ଗୁଡପାଷ୍ଟର ସିଣ୍ଡ୍ରୋମ ଏପରି ଏକ ରୋଗ ଯେଉଁଥିରେ ବୃକ୍କ ଏବଂ ଫୁସଫୁସ ପ୍ରଭାବିତ ହୋଇଥାଏ | From Wikipedia, the free encyclopedia
ଗୁଡପାଷ୍ଟର ସିଣ୍ଡ୍ରୋମ (Goodpasture syndrome/ GPS/ ଜିପିଏସ୍ ), ଅନ୍ୟ ନାମ ଆଣ୍ଟି-ଗ୍ଲୋମେରୁଲାର ବେସମେଣ୍ଟ ମେମ୍ବ୍ରେନ ରୋଗ, ଏପରି ଏକ ରୋଗ ଯେଉଁଥିରେ ବୃକ୍କ ଏବଂ ଫୁସଫୁସ ପ୍ରଭାବିତ ହୋଇଥାଏ | [1] ଲକ୍ଷଣ: ରକ୍ତମେହ, ପରିସ୍ରାରେ ପୁଷ୍ଟିସାର ବା ପ୍ରୋଟିନ ଏବଂ କାଶରେ ରକ୍ତ ପଡ଼ିଥାଏ ।[1] ଅଣନିଶ୍ୱାସ, ଥକାପଣ ଏବଂ ଛାତି ଯନ୍ତ୍ରଣା ମଧ୍ୟ ହୋଇପାରେ | [2] ତୀବ୍ର ବୃକ୍କ ବିଫଳତେ ହୋଇପାରେ | [1]
Goodpasture syndrome | |
---|---|
Goodpasture’s disease, antiglomerular basement antibody disease, anti-GBM disease | |
ବିଭାଗ | Nephrology |
ଲକ୍ଷଣ | blood in the urine, protein in the urine, coughing up blood[1] |
ଆକ୍ରାନ୍ତ ସମୟ | ~25 years old[2] |
କାରଣ | Environmental trigger in those who are genetically susceptible[1] |
ବିପଦ କାରକ | HLA-DR15[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood tests, kidney biopsy[1] |
ସଠିକ ରୋଗ ନିର୍ଣ୍ଣୟ | Granulomatosis with polyangiitis, lupus, microscopic polyangiitis, IgA nephropathy, acute glomerulonephritis[1] |
ଚିକିତ୍ସା | Corticosteroids, cyclophosphamide, plasmapheresis, hemodialysis, mechanical ventilation[1] |
Prognosis | 5-year survival rate > 80% |
ପୁନଃପୌନିକ | Rare[1] |
ଜେନେଟିକ୍ ସମ୍ବେଦନଶୀଳ ଲୋକଙ୍କ ମଧ୍ୟରେ ପରିବେଶ ଟ୍ରିଗର ଯୋଗୁ ଏହା ଘଟୁଥିବା ବିଶ୍ୱାସ କରାଯାଏ | [1] ବିପଦ କାରଣଗୁଡିକ ଏଚଏଲଏ-ଡିଆର୧୪ (HLA-DR15) ଅନ୍ତର୍ଭୁକ୍ତ ହୋଇପାରେ | [1] ଟ୍ରିଗର ଗୁଡ଼ିକ ମଧ୍ୟରେ କେତେକ ଔଷଧ, କୋକେନ, ଧୂମପାନ ଏବଂ ଇନ୍ଫ୍ଲୁଏଞ୍ଜା ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ। [1] ଅନ୍ତର୍ନିହିତ କାର୍ଯ୍ୟବିଧିରେ ବେସମେଣ୍ଟ ମେମ୍ବ୍ରେନ ବିରୁଦ୍ଧରେ ଅଟୋଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ । [1] ନିର୍ଦ୍ଦିଷ୍ଟ ଆଣ୍ଟିବଡି, ରକ୍ତ ପରୀକ୍ଷା ବା ବୃକ୍କ ବାୟୋପ୍ସି କରି ନିର୍ଣ୍ଣୟ ହୋଇଥିବା ରୋଗ ନିଶ୍ଚିତ କରାଯାଏ ।[1]
ଚିକିତ୍ସାରେ ସାଧାରଣତଃ କର୍ଟିକୋଷ୍ଟିରଏଡ ବା ସାଇକ୍ଲୋଫସଫାମାଇଡ ଭଳି ଇମ୍ମ୍ୟୁନ ଦମନକାରୀ ଔଷଧ ବ୍ୟବହାର କରାଯାଏ ।[1] ରକ୍ତରୁ ଆଣ୍ଟିବଡି ଅପସାରଣ ନିମନ୍ତେ ପ୍ରତିଦିନ ପ୍ଲାଜମାଫେରେସିସ କରାଯାଏ ।[1] ଅନ୍ୟାନ୍ୟ ଆବଶ୍ୟକ ପ୍ରୟାସରେ ହେମୋଡାଏଲିସିସ ଯାନ୍ତ୍ରିକ ଭେଣ୍ଟିଲେଟର ବ୍ୟବହାର କରାଯାଏ । [1] ଚିକିତ୍ସା ସହିତ ପାଞ୍ଚ ବର୍ଷ ବଞ୍ଚିବା ହାର ୮୦%ରୁ ଅଧିକ ଥାଏ ଏବଂ ୩୦%ରୁ କମ୍ ରୋଗୀଙ୍କର ଦୀର୍ଘକାଳୀନ ଡାଏଲିସିସ୍ ଆବଶ୍ୟକ ହୁଏ | [1]
ଗୁଡପାଷ୍ଟର ସିଣ୍ଡ୍ରୋମ ଏକ ବିରଳ ରୋଗ ଯାହା ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣକ ଉପରେ ପ୍ରଭାବ ପକାଇଥାଏ | [1] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [2] ପ୍ରାୟ ୨୫ ବର୍ଷ ବୟସ ପାଖାପାଖି ଲୋକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [2] ଏହାର ନାମ ଆମେରିକୀୟ ପାଥୋଲୋଜିଷ୍ଟ ଏର୍ଣ୍ଣେଷ୍ଟ ଗୁଡପାଷ୍ଟରଙ୍କ ନାମରେ ନାମିତ ହୋଇଛି ଯିଏ ପ୍ରଥମେ ୧୯୧୯ ମସିହାରେ ଏହି ଅବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ। [1] [3] [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.