ଭାରତୀୟ ଦଳିତ ଓଡ଼ିଆ ଲେଖକ From Wikipedia, the free encyclopedia
କୃଷ୍ଣଚରଣ ବେହେରା (୦୨ ଜୁନ ୧୯୩୨ - ୨୯ ଜୁଲାଇ ୨୦୧୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ ।[1] କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ[2] ଓ ଶିଶୁସାହିତ୍ୟ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ ।[3]
କୃଷ୍ଣଚରଣ ବେହେରା | |
---|---|
ଜନ୍ମ | ଅର୍ଜୁନବିନ୍ଧା, ଭଦ୍ରକ | ୨ ଜୁନ ୧୯୩୨
ମୃତ୍ୟୁ | ୨୯ ଜୁଲାଇ ୨୦୧୭ ୮୫) | (ବୟସ
ଜାତୀୟତା | ଭାରତୀୟ |
ଶିକ୍ଷା | ପିଏଚଡ଼ି ୧୯୬୭ |
କୃଷ୍ଣଚରଣ ୧୯୩୨ମସିହାରେ ଭଦ୍ରକ ଜିଲ୍ଲାର ଅର୍ଜୁନବିନ୍ଧାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୫ ମସିହାରେ ସେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଓ ୧୯୬୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ । ବୃତ୍ତିରେ ଥିଲେ ସେ ଜଣେ ଶିକ୍ଷାବିତ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ଭାଷାବିଭାଗରେ ଅଧ୍ୟାପକ ଓ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ(୧୯୯୦-୯୨) କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ଯୁବ ଲେଖକ ସମ୍ମିଳନର ଅଧ୍ୟକ୍ଷ ଓ ଓଡ଼ିଆ ଗବେଷଣ ପରିଷଦ, କଟକର ପ୍ରତିଷ୍ଠାତା (୧୯୮୦) ଅଧ୍ୟକ୍ଷ ଥିଲେ ।[4] ୨୦୧୭ ମସିହା ଜୁଲାଇ ୨୯ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.