From Wikipedia, the free encyclopedia
କରଞ୍ଜି (ଅନ୍ୟ ନାମ: ଗୁଜିଆ) ଏକ ପ୍ରକାର ଖାଦ୍ୟ ଅଟେ ଯାହା ମଇଦା ଏବଂ ଖୁଆରୁ ପ୍ରସ୍ତୁତ ହୋଇଥାଏ । ଏହାକୁ ଛତିଶଗଡ଼ରେ କୁଶଳୀ[1] , ମହାରାଷ୍ଟ୍ରରେ ଏବଂ ଓଡ଼ିଶାରେ କରଞ୍ଜି[2], ବିହାରରେ ପିଡକୀ[3], ଆନ୍ଧ୍ର ପ୍ରଦେଶ ରେ କଜ୍ଜିକୟାଳୁ[4], କୁହାଯାଇଥାଏ । ଉତ୍ତର ଭାରତରେ ହୋଲି ତଥା ଦକ୍ଷିଣ ଭାରତରେ ଦୀପାବଳୀ ଅବସରରେ ଘରେ କରଞ୍ଜି (ଗୁଜିଆ) ବନେଇବାର ପରମ୍ପରା ଥାଏ ।[5] କରଞ୍ଜି ମୁଖ୍ୟ ରୂପେ ଦୁଇପ୍ରକାରରେ ତିଆରି ହୋଇଥାଏ । ପ୍ରଥମଟି ଖୁଆଦ୍ୱାରା ଏବଂ ଦ୍ୱିତୀୟଟି ସୁଜିଦ୍ୱାରା ଭରାହୋଇଥିବା କରଞ୍ଜି (ଗୁଜିଆ) । ଖୁଆ, ଅଳେଇଚ ମିଶା କରଞ୍ଜି ଉପରେ ଚିନି ସିରାର ପରସ୍ତ ଦେଇ ତା ଉପରେ ଚାନ୍ଦି ପେପର ଲଗାଇ ଏକ ନୂଆ ରୂପ ଦିଆଯାଇଥାଏ । ଖୁଆ ସହିତ କେବେ କେବେ ଚଣା, ଅନ୍ୟ ଖାଦ୍ୟ ପଦାର୍ଥ ଯେପରି ଖଜୁର, କାଜୁ ଖିସମିଶର କରଞ୍ଜି ମଧ୍ୟ ପ୍ରସ୍ତୁତ ହୋଇଥାଏ ।
ଅନ୍ୟ ନାମ | ଗୁଜିଆ |
---|---|
ପ୍ରକାର | Dumpling |
ପରଷା | ଥାଳିରେ ସଜେଇ ପରସା ଯାଏ |
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ଦକ୍ଷିଣ ଏସିଆ |
ମୁଖ୍ୟ ଉପାଦାନ | ସୁଜି, ମଇଦା, ଖୁଆ, ନଡ଼ିଆ |
|
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.