ଭାରତୀୟ ଲେଖକ From Wikipedia, the free encyclopedia
କେଦାର ନାଥ ସିଂହ ( ୭ ଜୁଲାଇ ୧୯୩୪ - ୧୯ ମାର୍ଚ୍ଚ ୨୦୧୮ ) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପପ୍ରାପ୍ତ ହିନ୍ଦୀ ସାହିତ୍ୟିକ ଥିଲେ ।[1] ପ୍ରବନ୍ଧ ଓ ସମାଲୋଚନାରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ସେ ଜ୍ଞାନପୀଠ ପୁରସ୍କାର (୨୦୧୩), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୯) ପୁରସ୍କାର ମଧ୍ୟ ପାଇଥିଲେ ।
କେଦାରନାଥ ସିଂହ | |
---|---|
ଜନ୍ମ | ଚାକିଆ, ଉତ୍ତର ପ୍ରଦେଶ | ୭ ଜୁଲାଇ ୧୯୩୪
ମୃତ୍ୟୁ | ୧୯ ମାର୍ଚ୍ଚ ୨୦୧୮ ୮୩) ନୂଆ ଦିଲ୍ଲୀ | (ବୟସ
ଜାତୀୟତା | ଭାରତୀୟ |
ବୃତ୍ତି | କବି |
କେଦାର ନାଥ ଜଟିଳ କଥାବସ୍ତୁଗୁଡିକୁ ନିଜ ସାହିତ୍ୟରେ, ସହଜ ଓ ସରଳଭାବେ ବ୍ୟକ୍ତ କରି ପାରୁଥିବାରୁ ଦେଶ ତଥା ଦେଶ ବାହାରେ ସେ ବେଶ୍ ପରିଚିଥିଲେ । କେଦାରନାଥଙ୍କ କବିତା ସବୁ ସହଜ,ସରଳ ଓ ନିତିଦିନ କଥିତ ଭାଷାରେ ଲିଖିତ । ତାଙ୍କ ସାହିତିକ କୃତି ସବୁ ଦେଶ ବିଦେଶରେ ଖ୍ୟାତି ଲାଭ କରିଛି । ତାଙ୍କ ରଚିତ କବିତା ମଧ୍ୟରୁ ‘ବାଘ’ କବିତାକୁ ହିନ୍ଦୀ ସାହିତ୍ୟର ଏକ ଶ୍ରେଷ୍ଠ କୃତି ଭାବରେ ଗଣନା କରାଯାଏ । କବିତାଟି ୧୯୮୦ ଦଶକର ମଧ୍ୟଭାଗରେ ପ୍ରକାଶିତ ହୋଇଥିଲା । ଏହାକୁ ହେଉଛି ହିନ୍ଦୀ ସାହିତ୍ୟର ସବୁଠାରୁ ଅଧିକ ପଠିତ କବିତା ମନେ କରାଯାଏ । ଅନେକ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମଧ୍ୟ ‘ବାଘ’ କବିତାକୁ ସ୍ଥାନିତ କରାଯାଇଛି । ଇଂରାଜୀ ଭାଷାର କବି ଟେଡ୍ ହଗ୍ସଙ୍କ ‘କ୍ରୋ’ କବିତା ସହିତ କେଦାରନାଥଙ୍କ ବାଘ କବିତାର କିଛିଟା ସାମଞ୍ଜସ୍ୟ ରହିଥିଲେ ମଧ୍ୟ ଉଭୟ କବିତା ନିଜ ନିଜ ସ୍ଥାନରେ ଶ୍ରେଷ୍ଠ ବୋଲି ଅନେକଙ୍କ ମତ ରହିଛି । କେଦାରନାଥଙ୍କ ଅନ୍ୟାନ୍ୟ କବିତା ସଙ୍କଳନ ମଧ୍ୟରେ ‘ଅଭି ବିଲ୍କୁଲ ଅଭି’, ‘ଜମିନ୍ ପକ୍ ରହି ହୈ’, ‘ୟାହାଁ ସେ ଦେଖୋ’, ‘ଅକାଳ ମେ ସରସ’, ‘ଟଲଷ୍ଟୟ ଓୈାର ସାଇକେଲ୍’ ଆଦି ପାଠକଙ୍କ ମଧ୍ୟରେ ଆଦୃତ ହୋଇଛି । ସେହିପରି ସେ ପ୍ରବନ୍ଧ ଓ କ୍ଷୁଦ୍ର ଗଳ୍ପ ରଚନା କରିବାରେ ମଧ୍ୟ ସେ ଧୁଣିର ଥିଲେ । ‘ମେରେ ସମୟ କେ ଶବ୍ଦ’, ‘କଳ୍ପନା ଔର ଛାୟାବାଦ୍’, ‘ହିନ୍ଦୀ କବିତା ମେଁ ବିମ୍ବ ବିଧାନ’, ‘କବ୍ରିସ୍ତାନ ମେଁ ପଞ୍ଚାୟତ’ ଆଦି କିଛି ପ୍ରବନ୍ଧ ତଥା କ୍ଷୁଦ୍ର ଗଳ୍ପ ତାଙ୍କ ରଚିତ ଶ୍ରେଷ୍ଠ ହିନ୍ଦୀ କଳାକୃତିରେ ସାମିଲ ହୋଇଛି ।
ସେ ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାର ଚାକିଆ ଗ୍ରାମରେ ୧୯୩୪ ମସିହା ଜୁଲାଇ ୭ ତାରିଖରେ ଜନ୍ମ ହୋଇଥିଲେ କେଦାରନାଥ ।[2] ବାରଣାସୀର ଉଦୟ ପ୍ରତାପ କଲେଜରୁ ସ୍ନାତକ ଓ କାଶୀ ହିନ୍ଦୁ ବିଦ୍ୟାଳୟରୁ ସ୍ନାତକୋତ୍ତରରେ ଡିଗ୍ରୀ ହାସଲ କରିବା ପରେ ସେହି କାଶୀ ବିଦ୍ୟାଳୟରୁ ପିଏଚ୍ଡି ମଧ୍ୟ ହାସଲ କରିଥିଲେ । ପ୍ରଥମେ ଗୋରଖପୁରରେ ହିନ୍ଦୀ ଶିକ୍ଷକ ଭାବେ ସେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ପ୍ରଫେସରଭାବେ କାର୍ଯ୍ୟ କରି ଥିଲେ । ଶେଷରେ ସେ ହିନ୍ଦୀ ଭାଷା ବିଭାଗର ମୁଖ୍ୟ ଭାବେ ଜେଏନ୍ୟୁରୁ ଅବସର ନେଇଥିଲେ । ଅବସର ପରେ ସେ ନୂଆଦିଲ୍ଲୀର ସାକେତଠାରେ ବାସ କରୁଥିଲେ । ୨୦୧୮ ମସିହା ମାର୍ଚ୍ଚ ୧୯ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[3][4]
ହିନ୍ଦୀ ସାହିତ୍ୟରେ ଶବ୍ଦର ମାର୍ଜିତ ପ୍ରୟୋଗ କରି ପାଠକଙ୍କୁ ନିଜ ଲେଖାରେ ଆକୃଷ୍ଟ କରିପାରୁଥିବା ଏହି ଲେଖକ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନ୍ୟାନ୍ୟ ସମ୍ମାନ ଓ ପୁରସ୍କାର ହାସଲ କରିଥିଲେ । ହିନ୍ଦୀ ସାହିତ୍ୟରେ ୧୦ମ ଲେଖକ ଭାବେ କେଦାର ନାଥ ସିଂହ ୨୦୧୩ ମସିହା ପାଇଁ ଦେଶର ଶ୍ରେଷ୍ଠତମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କରିଥିଲେ ।[5][6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.