କୋଲୋରେକ୍ଟାଲ୍ ପଲିପ୍
ଏକ ଅସ୍ୱାଭାବିକ ଅଭିବୃଦ୍ଧି ଯାହା କୋଲୋନ୍ କିମ୍ବା ମଳାଶୟର ଆବରଣ ମଧ୍ୟରେ ଦେଖାଯାଏ | / From Wikipedia, the free encyclopedia
କୋଲୋରେକ୍ଟାଲ୍ ପଲିପ୍ (ଇଂରାଜୀ ଭାଷାରେ colorectal polyp) ଏକ ଅସ୍ୱାଭାବିକ ଅଭିବୃଦ୍ଧି ଯାହା କୋଲନ୍ କିମ୍ବା ମଳାଶୟ ବା ରେକ୍ଟମ୍ର ଆବରଣ ମଧ୍ୟରେ ଦେଖାଯାଏ | [1] ଲକ୍ଷଣଗୁଡ଼ିକ ଭିନ୍ନ ଭିନ୍ନ ହୋଇପାରେ, କିଛି ନଥାଇ ପାରେ ବା ମଳରେ ରକ୍ତ, ଅନ୍ତନଳୀର ଗତିରେ ପରିବର୍ତ୍ତନ କିମ୍ବା ପେଟ ଯନ୍ତ୍ରଣା ହୋଇପାରେ | [1] ରକ୍ତସ୍ରାବ ସାଧାରଣତଃ ଅଳ୍ପ ହୁଏ ଯାହା ମଳରେ ଦୃଶ୍ୟମାନ ହୁଏ ନାହିଁ | [2] ଚିକିତ୍ସା କରା ନ ଗଲେ ରୋଗ ଜଟିଳ ହୋଇ ବୃହଦନ୍ତ୍ର-ମଳାଶୟ କର୍କଟରେ ପରିବର୍ତିତ ହୋଇପାରେ। [1]
Colon polyps | |
---|---|
Polyps of the colon and rectum[1] | |
ବିଭାଗ | General surgery |
ଲକ୍ଷଣ | None, blood in the stool, change in bowel movements, abdominal pain[1] |
କାରଣ | Spontaneous, inflammatory bowel disease, genetic conditions (familial adenomatous polyposis, Peutz-Jeghers syndrome)[2][3][4] |
ବିପଦ କାରକ | Alcohol, high fat diet, smoking[4] |
ରୋଗ ନିର୍ଣ୍ଣୟ ପଦ୍ଧତି | Colonoscopy[1] |
ପ୍ରତିକାର | Diet high in fruits and vegetables[4] |
ଚିକିତ୍ସା | Removal[1] |
ପୁନଃପୌନିକ | 25% of adults (US)[1] |
ଏହାର କାରଣ ମଧ୍ୟରେ ପ୍ରଦାହଜନକ ଅନ୍ତ୍ର ରୋଗ କିମ୍ବା ଅନେକ ଗୁଡ଼ିଏ ଜେନେଟିକ୍ ଅବସ୍ଥା ଯେପରିକି ପାରିବାରିକ ଆଡେନୋମାଟସ୍ ପଲିପୋସିସ୍ ଏବଂ ପ୍ୟୁଜ୍-ଜେଗର୍ସ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ, ଯଦିଓ ଅଧିକାଂଶ ସ୍ୱତଃସ୍ପୃତ ଭାବରେ ଉତ୍ପନ୍ନ ହୁଏ | [2] [5] [4] ସଙ୍କଟ କାରକଗୁଡ଼ିକ ମଧ୍ୟରେମଦ୍ୟପାନ, ଅଧିକ ଚର୍ବିଯୁକ୍ତ ଖାଦ୍ୟ ଏବଂ ଧୂମପାନ ମୂଖ୍ୟ ସ୍ଥାନ ଅଧିକାର କରିଥାଏ | [4] ସେଗୁଡ଼ିକ ବିନାଇନ, ପ୍ରାକ୍ କର୍କଟ ବା କର୍କଟ ହୋଇପାରେ (cancerous) ହୋଇପାରେ । [5] ସେମାନଙ୍କୁ ଆଡେନୋମାଟସ୍ (୬୫%) ଏବଂ ନନ୍ଆଡେନୋମାଟସ୍ ଶ୍ରେଣୀରେ ମଧ୍ୟ ବିଭକ୍ତ କରାଯାଇପାରେ | [5] [4] ସାଧାରଣତଃ କୋଲୋନୋସ୍କୋପି କରି ରୋଗ ନିର୍ଣ୍ଣୟ କରାଯାଏ | [1]
ଅଧିକ ଫଳ ଓ ପନିପରିବା ଥିବା ଖାଦ୍ୟ ଗ୍ରହଣ କଲେ ଏହି ବିପଦ ହ୍ରାସ ହୋଇପାରେ | [4] ଏହାକୁ ଅପସାରଣ କରି ଚିକିତ୍ସା କରାଯାଏ | [1] ପ୍ରାୟ ଏକ ତୃତୀୟାଂଶ ଲୋକଙ୍କର ଅଧିକ ପଲିପ୍ ବିକଶିତ ହୁଏ | [1] ଆସ୍ପିରିନ୍ ଏହି ବିପଦକୁ ହ୍ରାସ କରିପାରେ | [1] କୋଲୋରେକ୍ଟ୍ରାଲ୍ ପଲିପ୍ ଯୁକ୍ତରାଷ୍ଟ୍ରର ପ୍ରାୟ ୨୫% ବୟସ୍କ ଲୋକଙ୍କୁ ପ୍ରଭାବିତ କରିଥାଏ | [1] ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଏହି ରୋଗ ଅଧିକ ଦେଖାଯାଏ ଏବଂ ଅଧିକ ବୟସରେ ଅଧିକ ଦେଖାଯାଏ |