କ୍ରାନ୍ତିରେଖା
From Wikipedia, the free encyclopedia
କ୍ରାନ୍ତିରେଖା (Tropics) ଦୁନିଆର ଏପରି ଏକ କଟିବନ୍ଧ ଅଟେ ଯାହା ଭୂମଧ୍ୟ ରେଖାରୁ ଅକ୍ଷାଂଶ ୨୩°୨୬'୧୬" ଉତ୍ତରରେ କର୍କ ରେଖା ଏବଂ ଅକ୍ଷାଂଶ ୨୩°୨୬'୧୬" ଦକ୍ଷିଣରେ ମକର ରେଖା ପର୍ଯ୍ୟନ୍ତ ସୀମିତ । କର୍କ ଏବଂ ମକର ରେଖାରେ ଏକ ସୂର୍ଯ୍ୟ ବର୍ଷରେ ଗୋଟିଏ ଥର ଏମାନଙ୍କ ମଝିର ପୁରା କ୍ଷେତ୍ରରେ ଏକ ସୂର୍ଯ୍ୟ ବର୍ଷରେ ଦୁଇଥର ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ହୋଇଥାନ୍ତି । ବିଶ୍ୱ ଲୋକସଂଖ୍ୟାର ଏକ ବଡ଼ ଭାଗ (ପାଖାପାଖି ୪୦℅) ଏହି କ୍ଷେତ୍ରରେ ରହିଥାଏ ଏବଂ ଏହା ଅନୁମାନିତ ହୁଏକି ବଢୁଥିବା ଜନସଂଖ୍ୟା କାରଣରୁ ଏହି ଲୋକସଂଖ୍ୟା ଆହୁରି ବଢିଯିବ ।[1] ଏହା ପୃଥିବୀର ସବୁଠାରୁ ଗରମ କ୍ଷେତ୍ର ଅଟେ କାରଣ, ଅକ୍ଷୀୟ ନଇଁବା କାରଣରୁ ସୂର୍ଯ୍ୟର ଅଧିକତମ ଉଷ୍ମ ଭୂମଧ୍ୟ ରେଖା ଏବଂ ଏହାର ଆଖ-ପାଖର ଅଞ୍ଚଳରେ କେନ୍ଦ୍ରିତ ହୋଇଥାଏ ।