ଗନରିଆ
ଯୌନ ସଞ୍ଚାରିତ ସଂକ୍ରମଣ / From Wikipedia, the free encyclopedia
ଗନରିଆ (ଇଂରାଜୀ ଭାଷାରେ Gonorrhea ବା gonorrhoea) ଏକ ଯୌନ ସଞ୍ଚାରିତ ସଂକ୍ରମଣ (sexually transmitted infection) ଯାହା ନାଇସେରିଆ ଗନରି (Neisseria gonorrhoeae) ଜୀବାଣୁଦ୍ୱାରା ସୃଷ୍ଟି ହୁଏ । [1] ଅନେକ ଲୋକଙ୍କର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଲକ୍ଷଣ: ପୁରୁଷ ରୋଗୀଙ୍କର ଡିସୟୁରିଆ (burning with urination) ବା ପରିସ୍ରା କରିବାବେଳେ କଷ୍ଟ, ଯୌନାଙ୍ଗରୁ (ଶିଶ୍ନ ବା ପେନିସ) କ୍ଷରଣ ବା ଅଣ୍ଡକୋଷରେ ଯନ୍ତ୍ରଣା ହୁଏ । ମହିଳାମାନଙ୍କର ଯୌନାଙ୍ଗ କ୍ଷରଣ, ଯୋନୀପଥରୁ ରକ୍ତସ୍ରାବ (ଋତୁସ୍ରାବ ବ୍ୟତୀତ), ପେଲଭିସରେ କଷ୍ଟ ଓ ପରିସ୍ରା କରିବାବେଳେ କଷ୍ଟ ହୁଏ । ଏହି ରୋଗ ଜଟିଳ ହେଲେ ମହିଳାଙ୍କର ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease) ହୁଏ ଓ ପୁରୁଷଙ୍କର ଏପିଡିଡାଇମିସ ପ୍ରଦାହ (inflammation of the epididymis) ହୁଏ ।[1] ଚିକିତ୍ସା ନ ପାଇଲେ ରୋଗ ଅତି ଗମ୍ଭୀର ହୋଇ ସେପ୍ଟିକ ଆର୍ଥ୍ରାଇଟିସ (joints) ବା ଏଣ୍ଡୋକାର୍ଡ଼ାଇଟିସ (heart valves) ରୋଗ ହୁଏ । [1][2]
ଗନରିଆ | |
---|---|
ଇଂରାଜୀ ପ୍ରତିଶବ୍ଦ - gonococcal infection, gonococcal urethritis, gonorrhoea, the clap | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ । |
ଆଇସିଡ଼ି-୧୦ | A54 |
ଆଇସିଡ଼ି-୯-ସିଏମ୍ | 098 |
ରୋଗ ଡାଟାବେସ | 8834 |
ମେଡ଼ିସିନ-ପ୍ଲସ | 007267 |
ଇ-ମେଡ଼ିସିନ | article/782913 |
Patient UK | ଗନରିଆ |
MeSH | D006069 |
ସଂକ୍ରମିତ ସାଥୀ ସହ ଯୌନ ସମ୍ପର୍କ ଯୋଗୁ ଗନରିଆ ରୋଗ ବ୍ୟାପିଥାଏ । ଯେ କୌଣସି ଯୌନ ସମ୍ପର୍କ ମାଧ୍ୟମରେ ଏହା ହୋଇପାରେ ଯେପରିକି ମୁଖ, ମଳଦ୍ୱାର ଓ ଯୋନୀପଥ । ସଂକ୍ରମିତ ମାତାଠାରୁ ଜନ୍ମ ସମୟରେ ଶିଶୁ ସଂକ୍ରମିତ ହୋଇପାରେ ଯାହାକୁ ଇଂରାଜୀରେ ଭର୍ଟିକାଲ ଟ୍ରାନ୍ସମିସନ (mother to a child during birth) କୁହାଯାଏ । ରୋଗ ନିର୍ଣ୍ଣୟ ନିମନ୍ତେ ପରିସ୍ରା, ପରୁଷଙ୍କର ମୁତ୍ରମାର୍ଗ (urethra), ମହିଳାଙ୍କର ଜରାୟୁଗ୍ରୀବା (cervix) ପରୀକ୍ଷା କରାଯାଏ ।[1] ପ୍ରତ୍ୟେକ ବର୍ଷ ୨୫ ବର୍ଷ ବୟସରୁ କମ ଥିବା ଯୌନ ସକ୍ରିୟ ମହିଳା ଓ ନୂତନ ଯୌନ ସାଥୀମାନଙ୍କର ଗନରିଆ ନିମନ୍ତେ ପରୀକ୍ଷା କରିବାକୁ ସୁପାରିସ କରାଯାଏ । ଏହି ସୁପାରିସ ପୁରୁଷ-ପୁରୁଷ ଯୌନ ସାଥୀମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ।[3]
ତିନି ଉପାୟରେ ଏହି ରୋଗ ପ୍ରତିଷେଧ ହୋଇ ପାରିବ, କଣ୍ଡୋମ (condom) ବ୍ୟବହାର କଲେ, ଅଣସଂକ୍ରମିତ ଏକ ଯୌନସାଥୀରେ ଯୌନ କ୍ରୀଡ଼ା କଲେ ବା ଆଦୌ ଯୌନ କ୍ରୀଡ଼ା ନ କଲେ ଏହା ସମ୍ଭବ ହେବ ।[3][1] ସେଫଟ୍ରାଇଆକ୍ସୋନ ଇଞ୍ଜେକସନ ଓ ପାଟିରେ ଆଜିଥ୍ରୋମାଇସିନ ଔଷଧ ଦେଇ ଏହି ରୋଗର ଚିକିତ୍ସା କରାଯାଏ । ପୂର୍ବରୁ ଦିଆଯାଉଥିବା ଅନେକ ଆଣ୍ଟିବାୟୋଟିକ ପ୍ରତିରୋଧିତ (Resistance) ହେଉଥିବାରୁ ଅଧୁନା ଅଧିକ ମାତ୍ରାର ଔଷଧ ଦେବା ଦରକାର ପଡ଼ୁଛି ଓ ସେଫଟ୍ରାଇଆକ୍ସୋନ ନିମନ୍ତେ ମଧ୍ୟ ତାହା ଆବଶ୍ୟକ ହୋଇପାରେ ।[4][5] ତିନି ମାସର ଚିକିତ୍ସା ପରେ ଆଉଥରେ ଜୀବାଣୁ ଉପସ୍ଥିତି ନିମନ୍ତେ ପରୀକ୍ଷା କରାଯାଏ ।[3] ଶେଷ ୨ ମାସର ଯୌନ ସାଥୀମାନଙ୍କୁ ମଧ୍ୟ ଚିକିତ୍ସା କରିବା ଆବଶ୍ୟକ ହୁଏ ।[1]
ଜନସଂଖ୍ୟାର ପ୍ରାୟ ୦.୮% ମହିଳା ଓ ୦.୬% ପୁରୁଷ ଗନରିଆ ଆକ୍ରାନ୍ତ ହୁଅନ୍ତି ।[6] ପ୍ରତି ବର୍ଷ ସିଫିଲିସ (syphilis), କ୍ଲାମିଡିଆ (chlamydia) ଓ ଟ୍ରାଇକୋମୋନିଆସିସ (trichomoniasis) ଇତ୍ୟାଦି ରୋଗମାନଙ୍କ ଭଳି ୪୯୮ ନିୟୁତ ନୂଆ ଯୌନ ସଞ୍ଚାରିତ ରୋଗଦ୍ୱାରା ଆକ୍ରାନ୍ତ ଲୋକଙ୍କ ମଧ୍ୟରୁ ୩୩ରୁ ୧୦୬ ନିୟୁତ କେବଳ ଗନରିଆ ରୋଗାକ୍ରାନ୍ତ ଥାଆନ୍ତି ।[7][8] ଅଳ୍ପ ବୟସ୍କା ଯୁବତୀମାନଙ୍କୁ ସାଧାରଣତଃ ଏ ରୋଗ ହୁଏ ।[3] ସନ ୧୯୯୦ରେ ଏହି ରୋଗ ଜନିତ ମୃତ୍ୟୁ ସଂଖ୍ୟା ୨,୩୦୦ ଥିବା ବେଳେ ସନ ୨୦୧୩ ଏହା ବଢ଼ିଯାଏ ୩,୨୦୦ ହୋଇଥିଲା ।[9] ପୁରୁଣା ଟେଷ୍ଟାମେଣ୍ଟ (Old Testament) ଲେଖା ହୋଇଥିବା କାଳରୁ ଏହି ରୋଗ ବିଷୟରେ ବର୍ଣ୍ଣନା ଲିପିବଦ୍ଧ ଅଛି ।[2]