ହରିଆଣା, ଭାରତରେ ସ୍ଥିତ ପାର୍କ From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
କଳେସର ଜାତୀୟ ପାର୍କ | |
---|---|
Country | India |
Government | |
• Body | Haryana Forest Department |
Time zone | UTC+5:30 (IST) |
Website | www |
କଳେସର ଜାତୀୟ ପାର୍କ ଭାରତୀୟ ରାଜ୍ୟ ହରିୟାଣାର ପୂର୍ବାଞ୍ଚଳରେ ଥିବା ଜିଲ୍ଲାରେ ଏକ ସଂରକ୍ଷିତ ବନାଞ୍ଚଳ । ଯମୁନା ନଗର ଜିଲ୍ଲା ଚଣ୍ଡିଗଡ[1]ଠାରୁ 150 କିଲୋମିଟର ଦୁରବର୍ତୀ । ଏହି ପାର୍କ ଚିତାବାଘ ଓ ପକ୍ଷୀ ନିରୀକ୍ଷଣ ପାଇଁ ସ୍ଥାପିତ । [2]ଏଠାରେ ଲୋହିତ ଜଙ୍ଗଲି ପକ୍ଷୀ ବହୁଳ ସଂଖ୍ୟାରେ ଦେଖାଯାଇଥାନ୍ତି । ଏଠାରେ ହିମାଲୟ 11,000 ଏକର[3] ସ୍ଥାନରେ ପରିବ୍ୟାପ୍ତ ।ହରିଦ୍ୱାରଠାରୁ ବିୟାସ ନଦୀ ପର୍ଯ୍ୟନ୍ତ 200 ମାଇଲ ବ୍ୟାପ୍ତ ଅଞ୍ଚଳ ମଧ୍ୟରେ ଏହା ରହିଛି । ଏହାର ପ୍ରସ୍ଥ 10 ମାଇଲ । ଏହା ସମୁଦ୍ର ପତ୍ତନଠାରୁ 1,100 ମିଟର ଉପରେ ରହିଛି । ଶିବାଳିକ ପର୍ବତ ଶ୍ରେଣୀ ମୁଖ୍ଯତଃ ବଳିପଥର ଓ ଆଗ୍ନେୟ ପର୍ବତରେ ଗଠିତ । ବାହ୍ୟ ପର୍ବତ ଓ ମସୁରି ମଧ୍ୟସ୍ଥଳରେ ଏହି ଉପତ୍ୟକା ଅବସ୍ଥିତ । 2003 ମସିହାରେ ଏହି ଜାତୀୟ ପାର୍କ ସ୍ଥାପିତ ହେଇଥିଲା ।
ହରିୟାଣା ରାଜ୍ୟରେ ଅବସ୍ଥିତ ଏହି ଜାତୀୟ ପାର୍କର ଆୟତନ 13,000 ଏକର । [4]
ପର୍ଯ୍ୟଟନ ପାଇଁ ଅତି ଉପଯୁକ୍ତ ଏହି ଅଞ୍ଚଳ ପକ୍ଷୀ ପ୍ରେମୀ ମାନଙ୍କୁ ଆକର୍ଷିତ କରିଥାଏ । ଏଠାରେ 100 ବର୍ଷ ପ୍ରାଚୀନ ଏକ ଡାକ ବଙ୍ଗଳା ରହିଛି । ତାହା ବ୍ଯତୀତ ଜଙ୍ଗଲ ବିଭାଗଦ୍ୱାରା ଏକ ରେସ୍ଟ ହାଉସ ମଧ୍ୟ ଅଛି । ଏହା ବହୁ ସ୍ତରୀୟ ସୁନ୍ଦର ଉଦ୍ୟାନ ସହ ରାଜକୀୟ ଶୈଳୀରେ ନିର୍ମିତ ଓ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଉପଲବ୍ଧ ।
ପ୍ରାତଃ କାଳରେ ଦୁରବର୍ତୀ ପର୍ବତର ଦୃଶ୍ୟ ଅତ୍ୟନ୍ତ ମନୋହର ହେଇ ଦେଖାଯାଇଥାଏ । ଏଠାର ବିରଳ 'ସିନ୍ଦୁର" ଜାତୀୟ ବୃକ୍ଷ ଦେଖାଯାଇଥାଏ । ଏହାର ଫୁଲରୁ ସିନ୍ଦୁର ପ୍ରସ୍ତୁତ ହେଇ ଥାଏ ।
ସାଲ ସହ ସେମୂଳ ,ଅମ୍ଳତାସ ବହେରା ଜାତୀୟ ବୃକ୍ଷୀ ଏହି ଜଙ୍ଗଲରେ ଥାଏ । ପାହାଡ ଉପରକୁ ଜଙ୍ଗଲ ମଧ୍ୟ ଦେଇ ସର୍ପିଳ ଚଲାପଥ ରାସ୍ତା ରହିଛି । ଏହି ଜଙ୍ଗଲ ମଧ୍ୟରେ ଜଙ୍ଗଲ ବିହଯାଗ ତରଫରୁ ବନ୍ୟ ପ୍ରାଣୀଙ୍କ ପାନୀୟ ଜଳ ପାଇଁ ଏକ ଜଳାଶୟ ନିର୍ମିତ ହେଇଛି । ବର୍ଷା ସମୟରେ ଅନେକ ଜଳ ଧାରା ଏହା ମଧ୍ୟରେ ପ୍ରବାହିତ ହୁଏ । ଅଗ୍ନି ବିପତ୍ତିରୁ ଜଙ୍ଗଲକୁ ରକ୍ଷ୍ୟା କରିବାକୁ ଜଙ୍ଗଲ ମଧ୍ୟରେ କିଛି ଦୀର୍ଘ ସ୍ଥାନକୁ ଅରଣ୍ୟ ମୁକ୍ତ କରାଯାଇଛି ।
ଏହି ପାର୍କ ମଝିରେ ଚୌଧୁରୀ ଦେବୀ ଲାଲ ଜୈବିକ ଔଷଧୀୟ ବୃକ୍ଷର ଏକ ପାର୍କ ମଧ୍ୟ କରାଯାଇଛି । ସେଠାରେ 50 ଏକର ପରିମିତ ସ୍ଥାନରେ 61,000 ଔଷଧୀୟ ଗୁଳ୍ମ ଜାତୀୟ ଲଟା ଓ 6100 ପ୍ରକାରର ଅନନ୍ୟ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି ।
କାଳେସର ଜାତୀୟ ପାର୍କ ସନ୍ନିକଟରେ ଖୋଳ ହି ରତନ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବୀର ଶିକାରଗଦ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି । ଏହି 3ଟି ଜକ ସଂରକ୍ଷିତ ଆଞ୍ଚଲରେ ସମାନ ପ୍ରକାର ଜୀବଜନ୍ତୁ ଦେଖାଯାନ୍ତି ଓ ସେମାନେ ସବୁ ଅରଣ୍ୟରେ ବିଚରଣ ପାଇଁ ଯାଉଥାନ୍ତି । [5]
ଏଠାରେ ବହୁ ପରିମାଣରେ ଅବୈଧ ଶିକାର ଓ ବୃକ୍ଷ କର୍ତନ ହେବାରୁ ସଶସ୍ତ୍ର ଜଗୁଆଳିର ବ୍ୟବସ୍ଥା କରା ଯାଇଛି । ଏହା ଛଡା ଏହାର ଚତୁପାର୍ଶ୍ୱରେ ପ୍ରାଚୀର ଦେବାର ବ୍ୟବସ୍ଥା କରାଯାଉଛି ।
ହରିୟାଣାର ଜଙ୍ଗଲ ବିଭାଗ ତରଫରୁ ଜଙ୍ଗଲ ମଧ୍ୟରେ 2014 ମସିହାରେ 40ଟି ସ୍ଥାନରେ 80ଟି କାମେରା ସ୍ଥାପନ କରାଯାଇ ବନ୍ୟପ୍ରାଣୀ ମାନଙ୍କ ଗମନାଗମନ ଅନୁଧ୍ୟାନ କରାଯାଇଥାଏ ।ଏହାଦ୍ୱାରା ବନ୍ୟ ଦ୍ୱିବାର୍ଷିକ ପ୍ରାଣୀ ଗଣନା ମଧ୍ୟ ସମ୍ପାଦନରେ ସୁବିଧା ହୁଏ । [2][4]
ଯମୁନାନଗରରୁ ପାୟନ୍ତା ରାସ୍ତାରେ କାଳେସାର ଜାତୀୟ ପାର୍କ ଅବସ୍ଥିତ । ହରିୟାଣା ରୋଡୱେଦ୍ୱାରା ଏଠାକୁ ପର୍ଯ୍ୟଟକ ମାନଙ୍କୁ ନେବା ଆଣିବା ପାଇଁ ବସ ଚଳାଚଳ ବ୍ୟବସ୍ଥା ସହ ଟେକସି କାର ଉପଲବ୍ଧ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.