କୁରତୁଲ ଏନ ହୈଦର
ଭାରତୀୟ ଲେଖିକା / From Wikipedia, the free encyclopedia
କୁରତୁଲ ଏନ ହୈଦର (୨୦ ଜାନୁଆରୀ ୧୯୨୭ - ୨୧ ଅଗଷ୍ଟ ୨୦୦୭) ଉର୍ଦ୍ଦୁ ଭାଷାର ଜଣେ ଗାଳ୍ପିକା, ଔପନ୍ୟାସିକା, ଶିକ୍ଷାବିତ ଓ ସାମ୍ବାଦିକ ଥିଲେ । ଉର୍ଦ୍ଦୁ ଭାଷାର ଏହି ସାହିତ୍ୟିକ ୧୯୫୯ ମସିହାର ରଚନା ଆଗ କା ଦରିଆ ପାଇଁ ପରିଚିତ । ଏହି ଉପନ୍ୟାସର କଥାବସ୍ତୁ ୪ର୍ଥ ଶତାବ୍ଦୀର ଅବିଭାଜିତ ଭାରତ ଇତିହାସରୁ ଆରମ୍ଭ ହୋଇ ଭାରତ ବିଭାଜନ ପର୍ଯ୍ୟନ୍ତ ବ୍ୟାପ୍ତ । ଐନୀ ୧୯୬୭ ମସିହାରେ "ପତଝର କି ଆୱାଜ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୯ରେ "ଆଖରୀ ଶବ କେ ହମସଫର" ପାଇଁ ଜ୍ଞାନପୀଠ ପୁରସ୍କାର ଓ ୧୯୯୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ୨୦୦୫ ମସିହାରେ ତାଙ୍କ ପଦ୍ମ ଭୂଷଣ ପୁରସ୍କାର ମିଳିଥିଲା ।[1]
Quick Facts କୁରତୁଲ ଏନ ହୈଦର, ଜନ୍ମ ଓ ଜନ୍ମସ୍ଥାନ ...
କୁରତୁଲ ଏନ ହୈଦର | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1927-01-20)୨୦ ଜାନୁଆରୀ ୧୯୨୭ ଆଲିଗଡ଼, ଉତ୍ତର ପ୍ରଦେଶ |
ମୃତ୍ୟୁ | ୨୧ ଅଗଷ୍ଟ ୨୦୦୭(2007-08-21) (ବୟସ ୮୦) ନୋଏଡ଼ା |
ଛଦ୍ମନାମ | ଐନି ଆପା |
ବୃତ୍ତି | ଲେଖିକା |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଲକ୍ଷ୍ନୌ ବିଶ୍ୱ ବିଦ୍ୟାଳୟ, ଇନ୍ଦ୍ରପ୍ରସ୍ଥ ମହାବିଦ୍ୟାଳୟ |
ଶୈଳୀ | ଔପନ୍ୟାସିକା ଓ ଗାଳ୍ପିକା |
ସାହିତ୍ୟ କୃତି | ଆଗ କା ଦରିଆ ( ୧୯୫୯ ) |
ଦସ୍ତଖତ |
Close