From Wikipedia, the free encyclopedia
ଗ୍ଲାୟୋବ୍ଲାସ୍ଟୋମା ମଲ୍ଟିଫର୍ମ (ଜିବିଏମ), ଅନ୍ୟ ନାମ ଗ୍ଲାୟୋବ୍ଲାସ୍ଟୋମା ଓ ଗ୍ରେଡ ୪ ଆସ୍ଟ୍ରୋସାଇଟୋମା, ଏକ ଅତି ସାଧାରଣ ଓ ଅତ୍ୟନ୍ତ ଆକ୍ରମକ କର୍କଟ ଯାହା ମସ୍ତିଷ୍କ ଭିତରେ ସୃଷ୍ଟି ହୁଏ ।[1] ପ୍ରାରମ୍ଭରେ ଏହାର ଚିହ୍ନ ଓ ଲକ୍ଷଣ ଅନିର୍ଦ୍ଦିଷ୍ଟ ଥାଏ । ମୁଣ୍ଡବଥା, ବ୍ୟକ୍ତିତ୍ୱର ପରିବର୍ତ୍ତନ, ଅଇ ଓ ସ୍ଟ୍ରୋକ ଭଳି ଲକ୍ଷଣ ଦେଖାଯାଇପାରେ । [2] ଲକ୍ଷଣ ଗୁଡ଼ିକ ଅଧିକାଂଶ ସମୟରେ ଶୀଘ୍ର ଅତି ଖରାପ ଦିଗକୁ ଗତି କରେ । ଏହା ବଢ଼ିଯାଇ ଅଚେତନ ଅବସ୍ଥାକୁ ଯାଏ । [3]
ଅଧିକାଂଶ କେଶ୍ରେ କାରଣ ଜଣାଯାଏ ନାହିଁ । [3] ଜେନେଟିକ ଅସୁବିଧା। ନିଉରୋଫାବ୍ରୋମାଟୋସିସ ଲି ଫ୍ରମାନି ସିଣ୍ଡ୍ରୋମ (Li Fraumeni syndrome) ରୋଗ ଓ ରାଡିଏସନ ଥେରାପି ଅସାଧାରଣ ଅବସ୍ଥା ଏହି ରୋଗ ଏହି ସଙ୍କଟ ଆଣିପାରେ ।[3][4] ସମୁଦାୟ ମସ୍ତିଷ୍କ ଅର୍ବୁଦ ମଧ୍ୟରୁ ୧୫% କେବଳ ଗ୍ଲାୟୋବ୍ଲାସ୍ଟୋମା ।[2] ଏହି ରୋଗ ସାଧାରଣ ମସ୍ତିଷ୍କ କୋଷରୁ ସୃଷ୍ଟି ହୋଇପାରେ ବା ପୂର୍ବରୁ ଥିବା ନିମ୍ନ ଗ୍ରେଡ ଆସ୍ଟ୍ରୋସାଇଟୋମାରୁ ଏହା ହୁଏ ।[5] ସ୍ୱାଭାବିକ ଭାବରେ ସିଟିସ୍କାନ, ଏମଆରଆଇ ସ୍କାନ ଓ ବାୟୋପ୍ସି ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[2]
ଏହି ରୋଗ ପ୍ରତିରୋଧ ନିମନ୍ତେ କୌଣସି ସ୍ପଷ୍ଟ ରାସ୍ତା ନାହିଁ । ଅପରେଶନ ପରେ କେମୋଥେରାପି ଓ ରାଡିଏସନ ଥେରାପି ଦେଇ ଚିକିତ୍ସା କରାଯାଏ ।[4] ଟେମୋଜୋଲୋମାଇଡ ଔଷଧ ଅନେକ ସମୟରେ ଦେଇ ଏହାର କେମୋଥେରାପି ଚିକିତ୍ସା କରାଯାଏ । [4][6] ଲକ୍ଷଣ ଉପସମ ପାଇଁ ଉଚ୍ଚ ଡୋଜର ସ୍ଟିରଏଡ ଦିଆଯାଏ ।[2] ସମସ୍ତ କର୍କଟ କୋଷ ବା ଅଧିକାଂଶ କୋଷ ବାହାର କଲେ ଭଲ, ତାହା ସ୍ପଷ୍ଟ ହୋଇନାହିଁ ।[7]
ସର୍ବାଧିକ ଚିକିତ୍ସା ପରେ ମଧ୍ୟ ରୋଗ ପୁନଶ୍ଚ ହୁଏ ।[4] ରୋଗ ନିର୍ଣ୍ଣୟ ପରେ ସାଧାରଣ ଆୟୁଷ ୧୨ରୁ ୧୫ ମାସ, ୩ରୁ ୫ %ରୁ କମ୍ ରୋଗୀ ୫ ବର୍ଷରୁ ଅଧିକ ବଞ୍ଚନ୍ତି ।[3][4] ବିନା ଚିକିତ୍ସାରେ ରୋଗୀ ପ୍ରାୟ ୩ ମାସ ବଞ୍ଚନ୍ତି ।[8] ଏକ ବର୍ଷରେ ୧୦୦,୦୦୦ ଲୋକରେ ୩ ଜଣକୁ ଏହି ରୋଗ ହୁଏ ।[4] ଏହା ପ୍ରାୟ ୬୪ ବର୍ଷ ବୟସ ବେଳକୁ ଆରମ୍ଭ ହୁଏ, ସାଧାରଣତଃ ପୁରୁଷଙ୍କୁ ଅଧିକ ହୁଏ ।[3][4] ଏହି ରୋଗରେ ଇମ୍ମ୍ୟୁନୋଥେରାପି ଚିକିତ୍ସା ଅନୁଶୀଳନ କରି ଫଳପ୍ରଦ ହେବା ଦେଖାଯାଉଛି ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.