ତାମିଲ ପାଙ୍ଗୁନି ମାସରେ ପାଳନ କରାଯାଏ ।
ତାମିଲ ଭାଷାରେ କପାଳ (ମୁଣ୍ଡ) ଓ ଈଶ୍ୱର ନାମରୁ ଏହି ମନ୍ଦିର ନାମକରଣ ହୋଇଛି । ପୁରାଣ ଅନୁସାରେ ଏକଦା ଶିବଙ୍କ ସହିତ ସାକ୍ଷାତ ସମୟରେ ବ୍ରହ୍ମା ତାଙ୍କୁ ଉପଯୁକ୍ତ ସମ୍ମାନ ନ ଦେଖେଇବାରୁ କ୍ରୋଧରେ ଶିବ ବ୍ରହ୍ମାଙ୍କ ଗୋଟିଏ ମୁଣ୍ଡ (କପାଳମ) ଛିଣ୍ଡେଇଦେଲେ । ତେଣୁ ମୈଲାପୁର ଆସି ବ୍ରହ୍ମା ପଶ୍ଚାତାପ ପୂର୍ବକ ଏକ ଶିବଲିଙ୍ଗ ସ୍ଥାପନ କଲେ ।[5] ଅଧୁନା ଏହି ସ୍ଥାନ ଶୁକ୍ରପୁରୀ ବା ବେଦପୁରୀ ଭାବରେ ପରିଚିତ ଓ ଏହାକୁ କୈଲୟେ ମୈଲୟେ ବା ମୈଲୟେ କୈଲୟେ କୁହାଯାଉଛି ଯାହାର ଅର୍ଥ ଏହି ସ୍ଥାନ କୈଳାସ ସହ ସମତୁଲ ।
ଅଭିଶପ୍ତା କର୍ପଗମଙ୍ଗଳ (ପାର୍ବତୀ) ଏକ ମାଈ ମୟୁର ହୋଇ ତପସ୍ୟା କରି ପୂର୍ବ ରୂପ ପାଇବାକୁ ସେଠାକୁ ଆସିଥିଲେ । Mylapore is also the birth place of ଥିରୁଭଲୁଭର (Thiruvalluvar) ଏହି ସ୍ଥାନରେ ଜନ୍ମ ଗ୍ରହଣ କରି ଥିରୁକ୍କୁରାଳ (Thirukkural ଲେଖିଥିଲେ ।[6]
ଏହା ଏକ ସାଧାରଣ ବିଶ୍ୱାସ ଯେ ପାଣ୍ଡବମାନେ ଏହି ମନ୍ଦିର ତୋଳେଇଥିଲେ ।[7] ହିନ୍ଦୁ ରେଲିଯିଅସ ଆଣ୍ଡ ଏଣ୍ଡାଓମେଣ୍ଟ ବୋର୍ଡ ମନ୍ଦିରର ପରିଚାଳନା ଓ ରକ୍ଷଣାବେକ୍ଷଣ କରନ୍ତି ।[8]
ସ୍ୱାଭାବିକ ଦ୍ରାବିଡ଼ ଶୈଳୀରେ ମନ୍ଦିର ଗଠିତ ହୋଇଛି । ଏଠାରେ ବିଶ୍ୱକର୍ମା ସ୍ଥାପତ୍ୟର ନିଦର୍ଶନ ଦେଖାଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.