ଓଡ଼ିଆ ସାହିତ୍ୟିକ ଓ ରାଜନୀତିଜ୍ଞ From Wikipedia, the free encyclopedia
ଗୁରୁଚରଣ ପଟ୍ଟନାୟକ(୨୯ ସେପ୍ଟେମ୍ବର ୧୯୧୪- ୯ ନଭେମ୍ବର ୨୦୦୮) ଜଣେ ଓଡ଼ିଆ ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ ଓ ବାମପନ୍ଥୀ ନେତା ଥିଲେ ।[1] କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଭାବରେ, ସେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ମୂଳଦୁଆ ପକେଇଥିଲେ ।[2] ସାହିତ୍ୟ ସାଧନାପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[3]
ଗୁରୁଚରଣ ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚଣାହାଟ, ବାଲିପାଟଣା | ୨୯ ସେପ୍ଟେମ୍ବର ୧୯୧୪
ମୃତ୍ୟୁ | ୯ ନଭେମ୍ବର ୨୦୦୮ ୯୪) ଅନନ୍ତ-ଆଲୋକ, ଶଙ୍କରପୁର, କଟକ | (ବୟସ
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସମ୍ପର୍କୀୟ | ଅନନ୍ତ ପଟ୍ଟନାୟକ(ଭାଇ) ଅମରେଶ ପଟ୍ଟନାୟକ (ପୁତୁରା) |
ଗୁରୁଚରଣ ୧୯୧୪ ମସିହାରେ ବାଲିପାଟଣା ଥାନା ଅନ୍ତର୍ଗତ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଡାକ ନାମ ଥିଲା 'ବାଉ' । ମାତ୍ର ୪ମାସ ବୟସରେ ସେ ଏକାଦିନରେ ଉଭୟ ବାପା ଓ ମାଙ୍କୁ ହରେଇଥିଲେ । ଅଗ୍ରଜ ଅନନ୍ତ ପଟ୍ଟନାୟକ ତାଙ୍କଠାରୁ ୪ବର୍ଷ ବଡ଼ । ଚଣାହାଟରେ ସେ ପ୍ରାଥମିକ ଶିକ୍ଷାରମ୍ଭ କରିଥିଲେ ଓ ପରେ କଟକରେ ପିଉସା-ପିଉସୀଙ୍କ ପାଖରେ ରହି ପାଠ ପଢୁଥିଲେ । ଅଳ୍ପବୟସରୁ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଓ ବାନରସେନାର ଅଂଶ ଥିଲେ । ନବକୃଷ୍ଣ ଚୌଧୁରୀ ଓ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସହ ମିଶି ଗୁରୁଚରଣ ଓଡ଼ିଶାରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ପ୍ରତିଷ୍ଠା କରିଥିଲେ । ୧୯୩୬ ମସିହାରେ ସେ ପ୍ରଥମ ଓଡ଼ିଆ ଭାବେ କଲିକତାର ଅଣ୍ଡରଗ୍ରାଉଣ୍ଡ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦାନ କରିଥିଲେ । ତାଙ୍କ ପରେ ବଡ଼ଭାଇ ଅନନ୍ତ, ଭଗବତୀ ଚରଣ, ପ୍ରାଣନାଥ ପଟ୍ଟନାୟକଆଦି ସେହି ପାର୍ଟିରେ ଯୋଗ ଦେଇଥିଲେ । ସେ ନିଜ ଲେଖା ମାଧ୍ୟମରେ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନକୁ ଆଗେଇ ନେଇଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାପ୍ତାହିକ ମୁଖପତ୍ର ନୂଆ ଦୁନିଆ ଆଦି ତାଙ୍କରି ସମ୍ପାଦନାରେ ପ୍ରକାଶ ପାଉଥିଲା । ନବଯୁଗ ସାହିତ୍ୟ ସଂସଦ, କୃଷକ ସଭା ଆଦି ପ୍ରଗତିଶୀଳ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ଗୁରୁଚରଣ ପଟ୍ଟନାୟକ ।[4] ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବାରୁ ସେ ୧୩ଥର କାରାବରଣ କରିଥିଲେ । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.