From Wikipedia, the free encyclopedia
କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ୧୨ ବର୍ଷରେ ଥରେ ହୁଏ କୁମ୍ଭ ମେଳା ଓ ପ୍ରତିତିନି ବର୍ଷରେ ଅଲଗା ଅଲଗା ସ୍ଥାନ ହରିଦ୍ୱାର, ପ୍ରୟାଗ, ଉଜ୍ଜୟିନୀ ଓ ନାଶିକରେ ଅନୁଷ୍ଠିତ ହୁଏ । ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି ।
କୁମ୍ଭ ମେଳା | |
---|---|
ନାମ | କୁମ୍ଭ ମେଳା, ମହା କୁମ୍ଭ ମେଳା |
ପାଳନକାରୀ | ହିନ୍ଦୁ ଧର୍ମାବଲମ୍ବୀ |
ପ୍ରକାର | ଧାର୍ମିକ |
ପର୍ବ ପାଳନ | ରାଜକୀୟ ସ୍ନାନ |
ଆରମ୍ଭ | Baisakha Purnima [1] |
ଶେଷ | ମହା ଶିବରାତ୍ରି |
ହିନ୍ଦୁମତେ ପବିତ୍ର ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ରାଜକୀୟ ସ୍ନାନ ଓ ଦର୍ଶନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସାଧୁ, ସନ୍ଥ, ବାବାଜୀ, ମହନ୍ତ, ଧର୍ମଗୁରୁ ଓ ଉଲଗ୍ନ ନାଗା ସାଧୁଗଣଙ୍କ ସମେତ ପ୍ରାୟ ୧୦କୋଟି ଶ୍ରଦ୍ଧାଳୁ ଏକତ୍ର ହୋଇଥାନ୍ତି ।
ବର୍ଷ | ପ୍ରୟାଗ | ନାଶିକ | ଉଜ୍ଜୈନ | ହରିଦ୍ୱାର | |
---|---|---|---|---|---|
୧୯୮୩ | ଅର୍ଦ୍ଧ କୁମ୍ଭ | - | - | ||
୧୯୮୬ | - | - | - | କୁମ୍ଭ | |
୧୯୮୯ | କୁମ୍ଭ | - | - | ||
୧୯୯୧ | - | କୁମ୍ଭ | - | ||
୧୯୯୨ | - | - | କୁମ୍ଭ | ଅର୍ଦ୍ଧ କୁମ୍ଭ | |
୧୯୯୫ | ଅର୍ଦ୍ଧ କୁମ୍ଭ | - | - | ||
୧୯୯୮ | - | - | - | କୁମ୍ଭ | |
୨୦୦୧ | କୁମ୍ଭ | - | - | ||
୨୦୦୩ | - | କୁମ୍ଭ | - | ||
୨୦୦୪ | - | - | କୁମ୍ଭ | ଅର୍ଦ୍ଧ କୁମ୍ଭ | |
୨୦୦୭ | ଅର୍ଦ୍ଧ କୁମ୍ଭ | - | - | ||
୨୦୧୦ | - | - | - | କୁମ୍ଭ | |
୨୦୧୩ | ମହା କୁମ୍ଭ | - | - | ||
୨୦୧୫ | - | କୁମ୍ଭ | - | ||
୨୦୧୬ | - | - | କୁମ୍ଭ | ଅର୍ଦ୍ଧ କୁମ୍ଭ | |
୨୦୧୯ | ଅର୍ଦ୍ଧ କୁମ୍ଭ | - | - | ||
୨୦୨୨ | - | - | - | କୁମ୍ଭ |
ପୌରାଣିକ ମତେ ଅମୃତ ଭାଣ୍ଡ ପାଇଁ ଦେବାସୁରଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଉକ୍ତ ଭାଣ୍ଡରୁ ଚାରିଟୋପା ଅମୃତ ଚାରୋଟି ସ୍ଥାନ ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୈନ ଓ ନାଶିକରେ ପଡ଼ିଯାଇଥିଲା । ଏବେ ସେହି ଚାରୋଟି ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହେଉଛି ।
ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ମହାକୁମ୍ଭ ସ୍ନାନଦ୍ୱାରା ପାପ କ୍ଷୟ ହୁଏ, ଏହା ମୋକ୍ଷ ପ୍ରାପ୍ତିର ମାର୍ଗ । ଜ୍ୟୋତିଷ ଶାସ୍ତ୍ରମତରେ ମଧ୍ୟ ମକର ସଂକ୍ରାନ୍ତିଠାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିରେ ବିକାଶ ଘଟାଏ । କାରଣ ଏହି ସମୟରେ ବୃହସ୍ପତି ବୃଷ ରାଶିରେ ଅବସ୍ଥାନ କରନ୍ତି ଏବଂ ମକର ରାଶିରେ ରହିଥାନ୍ତି ରବି ଓ ଚନ୍ଦ୍ର । ଫଳରେ ପ୍ରୟାଗର ବାୟୁମଣ୍ଡଳ ପରିପୂର୍ଣ୍ଣ ହୋଇଥାଏ ଆଧ୍ୟାତ୍ମିକ ଶକ୍ତିଦ୍ୱାରା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଙ୍ଗାର ଜଳ, ବାୟୁମଣ୍ଡଳ ତଥା ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଶକ୍ତିର ସତ୍ତା ଅନୁଭବ କରନ୍ତି । ତେଣୁ କୁମ୍ଭ ମେଳାରେ ଯୋଗ ଦେଲେ ସ୍ୱତଃ ମାନସିକ, ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି ହୋଇଥାଏ । ଏହା ହିଁ ମୋକ୍ଷର ମାର୍ଗ । କୁମ୍ଭ ସ୍ନାନର ଶ୍ରେଷ୍ଠ ଦିବସ ହେଉଛି ମୌନୀ ଅମାବାସ୍ୟା । ଏହି ଦିନ ସୃଷ୍ଟି ସର୍ଜନା କରିଥିଲେ ବ୍ରହ୍ମା । ତେଣୁ ମୌନୀ ଅମାବାସ୍ୟାର ସ୍ନାନରେ ମିଳେ ଅମାପ ଆଧ୍ୟାତ୍ମିକ ଶକ୍ତି । ମହାକୁମ୍ଭ ସମୟରେ ପ୍ରୟାଗଠାରେ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ଓ ସକଳ ଦେବ, ସମସ୍ତ ବେଦର ମିଳନ ଘଟିଥାଏ । ଗଙ୍ଗାର ପବିତ୍ର ଜଳ ମଧ୍ୟ ମକର ସଂକ୍ରାନ୍ତି ସମୟରେ ଆଧ୍ୟତ୍ମିକ ଶକ୍ତିଦ୍ୱାରା ଶକ୍ତିଶାଳୀ ମନେ ହୁଏ । ତେଣୁ ଗଙ୍ଗା ବୁଡ଼ ଫଳରେ ଅମୃତର ସ୍ୱାଦ ଅର୍ଥାତ ଐଶ୍ୱରିକ ସତ୍ତାର ଉପଲବ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ପୌରାଣିକ ମତେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପୁରୁଷାର୍ଥ ଅଟେ। ଏଥିମଧ୍ୟରୁ ଅର୍ଥ ଓ କାମ ଲୌକିକ ଏବଂ ଧର୍ମ ଓ ମୋକ୍ଷ ପାରଲୌକିକ ଶ୍ରେଷ୍ଠତା ପାଇଁ ଉଦ୍ଦିଷ୍ଠ । କୁମ୍ଭସ୍ନାନ ଏହି ଚତୁର୍ବର୍ଗ ଫଳ ପ୍ରଦାନ କରିଥାଏ । କୁମ୍ଭପର୍ବରେ ବିଧିବିଧାନ ପୂର୍ବକ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ତଥା ପରଲୋକ ମୁକ୍ତି ଅମୃତତ୍ତ୍ୱ ପ୍ରାପ୍ତି ହୁଏ ।[2][3]
୫୫ଦିନ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା କୁମ୍ଭମେଳାରେ ୬ଟି ମହାସ୍ନାନ ଆୟୋଜିତ ହେବ, ଯଥା:
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.