ଚାନ୍ଦିପୁର
ବାଲେଶ୍ୱର ଜିଲ୍ଲାର ଏକ ସହର / From Wikipedia, the free encyclopedia
ଚାନ୍ଦିପୁର(English: Chandipur) ବା ଚାନ୍ଦିପୁର ବେଳାଭୂମି ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ବେଳାଭୂମି । ଏହା ବଙ୍ଗୋପସାଗର ନିକଟରେ ଓ ବାଲେଶ୍ୱର ସହରଠାରୁ ୧୬ କି.ମି. ଦୂରରେ ଅବସ୍ଥିତ । ଏହା ଏକ ନିଆରା ବେଳାଭୂମି ଯେଉଁଠାରେ ସମୁଦ୍ର ପାଣି ବେଳାଭୂମିରୁ ୧-୪ କି.ମି. ଯାଏଁ ଘୁଞ୍ଚିଯାଏ ଓ ଜୁଆର ସମୟରେ ପୁଣି ଫେରିଥାଏ । ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଉଦାହରଣ ସ୍ୱରୂପ ଜଦି ସକାଳେ ଜୁଆର ଆସେ ତାହେଲେ ବାର ଘଂଟା ପରେ ଭଟ୍ଟା ଆସିବ। ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ । ମିର୍ଜାପୁର ପଟ ବେଳାଭୂମିରେ ଅଶ୍ୱଖୁରାକୃତି କଙ୍କଡା ବା ନାଲି କଙ୍କଡ଼ା ଦେଖିବାକୁ ମିଳିଥାଏ । ନିକଟରେ ବୁଢ଼ାବଳଙ୍ଗ ନଦୀର ମୁହାଣ ପାଖରେ ବଳରାମ ଗଡ଼ିଠାରେ ଏକ ମାଛଧରା ବନ୍ଦର ଅଛି ।
‹ The template below (Infobox Indian Jurisdiction) is being considered for deletion. See templates for discussion to help reach a consensus.›
Quick Facts
ଚାନ୍ଦିପୁର | |
— ସହର — | |
ଦିଗବାରେଣି | 21.47°N 87.02°E / 21.47; 87.02 |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ବାଲେଶ୍ୱର |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା • ସମୁଦ୍ର ପତ୍ତନଠାରୁ ଉଚ୍ଚତା |
• 3 metres (9.8 ft) |
Close
ଚାନ୍ଦିପୁରଠାରେ ଭାରତୀୟ ସେନାର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ମଧ୍ୟ ଅଛି ।