ଚୀନର ବିଶାଳ ପ୍ରାଚୀର ବା ଚୀନର ସୁଦୀର୍ଘ ପ୍ରାଚୀର (ଈଂରାଜୀରେ Great Wall of China) ଅନେକଗୁଡ଼ିଏ ସ୍ଥାନରେ ନିର୍ମିତ ଦୁର୍ଗ ପ୍ରାଚୀର ସଦୃଶ ଅଂଶକୁ ସଂଯୋଜିତ କରି ଗଠିତ । ପଥର, ଇଟା, ପୋଡ଼ାମାଟି, କାଠ ଓ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରି ପୂର୍ବ-ପଶ୍ଚିମ ଦିଗରେ ଏହି ବିଶାଳ କାନ୍ଥର ନିର୍ମାଣ କରାଯାଇଥିଲା । ପ୍ରାଚୀନ ଚୀନର ଉତ୍ତର ପଟୁ ହେଉଥିବା ବିଦେଶୀ ଶତ୍ରୁଙ୍କ ଆକ୍ରମଣରୁ ଦେଶର ରକ୍ଷା କରିବା ହିଁ ଏହି କାନ୍ଥ ନିର୍ମାଣ କରିବାର ମୂଳ ଉଦ୍ଦେଶ୍ୟ ଥିଲା । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରୁ ନିର୍ମିତ ହୋଇଥିବା ଅନେକ ଛୋଟ ଛୋଟ କାନ୍ଥକୁ[1] ପରବର୍ତ୍ତୀ ସମୟରେ ଯୋଡ଼ି ଏକ ବିଶାଳ ଓ ମଜବୁତ୍ ପ୍ରାଚୀର ପ୍ରସ୍ତୁତ କରାଗଲା ।[2] ବିଶେଷ କରି ଖ୍ରୀଷ୍ଟପୂର୍ବ ୨୨୦-୨୦୬ ବେଳକୁ ଚୀନର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍ଙ୍କ ଶାସନ କାଳରେ ନିର୍ମିତ ଅଂଶ ପ୍ରସିଦ୍ଧ କିନ୍ତୁ ବର୍ତ୍ତମାନ ଏହି ଅଂଶର କେବଳ କିଛି ଅବଶେଷ ରହିଛି । ଅନେକ ରାଜବଂଶ ଏହି ପ୍ରାଚୀରର ପ୍ରସାରଣ, ମରାମତି ଓ ଦୃଢୀକରଣରେ ଯୋଗଦାନ କରିଥିଲେ ; ତେବେ ମିଂଗ୍ ରାଜବଂଶର ଶାସନ ସମୟରେ (ଖ୍ରୀଷ୍ଟାବ୍ଦ ୧୩୬୮-୧୬୪୪) ନିର୍ମିତ କାନ୍ଥର ଅଧିକାଂଶ ଭାଗ ଭଲ ଅବସ୍ଥାରେ ରହିଛି ।
Quick Facts ଚୀନର ବିଶାଳ ପ୍ରାଚୀର, ଦିଗବାରେଣି ...
Close
Quick Facts ଚୀନର ବିଶାଳ ପ୍ରାଚୀର, Simplified Chinese ...
ଚୀନର ବିଶାଳ ପ୍ରାଚୀର |
Simplified Chinese |
长城 |
Traditional Chinese |
長城 |
Literal meaning |
"ଦୀର୍ଘ ପ୍ରାଚୀର" |
Transcriptions |
Mandarin |
- Hanyu Pinyin |
Chángchéng |
- Wade–Giles |
Ch'ang2-ch'eng |
- IPA |
[ʈʂʰǎŋ.ʈʂʰə̌ŋ] |
Min |
- Hokkien POJ |
Tn̂g-siâⁿ |
- Taiwanese Romanization |
Tn̂g-siânn |
Wu |
- Romanization |
Saon平 sen平 |
Cantonese (Yue) |
- Jyutping |
Coeng4sing4 |
- IPA |
[tsʰœ̏ːŋ.sȅŋ] |
- Yale Romanization |
Cheung4 sing4 |
|
Alternative Chinese name |
Simplified Chinese |
万里长城 |
Traditional Chinese |
萬里長城 |
Literal meaning |
"୧୦୦୦୦ ମାଇଲ୍ ଲମ୍ବା ପ୍ରାଚୀର" |
Transcriptions |
Min |
- Taiwanese Romanization |
Bān-lí tn̂g-siânn |
Wu |
- Romanization |
Vae上-li平 saon入-sen入 |
Cantonese (Yue) |
- Jyutping |
Maan6-lei5 coeng4-sing4 |
- IPA |
[màːn.le̬i tsʰœ̏ːŋ.sȅŋ] |
- Yale Romanization |
Maan6lei5 Cheung4sing4 |
|
Close
ସୁରକ୍ଷା ବ୍ୟତୀତ ସୀମାରେଖା ନିର୍ଦ୍ଧାରଣ, ରେଶମ ସଡ଼କରେ କର ଆଦାୟ, ବାଣିଜ୍ୟ ନିୟନ୍ତ୍ରଣ ଓ ଆପ୍ରବାସ ନିୟନ୍ତ୍ରଣ କରିବାରେ ମଧ୍ୟ ଏହି ପ୍ରାଚୀର ସହାୟକ ହୋଇଥିଲା । ସୈନ୍ୟ ଛାଉଣୀ, ପହରାରେ ସହାୟତା ପାଇଁ ମୀନାର, ଆଲୁଅ ବା ଧୁଆଁ ସହାୟତାରେ ପ୍ରାଚୀରର ଏକ ସ୍ଥାନରୁ ବହୁ ଦୂରରେ ରହିଥିବା ଅନ୍ୟ ଅଂଶକୁ ସତର୍କ ସୂଚନା ଇତ୍ୟାଦିର ସୁବ୍ୟବସ୍ଥା କରାଯିବା ଫଳରେ ପ୍ରାଚୀରର ସୁରକ୍ଷା କ୍ଷମତା ବୃଦ୍ଧି ପାଇଥିଲା । ଏତତ୍ ବ୍ୟତୀତ ବିଶାଳ ପ୍ରାଚୀରର ଛାତଟି ପ୍ରଶସ୍ତ ହୋଇଥିବାରୁ ଶସ୍ତ୍ର, ସୈନ୍ୟ, ଗୁଳିଗୋଳା, ଖାଦ୍ୟ ସାମଗ୍ରୀ ପରିବହନ ଓ ଯାତାୟତ ପାଇଁ ଖୁବ୍ ସୁବିଧା ହେଉଥିଲା ।
ଚୀନର ବିଶାଳ ପ୍ରାଚୀର ଆଭ୍ୟନ୍ତରୀଣ ମଂଗୋଲିଆର ଦକ୍ଷିଣ ସୀମାକୁ ସଂଲଗ୍ନ ହୋଇ ପୂର୍ବରେ ଡାନଡୋଂଗଠାରୁ ପଶ୍ଚିମରେ ଲୋପ୍ ହ୍ରଦ ପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ମିଂଗ୍ ସମୟରେ ନିର୍ମିତ ପ୍ରାଚୀର ପ୍ରାୟ ୮୮୫୦ କି.ମି. ଦୀର୍ଘ ଥିଲା ବୋଲି ଜଣାପଡ଼ିଛି ।[3] ମିଂଗ୍ ପ୍ରାଚୀରର ୬୨୫୯ କି.ମି. ମନୁଷ୍ୟକୃତ କାନ୍ଥ, ୩୫୯ କି.ମି. ବିରାଟ ଖାଲ ଓ ୨୨୩୨ କି.ମି. ପାହାଡ଼ ଓ ନଦୀ ପରି ପ୍ରାକୃତିକ ସୀମା ଓ ବାଧାରେ ପୂର୍ଣ୍ଣ ।[3] ଆଉ ଏକ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପ୍ରାଚୀରର ସମସ୍ତ ଅଂଶକୁ ମିଶାଇ ୨୧୧୯୬ କି.ମି. ଦୀର୍ଘ ବୋଲି ତଥ୍ୟ ଯୋଗାଇଥିଲା ।[4] ଆଜିକାର ସମୟରେ ଚୀନର ବିଶାଳ ପ୍ରାଚୀର ଏକ ସର୍ବୋତ୍କୃଷ୍ଟ ଐତିହାସିକ କିର୍ତ୍ତୀମାନ ଭାବେ ପରିଗଣିତ ହୁଏ ।[5]