ଗୋପାଳ ଛୋଟରାୟ
ନାଟ୍ୟକାର / From Wikipedia, the free encyclopedia
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬[3] - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ ।[4] ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
Quick Facts ପଦ୍ମଶ୍ରୀ ଗୋପାଳ ଛୋଟରାୟ, ଜନ୍ମ ଓ ଜନ୍ମସ୍ଥାନ ...
ପଦ୍ମଶ୍ରୀ ଗୋପାଳ ଛୋଟରାୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1916-04-20)୨୦ ଅପ୍ରେଲ ୧୯୧୬ ପୁରୁଣାଗଡ଼, ଜଗତସିଂହପୁର[1] |
ମୃତ୍ୟୁ | ୨୨ ଜାନୁଆରୀ ୨୦୦୩(2003-01-22) (ବୟସ ୮୬) [2] ଭୁବନେଶ୍ୱର |
ବୃତ୍ତି | ନାଟ୍ୟକାର |
ଭାଷା | ଓଡ଼ିଆ |
ସାହିତ୍ୟ କୃତି | ହାସ୍ୟରସର ନାଟକ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ସନ୍ତାନ | ଦେବଦାସ ଛୋଟରାୟ, କସ୍ତୁରୀ |
Close