ଗଙ୍ଗାଧର ରଥ
ଭାରତୀୟ ଓଡ଼ିଆ-ଭାଷୀ ଲେଖକ From Wikipedia, the free encyclopedia
ଭାରତୀୟ ଓଡ଼ିଆ-ଭାଷୀ ଲେଖକ From Wikipedia, the free encyclopedia
ଗଙ୍ଗାଧର ରଥ (୧୯୨୨-୨୦୦୮), ଓଡ଼ିଶାର ଜଣେ ପ୍ରାକ୍ତନ ଆଡ଼ଭୋକେଟ ଜେନେରାଲ ।[2] ସେ ନିଜେ ଜଣେ ସାହିତ୍ୟିକ ଥିଲେ ଓ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ସାହିତ୍ୟ ଭାରତୀ ସମ୍ମାନ ପୁରସ୍କାରର ପ୍ରତିଷ୍ଠା କରିଥିଲେ ।
ଗଙ୍ଗାଧର ରଥ | |
---|---|
ଜନ୍ମ | ୧୯୨୨ ଜଗତସିଂହପୁର |
ମୃତ୍ୟୁ | ୧୫ ମାର୍ଚ୍ଚ ୨୦୦୮ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ(ଆଇନ)[1] |
ବୈବାହିକ-ସାଥୀ | ନିରୁପମା ରଥ |
ସନ୍ତାନ | ଜୟନ୍ତ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୧ |
ଗଙ୍ଗାଧର ୧୯୨୨ ମସିହାରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ବାଗଲପୁରଠାରେ ଜନ୍ମଗ୍ରହଣ କରିଥିଲେ ।[3] କଲେଜ ଜୀବନରୁ ସେ ଛାତ୍ର ରାଜନୀତି ସହିତ ଜଡ଼ିତ ଥିଲେ ।[4] ସାମ୍ବାଦିକତାରୁ ସେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ସେ ଆଇନ ବ୍ୟବସାୟଙ୍କୁ ନିଜର ପେସା ଭାବରେ ଆବୋରୀ ଥିଲେ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ । ୧୯୫୯ମସିହାରେ ସେ ଷ୍ଟାଣ୍ଡିଙ୍ଗ କାଉନସିଲ[5] ଓ ୧୯୬୩ମସିହାରେ ସରକାରୀ ଓକିଲ ଭାବରେ ନିଯୁକ୍ତି ପାଇଥିଲେ । ୧୯୭୨ରୁ ୧୯୭୯ ଏବଂ ୧୯୮୨ରୁ ୧୯୯୦, ଦୁଇ ପର୍ଯ୍ୟାୟରେ ସେ ଓଡ଼ିଶାର ଆଡ଼ଭୋକେଟ ଜେନରାଲ ଭାବରେ କାର୍ଯ୍ୟ କରିଥିଲେ । ସେ ଅଳକା ମହାବିଦ୍ୟାଳୟ ଓ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ । ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ୧୯୯୫ ମସିହାରୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ କରାଯାଉଛି । ସମାଜସେବୀ ଓ ଡାକ୍ତର ନିରୁପମା ରଥ ତାଙ୍କର ପତ୍ନୀ ଥିଲେ । ବିବାହ ପୂର୍ବରୁ ସେ ନିରୁପମା ମହାନ୍ତି ଭାବରେ ପରିଚିତ ଥିଲେ ।[6] ଜୟନ୍ତ ରଥ ତାଙ୍କର ଜ୍ୟେଷ୍ଠ ପୁତ୍ର ।[7] ୨୦୦୮ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମୟରେ ଗଙ୍ଗାଧର ରଥଙ୍କର ପରଲୋକ ଘଟିଥିଲା ।[8][9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.