କବିତା ଲେଖୁଥିବା ବ୍ୟକ୍ତି From Wikipedia, the free encyclopedia
କବି ଜଣେ ବ୍ୟକ୍ତି ଯିଏ କବିତା ଲେଖିଥାଆନ୍ତି । . କବିତାର ବ୍ୟାଖ୍ୟା ଭିନ୍ନ ପ୍ରକାରରେ ହେଇପାରେ । ତାହା ସ୍ଥଳ ବିଶେଷ , ସମୟାନୁସାରେ ବଦଳି ଥାଏ । କବି ତାଙ୍କ କବିତାକୁ ଲେଖା ଆକାରରେ ବା ଦର୍ଶକଙ୍କ ଆଗରେ ପ୍ରଦର୍ଶନ ଜରିଆରେ ଉପସ୍ଥାପନ କରି ଥାନ୍ତି ।
କବିତା ଲିଖନ ବାସ୍ତବରେ ଏକ ଯୋଗାଯୋଗ ମାଧ୍ୟମ । କବିତା କୌଣଶୀ ଦ୍ରବ୍ୟ, ଘଟଣା , ବିଷୟବସ୍ତୁ , ବ୍ୟକ୍ତି ବା ଭାବନା ଉପରେ ଆଧାରିତ ହେଇପାରେ । ଆବହମାନ କଳାରୁ କବି ଓ କବିତାର ସ୍ଥିତି ରହିଛି । କବିତାର ଭାବ , ଶୈଳୀ ଓ ସ୍ଥାନ ସମୟ ଅନୁସାରେ ପରିବର୍ତନ ହେଇଥାଏ । [2]
ପ୍ରାଚୀନ ରମ ସମୟରେ ଧନୀ ଶ୍ରେଣୀର ଲୋକ ଓ ପ୍ରଭାବଶାଳୀ ବ୍ୟକ୍ତି[3]ମାନେ କବି ମାନଙ୍କୁ ପେଶାଦାର ଭାବରେ ରହିବାକୁ ପ୍ରେରଣା ଦେଉଥିଲେ । ସେମାନେ ଉତ୍ଚ କୋଟି କବିତା ପାଇଁ କବି ମାନଙ୍କୁ ନିଯୋଜିତ କରୁଥିଲେ ।
ଇସଲାମିକ ଆରବୀୟ କବିମାନେ ଏଇତିହାସିକ ମାନଙ୍କ ପରି ଇତିହାସକୁ କବିତା ଆକାରରେ ଲେଖୁଥିଲେ । ଅନ୍ୟ ଧର୍ମରେ ମଧ୍ୟ କନିମାନେ ଘଟଣାବଳୀକୁ କବିତା ଆକାରରେ ଲିପିବଦ୍ଧ କରି ତାହାକୁ ସବୁଦିନ ପାଇଁ ଇତିହାସ ଭାବେ ରଖିଯାଇଛନ୍ତି ।
Renaissance ପିରିଅଡରେ ଇଉରୋପରେ କବି ମାନଙ୍କୁ ରାଜକୀୟ ସହାୟତା ମିଳୁଥିଲା । ତେବେ ଅନେକ କବି ଅନନ୍ୟ ସୂତ୍ରରୁ ମଧ୍ୟ ଆଯର ବ୍ୟବସ୍ଥା କରୁଥିଲେ ।
ରୋମାନ୍ଥିକ ପିରିୟଡରେ ବହୁସଙ୍ଖ୍ୟାରେ କବି ପେଷାଦାର ଭାବେ ତାଙ୍କ କବିତାକୁ ପ୍ରକାଶନ କରି ଚାଲିଲେ ।[4] ଏହି କବି ମାନଙ୍କ ମଧ୍ୟରେ ୱିଲିୟମ ବାର୍ଡସ୍ୱାର୍ଥ , ରବର୍ଟ ବର୍ନ ଆଦି ଅନ୍ତର୍ଭୁକ୍ତ ।
ମୁଖ୍ଯତଃ ଶିକ୍ଷିତ ବ୍ୟକ୍ତି ବିଶେଷମାନେ କବିତା ଲେଖୁଥିଲେ ମଧ୍ୟ କିଛି ସ୍ୱଳ୍ପ ଶିକ୍ଷିତ ଲୋକ ମଧ୍ୟ କବି ଭାବରେ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କ୍ରିଏଟିଭ ଲେଖା ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ଏଥିରେ କବିତା ଲିଖନ ଶୈଳୀ ମଧ୍ୟ ଏକ ଅଂଶ । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.