From Wikipedia, the free encyclopedia
କାପ୍ରିଓମାଇସିନ (ଇଂରାଜୀ ଭାଷାରେ Capreomycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଯକ୍ଷ୍ମା ରୋଗ ଚିକିତ୍ସା ନିମନ୍ତେ ଅନ୍ୟ ଔଷଧମାନଙ୍କ ସହିତ ଦିଆଯାଏ । ସକ୍ରିୟ ଔଷଧରୋଧୀ ଯକ୍ଷ୍ମା ରୋଗ (drug resistant tuberculosis) ନିମନ୍ତେ ଏହା ଦ୍ୱିତୀୟ ଧାଡ଼ିର ଔଷଧ ଭାବରେ ଦିଆଯାଏ । ଏହା ଶିରାଭ୍ୟନ୍ତରରେ (injection into a vein) ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[1]
Clinical data | |
---|---|
Trade names | Capastat |
AHFS/Drugs.com | monograph |
MedlinePlus | a682860 |
Pregnancy category |
|
Routes of administration | intramuscular |
ATC code |
|
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
NIAID ChemDB | |
Chemical and physical data | |
Formula | C25H44N14O8 |
Molar mass | 668.706 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
କାପ୍ରିଓମାଇସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା, ଶ୍ରବଣ ସମସ୍ୟା, ଶରୀର ନିୟନ୍ତ୍ରଣ ଅଭାବ ଓ ଇଞ୍ଜେକସନ ନେବା ସ୍ଥାନରେ ଯନ୍ତ୍ରଣା ଇତ୍ୟାଦି ଦେଖାଯାଏ । ପକ୍ଷାଘାତ paralysis ଯୋଗୁ ଶ୍ୱାସକ୍ରିୟା ଅସୁବିଧା ହୋଇ ମୃତ୍ୟୁ ହୋଇପାରେ । ଏହା ସ୍ଟ୍ରେପ୍ଟୋମାଇସିନ ଓ ଭେସ୍ଟିବୁଲୋକକ୍ଲିଆର ସ୍ନାୟୁ (auditory vestibular nerve) ନଷ୍ଟ କରୁଥିବା ଔଷଧ ସାଥୀରେ ଦିଆଯାଏ ନାହିଁ । ବୃକ୍କ ଓ ଶ୍ରବଣ ସମସ୍ୟା ସୃଷ୍ଟି କରୁଥିବାରୁ ଶିଶୁ ଉପରେ ପ୍ରଭାବ ପଡ଼ିବା ଭୟରେ ଏହା ଗର୍ଭାବସ୍ଥାରେ ଦିଆଯାଏ ନାହିଁ ।[1] ଏହା ଆମିନୋଗ୍ଲାଇକୋସାଇଡ (aminoglycoside) ଶ୍ରେଣୀର ଔଷଧ ।[2] ଏହାର କାର୍ଯ୍ୟବିଧି ଅଜ୍ଞାତ ଅଛି । [1]
କାପ୍ରିଓମାଇସିନ ଔଷଧ ସନ ୧୯୬୦ରେ ସ୍ଟ୍ରେପ୍ଟୋମାଇସେସ କାପ୍ରିଓଲସରୁ (Streptomyces capreolus) ଆବିଷ୍କୃତ ହୋଇଥିଲା । [3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଡୋଜର ହୋଲସେଲ ମୂଲ୍ୟ ୬.୨୫ରୁ ୮.୯୮ ଆମେରିକୀୟ ଡଲାର ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.