ସାହିତ୍ୟ କଳାର ଏକ ଶାଖା From Wikipedia, the free encyclopedia
କାବ୍ୟ (ଇଂରାଜୀ ଭାଷାରେ Poetry) ସାହିତ୍ୟର ଏକ ଶାଖା ଯେଉଁଥିରେ ସୌନ୍ଦର୍ଯ୍ୟ (aesthetic) ଓ ଛନ୍ଦର (rhythmic) ପ୍ରକାଶ ଦେଖିବାକୁ ମିଳେ । ଇଂରାଜୀର ପୋଏଟ୍ରି ଶବ୍ଦଟି ଗ୍ରୀକ ଭାଷାରେ ପ୍ରସ୍ତୁତିକୁ (poiesis, "making") ବୁଝାଏ ।[1][2][3] ପଦ୍ୟଗୁଡ଼ିକ ପ୍ରତୀକଧର୍ମୀ, ଶ୍ରୁତିମଧୁର ଓ ଛନ୍ଦଯୁକ୍ତ ଥାଏ ।
ପ୍ରାକ୍ଐତିହାସିକ ଯୁଗରୁ ଆରମ୍ଭ କରି କାବ୍ୟର ଏକ ଲମ୍ବା ଇତିହାସ (history) ଅଛି ଯାହା ଆଫ୍ରିକାର ଶିକାର କବିତା ଓ ନୀଳ (Nile) ସଭ୍ୟତାର ରାଜ୍ୟରେ ରାଜସଭାରେ, ନାଇଜର (Niger) ଓ ଭୋଲଟା ନଦୀ ଉପତ୍ୟକାରେ ଶୁଣିବାକୁ ମିଳୁଥିଲା ।[4] ପିରାମିଡ ଲେଖାରେ (Pyramid Texts) ଆଫ୍ରିକାର ସର୍ବପୁରାତନ କାବ୍ୟ ଦେଖାଯାଏ ଯାହା ଖ୍ରୀ:ପୂ: ୨୫୦୦ରେ ଲେଖାଯାଇଥିଲା, ଏମାନଙ୍କ ମଧ୍ୟରୁ ଏପିକ ଅଫ ସନଡାଇଏଟ (Epic of Sundiata) ଉଲ୍ଲେଖନୀୟ ଯାହା ଗ୍ରିଅଟର (griot) ରାଜସଭା କାବ୍ୟ ଥିଲା । ପୁରାତନ କାବ୍ୟ ମଧ୍ୟରେ ସୁମେରିଆନ ଭାଷାରେ (Sumerian|) ଲିଖିତ ଏପିକ କାହାଣୀ ଏପିକ ଅଫ ଗିଲଗମେସ (Epic of Gilgamesh) କାବ୍ୟର ନାମ ପ୍ରଥମେ ଆସେ । ଇଉରେସିଆ (Eurasia) ମହାଦେଶରେ ଲୋକଗୀତିରୁ କବିତା ଆରମ୍ଭ ହୋଇଥିଲା ଯେପରିକି ଚୀନ ଭାଷାର ଲ୍ଲାସିକ ଅଫ ପୋଏଟ୍ରି (Shijing); ସଂସ୍କୃତ ଭାଷାର ବେଦ (Sanskrit en:Vedas), ଜୋରୋସ୍ଟିଆନଙ୍କର ଗଥସ (Zoroastrian Gathas), ହୋମରଙ୍କ (Homer) ଇଲିଆଡ (Iliad) ଓ ଓଡ଼ିସେ (Odyssey) । ପୁରାତନ ଗ୍ରୀକ୍ରେ ଆରିସ୍ଟୋଟଲଙ୍କ (Aristotle) ପୋଏଟିକସରେ ଡ୍ରାମା, ଗୀତ ଓ ହାସ୍ୟରସାତ୍ମକ କବିତା ପ୍ରୟୋଗ କରାଯାଇଥିଲା । ପରବର୍ତ୍ତୀ କାଳରେ କାବ୍ୟରେ ଛନ୍ଦ, ଧାଡ଼ି ପ୍ରୟୋଗ ଉପରେ ଯୋର ଦିଆଗଲା ।
କାବ୍ୟ କବିତାରେ ଶବ୍ଦମାନଙ୍କୁ ବିଭିନ୍ନ ଭାବରେ ସଜେଇ ରଖାଯାଏ ଯେମିତି ଅଲଗା ଅର୍ଥ ବା ଭାବପୂର୍ଣ୍ଣ ଅର୍ଥ ପ୍ରକାଶ ପାଇବ । ସ୍ୱରର ଏକତା (assonance), ଅନୁପ୍ରାସ (alliteration), ଧ୍ୱନୀ ଅନୁକରଣାତ୍ମକ (onomatopoeia) ଓ ତାଳରେ (rhythm) ପଡ଼ୁଥିବା କବିତା ଲେଖାଗଲା । ଅସ୍ପଷ୍ଟତା , ପ୍ରତୀକ, ବ୍ୟଙ୍ଗ ଇତ୍ୟାଦି ପ୍ରୟୋଗ କରିବା ଯୋଗୁ କାବ୍ୟ ଏକାଧିକ ବିଭିନ୍ନ ଅର୍ଥ ବାହାରେ । ସେହିଭଳି ରୂପକ (metaphor), ଉପମା (simile) ଓ ଅଳଙ୍କାର ଆଦିର ପ୍ରୟୋଗ ଯୋଗୁ କାବ୍ୟ ସୁନ୍ଦର ହୁଏ । [5]
ସବୁଠାରୁ ପୁରୁଣା କାବ୍ୟ (epic poem) ଏପିକ ଅଫ ଗିଲଗାମେଶ (Epic of Gilgamesh) ପ୍ରାୟ ଖ୍ରୀ:ପୂ: ୩୦୦୦ ବର୍ଷର ପୁରୁଣା ଯାହା ମେସୋପଟେମିଆର ସୁମେର ସ୍ଥାନରେ ଲେଖାଯାଇଥିଲା ଯାହା ଏବେ ଇରାକରେ ଅଛି, ଏହି ଲେଖା ମାଟି ଟାବଲେଟ ଉପରେ ଓ ପରବର୍ତ୍ତୀ କାଳରେ ପାପିରସ (papyrus) ଉପରେ ଲେଖାଯାଇଥିଲା ।[6] ଖ୍ରୀ:ପୂ: ୨୦୦୦ରେ ସର୍ବାଧିକ ପୁରାତନ ପ୍ରେମ କାବ୍ୟ ଏକ ଟାବଲେଟ ଉପରେ ଲେଖାଥିଲା ଓ ସେଥିରେ ରାଜା ହିରୋସ ଗାମସ ଦେବୀ ଇନାନ୍ନାଙ୍କୁ ଉର୍ବରତା ଓ ଐଶ୍ୱର୍ଯ୍ୟ ନିମନ୍ତେ ପ୍ରତୀକାତ୍ମକ ଭାବରେ ବିବାହ କରି (symbolically married) ସହବାସ କରିଥିଲେ ।[7][8] ମିଶର ଦେଶରେ ଖ୍ରୀ:ପୂ: ୧୮୦୦ରେ ସ୍ଟୋରି ଅଫ ସିନୁହେ ନାମକ ଏପିକ କାବ୍ୟ ଲେଖାଯାଇଥିଲା ।
ଅନ୍ୟାନ୍ୟ ଏପିକ କାବ୍ୟ ମଧ୍ୟରେ ଗ୍ରୀକ ଭାଷାରେ ଇଲିଆଡ ଓ ଓଡିଶେ, ଗାଥିକ ଅଭେସ୍ଟା ଓ ୟାସନା: ପୁରାତନ ରୋମାନ ଭାଷାରେ ଖ୍ରୀ:ପୂ: ୨୯ରୁ ୧୯ ମଧ୍ୟରେ ଭିରଗିଲର ଏନେଇଡ (Virgil's Aeneid), ଭାରତର ଏପିକ କାବ୍ୟ ରାମାୟଣ ଓ ମହାଭାରତ ଲେଖାଯାଇଥିଲା । ପ୍ରାକ୍ ଇତିହାସ କାଳରେ ଶୁଣି ଶୁଣି ମନେରଖୁଥିବା ଓ ଅନ୍ୟମାନଙ୍କୁ କହୁଥିବା କାବ୍ୟମାନଙ୍କ ମଧ୍ୟରେ ଓଡିସେ, ଗଥସ ଓ ଭାରତୀୟ ବେଦ ମୂଖ୍ୟ ଥିଲେ । [9][10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.