ଓଡ଼ିଆ କବି From Wikipedia, the free encyclopedia
ଗୋପାଳ କୃଷ୍ଣ ରଥ,(୩ ଅଗଷ୍ଟ ୧୯୪୫ - ୩୦ ଡିସେମ୍ବର ୨୦୧୬)[1] ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଥିଲେ ।[2]
ଗୋପାଳ କୃଷ୍ଣ ରଥ | |
---|---|
ଜନ୍ମ | କଂସାରୀପଡ଼ା, ସମ୍ବଲପୁର | ୩ ଅଗଷ୍ଟ ୧୯୪୫
ମୃତ୍ୟୁ | ୩୦ ଡିସେମ୍ବର ୨୦୧୬ ୭୧) | (ବୟସ
ମୃତ୍ୟୁର କାରଣ | ହୃଦ୍ଘାତ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ |
ବୈବାହିକ-ସାଥୀ | କିରଣବାଳା ରଥ |
ସନ୍ତାନ | ଅମୃତ, ରୋଜୀ |
ପିତାମାତା(s) | ଗଣେଶ ପ୍ରସାଦ ରଥ, ରୁକ୍ମିଣୀ ଦେବୀ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪ |
ଗୋପାଳ କୃଷ୍ଣ, ୧୯୪୫ ମସିହା ଅଗଷ୍ଟ ୩ ତାରିଖରେ ସମ୍ବଲପୁର ଜିଲ୍ଲାର କଂସାରୀପଡ଼ାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଗଣେଷ ପ୍ରସାଦ ରଥ ଓ ମାତା ରୁକ୍ମିଣୀ ଦେବୀ ।[3] ସେ ସମ୍ବଲପୁର ଜିଲ୍ଲା ସ୍କୁଲ ଓ ଗଙ୍ଗାଧର ମେହେର କଲେଜରୁ ଶିକ୍ଷା ଲାଭ କରିଥିଲେ । ମଧୁସୁଦନ ଆଇନ କଲେଜରୁ ଆଇନ ଶିକ୍ଷାଲାଭ କରି, ସେ ଅାଇନଜୀବୀ ଭାବେ ପେସା ଆରମ୍ଭ କରିଥିଲେ । ପରେ ଓଡ଼ିଶା ବିଚାର ବିଭାଗ ସେବାରେ ଯୋଗ ଦେଇଥିଲେ । ୨ବର୍ଷ ପରେ ଇସ୍ତଫା ଦେଇ ଲଜପତ ରାୟ ଅାଇନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଅାଇନ ବିଭାଗରେ ପ୍ରାଧ୍ୟାପକ ହୋଇଥିଲେ । ୨୦୦୫ରେ ସେ ସ୍ନାତକୋତ୍ତର ଶ୍ରେଣୀ ବିଭାଗ ସମୂହର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ୬ବର୍ଷ କାଳ ସେ ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ସଭ୍ୟ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ । ୨୦୦୬ରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ଅାକାଶବାଣୀଦ୍ୱାରା ଅାୟୋଜିତ କବି ସମ୍ମିଳନୀରେ ଓଡ଼ିଅା ଭାଷାର ଏକକ ପ୍ରତିନିଧିତ୍ୱ କରିଥିଲେ । [4] ୨୦୧୪ ମସିହାରେ ସନ୍ନ୍ୟାସ ଦିକ୍ଷା ଗ୍ରହଣ କରି ସେ ସ୍ୱାମୀ ଗୁରୁ ରୂପାନନ୍ଦ ସରସ୍ୱତୀ ଭାବେ ପରିଚିତ ହୋଇଥିଲେ [5] ଓ ଭୁବନେଶ୍ୱରସ୍ଥ "ବିଶୁଦ୍ଧାନନ୍ଦ ସାରସ୍ୱତ ସଂଘ" ମନ୍ଦିରରେ ପତ୍ନୀ କିରଣବାଳା ରଥଙ୍କ ସହ ସନ୍ୟାସୀ ଭାବରେ ଅବସ୍ଥାନ କରୁଥିଲେ । [6] ପୁଣେରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ହୃଦ୍ଘାତ ଯୋଗୁଁ ୨୦୧୬ ଡିସେମ୍ବର ୩୦ତାରିଖରେ ତାଙ୍କର ପରଲୋକ ଘଟିଥିଲା ।
୧୯୮୦ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ ଏକଲା ମଣିଷ ପ୍ରକାଶ ପାଇଥିଲା । ବର୍ତ୍ତମାନ ତାଙ୍କର ମୋଟ ୬ଗୋଟି କବିତା ସଙ୍କଳନ ପ୍ରକାଶ ପାଇଛି। ପ୍ରତି ଦଶବର୍ଷର ଜୀବନ ଶୈଳୀକୁ ନେଇ ସେ କବିତା ସଂକଳନ ରଚନା କରୁଥିଲେ । କିନ୍ତୁ ବିହ୍ୱଳ ବେଳାଭୂମି ଓ ଅରୁଣ ଉଦ୍ଭାସ କବିତା ସଂକଳନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଏ (୩ବର୍ଷର ବ୍ୟବଧାନ)। ତାଙ୍କ ପତ୍ନୀ କିରଣବାଳା ରଥଙ୍କ ସମ୍ପଦନାରେ ଗୋପାଳକୃଷ୍ଣ ରଥଙ୍କ କବିତା ସମଗ୍ର ପ୍ରକାଶ ପାଇଛି ୨୦୧୯ ମସିହାରେ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.