ଚିଲବ୍ଲେନ୍ସ
ଚର୍ମରେ ହେଉଥିବା ଏକ ପ୍ରକାର ଶୀତଳ ରୋଗ ଯେଉଁଥିରେ ଚର୍ମ ଲାଲ ହୋଇଯାଏ । / From Wikipedia, the free encyclopedia
ଚିଲବ୍ଲେନ୍ସ, ଅନ୍ୟ ନାମ ପର୍ନିଓ, ଚର୍ମରେ ହେଉଥିବା ଏକ ପ୍ରକାର ଶୀତଳ ରୋଗ ଯେଉଁଥିରେ ଚର୍ମ ଲାଲ ହୋଇଯାଏ, ଗଲୁ ହୁଏ ଏବଂ ଦରଜ ହୋଇଯାଏ ।[9] [10] କମ୍ କ୍ଷେତ୍ରରେ ଫୋଟକା ଓ ଘାଆ ହୋଇପାରେ | [4] ଗୋଡ଼ ଓ ହାତ ଆଙ୍ଗୁଠି, କାନ ଏବଂ ଗାଲ ସାଧାରଣତଃ ପ୍ରଭାବିତ ହୋଇଥାଏ | [4]
Chilblain | |
---|---|
Pernio,[1] perniones,[2] perniosis,[1] kibes[3] | |
ଉଚ୍ଚାରଣ |
|
ବିଭାଗ | Emergency medicine |
ଲକ୍ଷଣ | Redness, itching, blistering[4] |
ଆକ୍ରାନ୍ତ ସମୟ | Within a few hours[1] |
ଅବଧି | 1 to 2 weeks[1] |
କାରଣ | Prolonged cold exposure[5] |
ବିପଦ କାରକ | Lupus, smoking, family history, Raynaud's[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and examination[6] |
ସଠିକ ରୋଗ ନିର୍ଣ୍ଣୟ | Frostbite, trench foot, leukemia cutis, cold panniculitis[5][7][8] |
ପ୍ରତିକାର | Keeping the hands and feet warm[1] |
ଚିକିତ୍ସା | Corticosteroid creams[1] |
ଶୀତଦିନେ ଦୀର୍ଘ ସମୟ ଧରି ଥଣ୍ଡା ସଂସ୍ପର୍ଶରେ ରହିବା ହେତୁ ଚିଲବ୍ଲେନ ରୋଗ ସାଧାରଣତଃ ଦେଖାଯାଏ |[11] [12] ଶୀତର ମାତ୍ରା ବା ଡିଗ୍ରୀ ଅବଶ୍ୟ ହିମାଙ୍କଠାରୁ କମ ରହିଲେ ଫ୍ରଷ୍ଟବାଇଟ୍ ହୁଏ ।[5] ବିପଦ କାରଣଗୁଡ଼ିକ ମଧ୍ୟରେ ଲୁପସ୍, ଧୂମପାନ, ପାରିବାରିକ ଇତିହାସ ଏବଂ ରେଣ୍ଡ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ । [9] ଅନ୍ତର୍ନିହିତ ପ୍ରଣାଳୀରେ ଛୋଟ ରକ୍ତବାହୀମାନଙ୍କର ପ୍ରଦାହ ଯୋଗୁ ଏହି ରୋଗ ହୁଏ । [1] [10] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ । [13]
ସାଧାରଣତଃ ହାତ ଏବଂ ପାଦକୁ ଉଷୁମ ରଖିବାଦ୍ୱାରା ପ୍ରତିରୋଧ କରିହୁଏ ।[9] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ କେଫିନଠାରୁ ଦୂରେଇ ରହିବା ଏବଂ ନିଫେଡିପିନ ଗ୍ରହଣ କରାଯାଇପାରେ ।[1] ଚିକିତ୍ସାରେ ଜର୍ଟିକୋଷ୍ଟିରଏଡ କ୍ରିମ ବ୍ୟବହାର କରାଯାଇପାରେ। [1] ଏକ ରୋଗର ସମାଧାନ ପାଇଁ ଏକ କିମ୍ବା ଦୁଇ ସପ୍ତାହ ଲାଗିଯାଇପାରେ । [1]
ବିଶ୍ୱର ଶୀତଳ ଜଳବାୟୁ ଥବା ସ୍ଥାନମାନଙ୍କରେ ଚିଲବ୍ଲେନ୍ ଅପେକ୍ଷାକୃତ ସାଧାରଣ ଦେଖାଯାଏ ।[12] ଯୁବକ ଓ ବୃଦ୍ଧମାନେ ସାଧାରଣତଃ ଅଧିକ ପ୍ରଭାବିତ ହୁଅନ୍ତି । [9] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । [8] ପ୍ରଥମ ଶତାବ୍ଦୀରୁ ଏହି ଅବସ୍ଥା ପେଡାନିଅସ ଡାୟୋସ୍କାଓରାଇଡ ଓଫ ଆନେଜେବ୍ରସ ବର୍ଣ୍ଣନା କରିଥିଲେ ।[14]