ଗୋପୁରମ
From Wikipedia, the free encyclopedia
ଗୋପୁରମ ବା ଗୋପୁର (ଏକବଚନ ), ଏକ ଅଳଙ୍କୁରୁତ ସ୍ଥାନଭାକାର ସ୍ଥାପତ୍ୟ ଯାହା ବିଶେଷତଃ ଦକ୍ଷିଣ ଭାରତୀୟ ଶୈଳୀର ମନ୍ଦିରରେ ଦେଖାଯାଇଥାଏ । ଏହା ଦ୍ରାବିଡ ସ୍ଥାପତ୍ୟ କଳା[1]ରେ ନିର୍ମିତ ମନ୍ଦିର ସମୂହର ଏକ ବିଶେଷତା । ମନ୍ଦିରର ପ୍ରବେଶ ଦ୍ୱାରରେ ଏହା ମଧ୍ୟ ଦେଇ ଭିତରକୁ ପ୍ରବେଶ ପାଇଁ ରାସ୍ତା ଥାଏ । ଏହା ସାଧାରଣତ ମନ୍ଦିର ପରିସରର ପ୍ରାଚୀରଠାରେ ଅବସ୍ଥିତଥାଏ । .[2]
ଗୋପୁରମର ଉପତ୍ତି ପ୍ରାଚୀନ ଚୋଳ , ଛେରା , ପଣ୍ଡିଆ ଓ ପଲ୍ଲବ ରାଜବଂଶ ସମୟରୁ ଆରମ୍ଭ ହେଇ ଦ୍ୱାଦଶ ଶତାବ୍ଦୀର ପଣ୍ଡିଆ ରାଜୁତି ସମୟରେ ନିର୍ମିତ ମନ୍ଦିର ସମୂହର ଏକ ମୁଖ୍ୟ ବହିଃ- ଅଳଙ୍କରିକ ଭାବରେ ରହିଆସିଥିଲା । ଅନେକ କ୍ଷେତ୍ରରେ ଗୋପୁରମର ବିଶାଳତା ମନ୍ଦିର[3] ଭିତର ନିର୍ମାଣ ଆଗରେ ରହି ମନ୍ଦିରର ମୁଖ୍ୟ ଆକର୍ଷଣ ହେଇଥାଏ । କେତେକ କ୍ଷେତ୍ରରେ କେତେକ ମନ୍ଦିରରେ ଏକାଧିକ ଗୋପୁରମ ଦେଖା ଯାଇଥାଏ । ଏହି ସ୍ଥାପତ୍ୟ କଳା ଭାରତ ବାହାରେ ମଧ୍ୟ ସେ ଯୁଗରେ ଭାବହୃତ ହେଇଥିବାର ଜଣାଯାଇଥାଏ । ଅଂକୋର ୱାଟ ଓ ଖାମେର ସ୍ଥାପତ୍ୟରେ ଏହାର ନକଲ ଦେଖିବାକୁ ମିଳେ ।
"କୋଇଲ" ଜାତୀୟ ମନ୍ଦିରରେ ଏକାଧିକ ପ୍ରାଚୀର ରହି ଅନେକ ସଂଖ୍ୟା ଚତୁର୍ଭୁଜାକାର ଗୋପୁରମ ରହି ବାହ୍ୟ ପ୍ରାଚୀରରେ ଗୋପୁରମଗୁଡ଼ିକ ନିର୍ମିତ ହେଇଥାଏ । ମନ୍ଦିରର ଆରାଧ୍ୟ ପିଠାଠାରେ ମଧ୍ୟ ସ୍ଥାମ୍ଭାକାର ଛାତ ରହିଥାଏ ଓ ତାହାକୁ "ବିମାନମ " କୁହାଯାଇଥାଏ .